Advertisment

ପୁଣି ବଢିଲା ସଂକ୍ରମଣ: ୨୪ ଘଂଟାରେ ୪୩ ହଜାର ଚିହ୍ନଟ ହେଲେ ଆକ୍ରାନ୍ତ

ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨ ଘଂଟାରେ ଦେଶରେ ୪୩,୨୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଗତ ୨୪ ଘଂଟାରେ ଦେଶରେ ୩୩୮ ଜଣଙ୍କ କରୋନାରେ ପ୍ରାଣ ଯାଇଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୧,୩୯,୯୮୧ ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ଓ ମୃତ୍ୟୁସଂଖ୍ୟା ୪,୪୧,୭୪୯ରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତା ବଢିଛି।

Corona Vaccination

Corona Vaccination

Advertisment

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨ ଘଂଟାରେ ଦେଶରେ ୪୩,୨୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଗତ ୨୪ ଘଂଟାରେ ଦେଶରେ ୩୩୮ ଜଣଙ୍କ କରୋନାରେ ପ୍ରାଣ ଯାଇଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୧,୩୯,୯୮୧ ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ଓ ମୃତ୍ୟୁସଂଖ୍ୟା ୪,୪୧,୭୪୯ରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତା ବଢିଛି। କିଛି ଦିନ ପରେ ପୁଣି ଥରେ ଦେଶରେ କରୋନା ବଢିବାରେ ଲାଗିଛି। ତେବେ ସେହିପରି ଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦,୫୬୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୨୩,୦୪,୬୧୮ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶରେ ୩,୯୩,୬୧୪ ଆକ୍ଟିଭ କେସ୍‌ ରହିଛି। ଯାହାକୁ ନେଇ ଚିନ୍ତା ବଢିଛି।

Advertisment

ଏପଟେ ରାଜ୍ୟରେ ଦୁଇଦିନ ହେଲା ୭୦୦ ଉପରେ ରହୁଛି ଦୈନିକ କରୋନା ସଂକ୍ରମଣ। ଗତକାଲି ରାଜ୍ୟରୁ ୭୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ବାହାରିଛନ୍ତି ୭୭୧ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୪୮ ବାହାରିଥିବାବେଳେ ଲୋକାଲ କେସ୍ ଅଛି ୩୨୩ । ଦୁଇଦିନ ତୁଳନାରେ ଆଜି ପିଲାଙ୍କ ସଂକ୍ରମଣ ବି ବୃଦ୍ଧି ପାଇଛି। ୭ ତାରିଖ ୧୮ ବର୍ଷରୁ କମ୍ ବର୍ଗର ୯୩ ପିଲା ସଂକ୍ରମିତ ହୋଇଥିବାବେଳେ ୮ ତାରିଖ ୧୦୨ ଏବଂ ଆଜି ୧୧୭ ଜଣ ପିଲା ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ କରି ଜଣାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ଅନୁଗୁଳରୁ ୧୬ ଜଣ କରୋନା ପଜିଟିଭ ବାହାରିଥିବାବେଳେ ବାଲେଶ୍ୱରରୁ ୪୧, ବରଗଡ଼ରୁ ୩, ଭଦ୍ରକରୁ ୧୫, ବଲାଙ୍ଗିରରୁ ୨, କଟକରୁ ୭୧, ଦେବଗଡ଼ରୁ ୫, ଢେଙ୍କାନାଳରୁ ୧୨ , ଗଂଜାମରୁ ୪, ଜଗତସିଂହପୁରା ୨୬, ଯାଜପୁରରୁ ୩୪, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୧୪, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୩୨୭, କୋରାପୁଟରୁ ୧୧, ମାଲକାନଗିରିରୁ ୩, ମୟୂରଭଂଜ ୧୯, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୧୧, ନୂଆପଡ଼ାରୁ ୧, ପୁରୀରୁ ୨୧, ରାୟଗଡ଼ରୁ ୧୧, ସମ୍ବଲପୁରରୁ ୧୭, ସୁନ୍ଦରଗଡ଼ରୁ ୧୩ ଏବଂ ଷ୍ଟଟ୍‌ପୁଲ୍‌ରୁ ୭୬ ଜଣ ପଜିଟିଭ ବାହାରିଛନ୍ତି।

COVID19 India Coronavirus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ