Advertisment

ଦୋଳି ଖେଳୁଛି କରୋନା ଗ୍ରାଫ୍‌: ୨୪ ଘଂଟାରେ ୪୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଦେଶରେ ଦୋଳି ଖେଳୁଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୪୨,୭୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୮ ଜଣଙ୍କ ପ୍ରାଣ ନେଇ ମହାମାରୀ। ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୨୯,୮୮,୬୭୩୭ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୪୦,୫୩୩ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା।

ଅଦ୍ୟତନ ହୋଇଛି
corona virus

corona virus

Advertisment

ନୂଆଦିଲ୍ଲୀ: ଦେଶରେ ଦୋଳି ଖେଳୁଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୪୨,୭୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୨୯,୮୮,୬୭୩୭ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୪୦,୫୩୩ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା। କେବଳ ଏତିକି ନୁହେଁ ବରଂ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୦୯୧ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବା ବେଳେ ୩,୨୧,୩୮,୦୯୨ରେ ପହଞ୍ଚିଲାଣି ସୁସ୍ଥଙ୍କ ସଂଖ୍ୟା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନ ବି ଦେଶରେ ଆକ୍ଟିଭ୍‌ କେସ୍‌ର ସଂଖ୍ୟା ୪,୧୦,୦୪୮ ରହିଛି।

Advertisment

ଏପଟେ ରାଜ୍ୟରେ, ରାଜ୍ୟରେ ୨୪ ଘଣ୍ଟାରେ ୮୦୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୬୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୩୩୮ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୧୮ ବର୍ଷରୁ କମ୍ ବର୍ଗର ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଖୋର୍ଦ୍ଧାରେ ସଂକ୍ରମଣ ଚିନ୍ତା ବଢ଼ାଇଛି। କିଛି ଦିନ ଧରି ଖୋର୍ଦ୍ଧାରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ପୁଣିଥରେ ସଂକ୍ରମଣ ବଢ଼ିଛି। ଗତକାଲି ଖୋର୍ଦ୍ଧାରେ ୨୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୯୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Advertisment

ତେବେ ଏବେ ବି ଥମିନି ଦ୍ୱିତୀୟ ଲହର, ଟଳିନି ମହାମାରୀ ଡର । ପାଖେଇ ଆସୁଛି ପାର୍ବଣ, ଭିଡ଼ କରିବାକୁ ବାରଣ । ଆଗକୁ ଆସୁଛି ଗଣେଶ ପୂଜା, ଦଶହରା ଏବଂ ଦୀପାବଳି ଭଳି ପର୍ବ । ତେଣୁ ପୂଜା ଋତୁରେ କରୋନାର ଦୃତ ସଂକ୍ରମଣ ରୋକିବାକୁ ଦେଶବାସୀଙ୍କୁ ଆଗୁଆ ସତର୍କ କରାଇଛି କେନ୍ଦ୍ର ସରକାର । ଆଇସିଏମ୍‌ଆର ନିର୍ଦ୍ଦେଶକ ଜେନେରାଲ ବଳରାମ ଭାର୍ଗବ କହିଛନ୍ତି-ପାର୍ବଣରେ ଭିଡ଼ ହେଲେ, ସଂକ୍ରମଣ ପୁଣି ବଢ଼ିବ । ଲୋକଙ୍କ ବଡ଼ ଧରଣର ଏକତ୍ରୀକରଣ ଆଦୌ ନହେବା ଉଚିତ୍ । ଯଦି ମେଳା କିମ୍ବା ଉତ୍ସବରେ ଯୋଗଦେବାକୁ ନିହାତି ଦରକାର ପଡେ, ସେଥିପାଇଁ କରୋନାର ଦୁଇଟି ଯାକ ଡୋଜ୍ ନିଶ୍ଚୟ ନେବା ଦରକାର । ତେବେ କରୋନାର ତୃତୀୟ ଲହରକୁ ନେଇ ଏବେ ଚିନ୍ତା ବଢିଛି।

Coronavirus India COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ