Advertisment

ଦେଶରେ ପୁଣି ବଢିଲା ସଂକ୍ରମଣ: ୨୪ ଘଂଟାରେ ୩୭,୫୯୩ ପଜିଟିଭ୍‌ ଚିହ୍ନଟ

ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୩୭,୫୯୩ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୬୪୮ ଜଣଙ୍କ ପ୍ରାଣ ନେଇଛି କରୋନା। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୨୫,୧୨,୩୬୬ ଜଣ କରୋନାରେ ସଂକ୍ରମିତ ହେଲେଣି। ଏହାସହ ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୪,୧୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

ଅଦ୍ୟତନ ହୋଇଛି
ସେପ୍ଟେମ୍ବରରେ ଦୈନିକ ଆସିପାରେ ୪ ଲକ୍ଷ କରୋନା କେସ୍‌: ୨ ଲକ୍ଷ ICU ବେଡ଼୍‌ ରଖିବାକୁ ପରାମର୍ଶ

covid19

Advertisment

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୩୭,୫୯୩ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୬୪୮ ଜଣଙ୍କ ପ୍ରାଣ ନେଇଛି କରୋନା। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୨୫,୧୨,୩୬୬ ଜଣ କରୋନାରେ ସଂକ୍ରମିତ ହେଲେଣି। ଏହାସହ ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୪,୧୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୨୪ ଘଂଟାର ସୁସ୍ଥଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୧୭,୫୪,୨୮୧ ଜଣ ସୁସ୍ଥ ହୋଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେ ବି ଆକ୍ଟିଭ୍‌ କେସ୍‌ର ସଂଖ୍ୟା ରହିଛି ୩,୨୨,୩୨୭, ଯାହାକୁ ନେଇ ଚିନ୍ତା ବଢିଛି।

Advertisment

ସେପଟେ, କରୋନାକୁ ନେଇ ଥମିବାରେ ନା ନେଉନାହିଁ ଟେନ୍‌ସନ୍‌। ଦୋଳି ଖେଳିବା ପରି କମୁଛି ଓ ବଢୁଛି ଦୈନିକ ଗ୍ରାଫ୍‌। ତେବେ ଏହାରି ମଧ୍ୟରେ କେବେ ମହାମାରୀ କମିବ ସେନେଇ ସମସ୍ତଙ୍କ ମନରେ ଆଶା ଓ ଆଶଙ୍କା ରହିଛି। ଗୋଟିଏ ପଟେ କରୋନାର ଦ୍ୱିତୀୟ ଲହର ଦେଶରେ ଅନେକ ଲୋକଙ୍କୁ ସଂକ୍ରମଣ କରୁଥିବା ସମୟରେ ଅନେକଙ୍କ ପ୍ରାଣ ମଧ୍ୟ ନେଇଛି। ଆଉ ଏହାରି ମଧ୍ୟରେ ନୀତି ଆୟୋଗ ଯେଉଁ ଚାଚଂଲ୍ୟକର ତଥ୍ୟ ଦେଇଛି ତାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ସେପ୍ଚେମ୍ବରରେ କରୋନାର ତୃତୀୟ ଲହର ପିକ୍‌ରେ ରହିବ। ସ୍ଥିତି ଏମିତି ବି ହୋଇପାରେ ଦୈନିକ ସଂକ୍ରମଣର ଟ୍ରେଣ୍ଡ୍‌ ପାଖାପାଖି ୬ ଲକ୍ଷ ପହଞ୍ଚିପାରେ। ଆଉ ଏହି ସମୟରେ ପିଲାମାନେ ହିଁ ଅଧିକ ସଂକ୍ରମଣ ହେବେ। କିନ୍ତୁ ଏହି ସଂକ୍ରମଣ କେବେ କମିବ? କେବେ ଶାନ୍ତିରେ ଜୀବନ ଯାପନ କରିବେ ଲୋକେ ତାହାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।

କରୋନା ମହାମାରୀକୁ ନେଇ ବ୍ରିଟିଶ ବୈଜ୍ଞାନିକ ଦେଲେ ସାଂଘାତିକ ତଥ୍ୟ। କହିଲେ, କେବଳ ଡେଲ୍‌ଟା ପ୍ଲସ୍‌ ନୁହେଁ ବରଂ ଆଗକୁ ଆହୁରି ଅନେକ ପ୍ରକାର ଭ୍ୟାରିଆଂଟ୍‌ ଆସିବ। କେବଳ ଏତିକି ନୁହେଁ ବରଂ ଆଗକୁ ଆସିବାକୁ ଥିବା ଭ୍ୟାରିଆଂଟ୍‌କୁ ଭ୍ୟାକ୍ସିନ୍‌ ମଧ୍ୟ କାମ ନକରିପାରେ। ତେଣୁ ସାବଧାନର ସହ ଚଳିବା ସହ ଅନ୍ୟ କୌଣସି ରାସ୍ତା ନଥିବା ବୈଜ୍ଞାନିକ ସ୍ପଷ୍ଟ କରିଛନ୍ତି। ଏହାସହ ଭବିଷ୍ୟତରେ ବୁଷ୍ଟର ଡୋଜ୍‌ ନେବାକୁ ମଧ୍ୟ ପଡ଼ିପାରେ ବୋଲି କୁହାଯାଇଛି।

Advertisment

ଏପଟେ, ରାଜ୍ୟରେ କରୋନା ତୃତୀୟ ଲହରକୁ ନେଇ ଚିନ୍ତା ଘାରିଥିବାବେଳେ ଦୈନିକ ସଂକ୍ରମଣ ତଳମୁହାଁ ହେବା ଆଶ୍ୱସ୍ତି ପ୍ରଦାନ କରିଛି। ରାଜ୍ୟରେ ଆଜି ଆଉ ୮୮୭ କରୋନା ପଜିଟିଭ ଚିହ୍ନଟ ‌ହୋଇଛନ୍ତି। ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୩୧ ଆକ୍ରାନ୍ତ ଅଛନ୍ତି ଯାହା କି ଚିନ୍ତାର ବିଷୟ ହୋଇଛି । ମୋଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୫୧୫, ଲୋକାଲ କେସ୍ ୩୭୨ ଥିବା ଜଣାଯାଇଛି ।

COVID19 India Coronavirus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ