Advertisment

ଦେଶରେ କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ୨୫,୪୬୭ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମାତ୍ର ୨୫,୪୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ସଂକ୍ରମଣକୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୭୪,୭୭୩ରେ ପହଞ୍ଚିଛି। ଏହାସହ ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୯,୪୮୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ୨୪ ଘଂଟାର ସୁସ୍ଥଙ୍କୁ ମିଶାଇ ମୋଟ୍‌ ୩,୧୭,୨୦,୧୧୨ ରେ ପହଞ୍ଚିଲାଣି ସୁସ୍ଥଙ୍କ ସଂଖ୍ୟା। ତେବେ ଏହାରି ମଧ୍ୟରେ ୪,୩୫,୧୧୦ ଜଣଙ୍କ ପ୍ରାଣ ନେଇ ସାରିଲାଣି କରୋନା। ଯାହାକୁ ନେଇ ଏବେ ଚିନ୍ତା ବଢିଛି।

undefined

Odisha sees 1107 new Covid19 positive cases

Advertisment

ନୂଆଦିଲ୍ଲୀ: ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମାତ୍ର ୨୫,୪୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ସଂକ୍ରମଣକୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୭୪,୭୭୩ରେ ପହଞ୍ଚିଛି। ଏହାସହ ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୯,୪୮୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ୨୪ ଘଂଟାର ସୁସ୍ଥଙ୍କୁ ମିଶାଇ ମୋଟ୍‌ ୩,୧୭,୨୦,୧୧୨ ରେ ପହଞ୍ଚିଲାଣି ସୁସ୍ଥଙ୍କ ସଂଖ୍ୟା। ତେବେ ଏହାରି ମଧ୍ୟରେ ୪,୩୫,୧୧୦ ଜଣଙ୍କ ପ୍ରାଣ ନେଇ ସାରିଲାଣି କରୋନା। ଯାହାକୁ ନେଇ ଏବେ ଚିନ୍ତା ବଢିଛି।

Advertisment

ସେପଟେ, ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହରକୁ ନେଇ ଆତଙ୍କିତ ହେଉଛନ୍ତି ଲୋକେ। ଆଉ ଏହାରି ମଧ୍ୟରେ କରୋନା ସମ୍ପର୍କିତ ଏକ ଜରୁରୀ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁହାଯାଉଛି, ଦେଶରେ ଆସିବାକୁ ଥିବା କରୋନାର ତୃତୀୟ ଲହର ପୂର୍ବରୁ ସରକାର କେତେ ପ୍ରସ୍ତୁତ ଅଛନ୍ତି? ଏବଂ କିପରି ଭାବରେ ଏହାର ସଠିକ୍‌ ଭାବରେ ମୁକାବିଲା କରାଯିବ ସେନେଇ ମୋଦି ବୈଠକ କରିବେ। ଆଜିର ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ କ୍ୟାବିନେଟ୍‌ ସଚିବ ଓ ନୀତି ଆୟୋଗର ସଦସ୍ୟ ଉପସ୍ଥିତ ରହିବେ। କାରଣ ପୂର୍ବରୁ ନୀତି ଆୟୋଗ ମଧ୍ୟ ପୂର୍ବାନୁମାନ କରିଛି ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର କରୋନାର ତୃତୀୟ ଲହର ପିକ୍‌ ରହିବ। ଆଉ ଏହି ରିପୋର୍ଟ ମିଳିବା ପରେ ସରକାରଙ୍କ ଚିନ୍ତା ବଢିଛି।

Advertisment

ଆଜି ସାଢେ ୩ଟା ରେ ଏହି ବୈଠକ ବସିବା ପାଇଁ ଯାଉଛି। କରୋନା ମହାମାରୀର ସମୀକ୍ଷା କରିବେ ମୋଦି। ଗତ ଜୁଲାଇରେ ପିଏମ ମୋଦୀଙ୍କ କ୍ୟାବିନେଟରେ ଏକ ବଡ ପରିବର୍ତ୍ତନ ହୋଇଥିଲା। ସେହି ସମୟରେ କରୋନାକୁ ନେଇ ବିଭିନ୍ନ ମନ୍ତ୍ରଣାଳୟକୁ ଅଧିକ ଦାୟିତ୍ୱ ଦିଆଯାଇଥିଲା। କୁହାଯାଉଛି ଆସିବାକୁ ଥିବା ତୃତୀୟ ଲହରରେ ପିଲାମାନେ ଅଧିକ ଆକ୍ରାନ୍ତ ହେବେ। ତେଣୁ ଆକ୍ରାନ୍ତଙ୍କୁ କେମିତି ସ୍ୱାସ୍ଥ୍ୟ ସେବା ବିନା କୌଣସି ବାଧାରେ ଯୋଗାଇ ଦିଆଯିବ ସେନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଏପଟେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଯାହା କି ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୦ ଜଣ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬୬ ଏବଂ ଲୋକାଲ କେସ୍ ୨୫୯ ଥିବା ଜଣାଯାଇଛି। ସେହପରି ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭,୪୯୩କୁ ବୃଦ୍ଧି ପାଇଛି।

Advertisment
Coronavirus India COVID19 Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ