Advertisment

ପୁଣି ଚିନ୍ତା ବଢାଉଛି ସଂକ୍ରମଣ: ୨୪ ଘଂଟାରେ ୫୮୫ ଜଣଙ୍କ ନେଲା ପ୍ରାଣ

ସୁସ୍ଥଙ୍କ ସଂଖ୍ୟା ୩,୧୩,୦୨,୩୪୫ ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ଦେଶରେ ୩,୮୫,୨୨୭ ଆକ୍ଟିଭ୍‌ କେସ ରହିଛି, ଯାହାକୁ ନେଇ ଚିନ୍ତ ପ୍ରକାଶ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସୂଚନା ଅନୁସାରେ, ଦେଶରେ ମୋଟ୍‌ ୫୨,୯୫,୮୨,୯୫୬ ଜଣଙ୍କୁ ଟିକାକରଣ କରାଯାଇଥିବା ବେଳେ ଗତ ୨୪ ଘଂଟାରେ ୫୭,୩୧,୫୭୪ ଜଣ ଭ୍ୟାକ୍ସିନ୍‌ ନେଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Coronavirus

coronavirus

Advertisment

ନୂଆଦିଲ୍ଲୀ: ଚିନ୍ତା ବଢାଉଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୪୦,୧୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୫୮୫ ଜଣଙ୍କ ପ୍ରାଣ ନେଇ କରୋନା। ତେବେ ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୨୧,୧୭,୮୨୬ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ

Advertisment

ସୁସ୍ଥଙ୍କ ସଂଖ୍ୟା ୩,୧୩,୦୨,୩୪୫ ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ଦେଶରେ ୩,୮୫,୨୨୭ ଆକ୍ଟିଭ୍‌ କେସ ରହିଛି, ଯାହାକୁ ନେଇ ଚିନ୍ତ ପ୍ରକାଶ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସୂଚନା ଅନୁସାରେ, ଦେଶରେ ମୋଟ୍‌ ୫୨,୯୫,୮୨,୯୫୬ ଜଣଙ୍କୁ ଟିକାକରଣ କରାଯାଇଥିବା ବେଳେ ଗତ ୨୪ ଘଂଟାରେ ୫୭,୩୧,୫୭୪ ଜଣ ଭ୍ୟାକ୍ସିନ୍‌ ନେଇଥିବା ସୂଚନା ମିଳିଛି।

ସେପଟେ, ଡେଲ୍‌ଟା ନେଲା ଜୀବନ। ମୁମ୍ବାଇରେ ଡେଲ୍‌ଟା ପ୍ଲସ୍‌ କରୋନା ସଂକ୍ରମିତଙ୍କ ଗଲା ଜୀବନ। କୁହାଯାଇଛି ଡେଲ୍‌ଟା ପ୍ଲସ୍‌ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା ମୁମ୍ବାଇରେ ପ୍ରଥମ। ସୂଚନା ଅନୁସାରେ ମୁମ୍ବାଇର ଘାଟ୍‌କାପୁର ଅଂଚଳରେ ଜଣେ ୬୩ ବର୍ଷୀୟ ମହିଳା କରୋନା ସଂକ୍ରମିତ ହୋଇ ଜୁଲାଇ ମାସରୁ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ସ୍ଥାନୀୟ ମେଡ଼ିକାଲର ରିପୋର୍ଟ ଅନୁସାରେ ଡେଲ୍‌ଟା ପ୍ଲସ୍‌ ଭାଇରସ୍‌ ହିଁ ମୃତ୍ୟୁର କାରଣ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୃତ ମହିଳା ଜଣକ କରୋନା ଭ୍ୟାକ୍ସିନ୍‌ର ଡବଲ ଡୋଜ୍‌ ମଧ୍ୟ ନେଇଛନ୍ତି। ପୂର୍ବରୁ ମଧ୍ୟ ମୁମ୍ବାଇରେ ଡେଲ୍‌ଟା ପ୍ଲସ୍‌ ଭାଇରସ୍‌ରେ ୨ ଜଣଙ୍କ ଜୀବନ ଯାଇଥିଲେ ସୁଦ୍ଧା ମୃତର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ୧୦ ଜୁନ୍‌ରେ ମୁମ୍ବାଇରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ଭାଇରସ୍‌ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା

Advertisment

୧୧ ଅଗଷ୍ଟରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି କିନ୍ତୁ କେଉଁ କାରଣରୁ ତାଙ୍କର ପ୍ରାଣ ଯାଇଥିଲା ସେନେଇ କୌଣସି ତଥ୍ୟ ମିଳିନଥିଲା କିନ୍ତୁ ଆଜି ମେଡ଼ିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏହାସହ ମୁମ୍ବାଇ ମହାନଗର ନିଗମ ବିଏମସି ପକ୍ଷରୁ ସରକାରଙ୍କ ପକ୍ଷରୁ ମଧ୍ୟ ଏକ ସୂଚନା ଦିଆଯାଇଛି। ଯେଉଁଥିରେ କୁହାଯାଇଛି, ବର୍ତ୍ତମାନ ମୁମ୍ବାଇରେ କେବଳ ୭ ଡେଲ୍‌ଟା ପ୍ଲସ୍‌ ମାମଲା ସକ୍ରିୟ ରହିଛି। ଯାହାକୁ ନେଇ ଏବେ ଚିନ୍ତା ବଢିଛି। କେବଳ ଏତିକି ନୁହେଁ ବରଂ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସଜାଗ ହୋଇଛି। କେଉଁଠୁ ଓ କେମିତି ଏହି ଭ୍ୟାରିଆଂଟ୍‌ରେ ଲୋକମାନେ ସଂକ୍ରମିତ ହେଉଛନ୍ତି ତାହା ଖୋଜାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ।

ଏପଟେ, ରାଜ୍ୟରେ ୧୧୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୨୫ ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Advertisment
COVID19 India India News Coronavirus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ