Advertisment

ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ: ୨୪ ଘଂଟାରେ ୪୧,୧୯୫ ଆକ୍ରାନ୍ତ ହେଲେ ଚିହ୍ନଟ

ଏହାସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୯,୦୬୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ୍‌ ଉପରେ ଏବେ ଦେଶରେ କରୋନାରୁ ସୁସ୍ଥ ହେଲେଣି୩,୧୨,୬୦,୦୫୦ ଜଣ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶରେ ଆକ୍ଚିଭ୍‌ କେସ୍‌ର ସଂଖ୍ୟା ୩,୮୭,୯୮୭ ରହିଛି। ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି।

ଅଦ୍ୟତନ ହୋଇଛି
ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ: ୨୪ ଘଂଟାରେ ୪୧,୧୯୫ ଆକ୍ରାନ୍ତ ହେଲେ ଚିହ୍ନଟ

corona third wave

Advertisment

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୪୧,୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୦ ଜଣଙ୍କ ଯାଇଛି ଜୀବନ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୨୦,୭୭,୭୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪,୨୯,୬୬୯ରେ ପହଞ୍ଚିଛି। ଏହାସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୯,୦୬୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ୍‌ ଉପରେ ଏବେ ଦେଶରେ କରୋନାରୁ ସୁସ୍ଥ ହେଲେଣି୩,୧୨,୬୦,୦୫୦ ଜଣ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶରେ ଆକ୍ଚିଭ୍‌ କେସ୍‌ର ସଂଖ୍ୟା ୩,୮୭,୯୮୭ ରହିଛି। ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି।

Advertisment

ଏପଟେ, ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୪୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୬୧ ରହିଛି।ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୪, ବାଲେଶ୍ୱରରୁ ୬୬, ବରଗଡ଼ରୁ ୫, ଭଦ୍ରକରୁ ୩୬, ବଲାଙ୍ଗିରରୁ ୩, କଟକରୁ ୧୩୦, ଦେବଗଡ଼ରୁ ୩, ଢେଙ୍କାନାଳରୁ ୧୨, ଗଜପତିରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୫୩, ଯାଜପୁରରୁ ୫୨, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୭, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୪୨, କେନ୍ଦୁଝରରୁ ୧୮, ଖୋର୍ଦ୍ଧାରୁ ୩୯୭, କୋରାପୁଟରୁ ୧, ମାଲକାନଗିରିିରୁ ୧୦, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୨୯, ନୂଆପଡ଼ାରୁ ୧, ପୁରୀରୁ ୨୮, ରାୟଗଡ଼ାରୁ ୫, ସମ୍ବଲପୁରରୁ ୨୦, ସୁବର୍ଣ୍ଣପୁରରୁ ୪, ସୁନ୍ଦରଗଡ଼ରୁ ୧୭ ଓ ଷ୍ଟେଟପୁଲରୁ ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ସେପଟେ, କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସ ଆଣ୍ଡ୍‌ ମ୍ୟାଚ୍ ଟ୍ରାଏଲ୍ ବା ମିଶ୍ରଣ ପରୀକ୍ଷାକୁ DCGI ଗତକାଲି ଅନୁମୋଦନ ଦେଇସାରିଛି। ଯଦି ପରୀକ୍ଷଣ ସଫଳ ହୁଏ, ଖୁବଶୀଘ୍ର ଅଲଗା ଅଲଗା କମ୍ପାନିର ଦୁଇ ଡୋଜ୍ ନେଇ କୋଭିଡର ମୁକାବିଲା କରିହେବ। ନିକଟରେ ICMR ପକ୍ଷରୁ ହୋଇଥିବା ଗବେଷଣାରୁ ଗୋଟିଏ ଭ୍ୟାକ୍ସିନର ଦୁଇଟି ଡୋଜ୍ ବଦଳରେ ଭିନ୍ନ ଭିନ୍ନ ଟିକାର ଦୁଇଟି ଡୋଜ୍ ନେଲେ ଅଧିକ ପ୍ରଭାବୀ ହେଉଥିବା ଜଣାପଡ଼ିଥିଲା। ସେପଟେ କୋଭିଡ୍ ପରୀକ୍ଷାକୁ ତ୍ୱରାନ୍ୱିତ କରିବାକୁ ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ RTPCR ଟେଷ୍ଟ ଲ୍ୟାବ୍ ଖୋଲିବାକୁ ଚେଷ୍ଟା ଚଳାଇଛି ସ୍ୱାସ୍ଥ୍ୟ ବିଭାଗ।

India Corona. Covid19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ