Advertisment

ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ: ୨୪ ଘଂଟାରେ ୩୮,୩୫୩ ଆକ୍ରାନ୍ତ ଚିହ୍ନଟ

ଏହାସହ ୨୪ ଘଂଟାରେ ଦେଶରେ ୪୦୦୧୩ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଏହାସହ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା ୩,୧୨,୨୦,୯୮୧ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ବି ଦେଶରେ ମୋଟ୍‌ ୩,୮୬,୩୫୧ ଆକ୍ଚିଭ୍‌ କେସ ରହିଛି।

ଅଦ୍ୟତନ ହୋଇଛି
ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୩୦,୫୪୯ ଆକ୍ରାନ୍ତ ହେଲେ ଚିହ୍ନଟ

corona virus

Advertisment

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଗତକାଲି ପାଖାପାଖି ୧୪୭ ଦିନ ପରେ ସଂକ୍ରମଣ କମିଥିବା ବେଳେ ଆଜି ପୁଣି ଥରେ ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୮,୩୫୩ କରୋନା ସଂକ୍ରମିତ ହୋଇଥିବା ବେଳେ ୪୯୭ ଜଣଙ୍କ ପ୍ରାଣ ନେଇଛି କରୋନା। ଏହାସହ ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‌ ୩,୨୦,୩୬,୫୧୧ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୪,୨୯,୧୭୯ରେ ପହଞ୍ଚିଛି। ଏହାସହ ୨୪ ଘଂଟାରେ ଦେଶରେ ୪୦୦୧୩ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଏହାସହ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା ୩,୧୨,୨୦,୯୮୧ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ବି ଦେଶରେ ମୋଟ୍‌ ୩,୮୬,୩୫୧ ଆକ୍ଚିଭ୍‌ କେସ ରହିଛି।

Advertisment

ସେପଟେ, ପୁଣି ଚର୍ଚ୍ଚାକୁ ଆସିଲା ଉହାନ। କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଉହାନରେ ପୁଣି ବ୍ୟାପିଛି ମହାମାରୀ। ଦୀର୍ଘ ୭ ମାସ ପରେ ମଙ୍ଗଳବାର କରୋନା ସଂକ୍ରମଣ ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଡେଲ୍‌ଟା ଭାରିଏଣ୍ଟ ଚୀନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବଢୁଥିବା ସଂକ୍ରମଣକୁ ଦେଖି ଚୀନରେ ଲକ୍‌ ହାଉନ କଡାକଡ଼ି କରାଯିବା ସହ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅଧିକ ସଂଖ୍ୟକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। କଟକଣାକୁ କଡାକଡ଼ି କରାଯାଇଛି। ତେବେ ଉହାନର ଉପରମୁହାଁ ସଂକ୍ରମଣ ଏକ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି।

Advertisment

ଉହାନରେ କରୋନା ଭାଇରସର ଉତ୍ପତି ହେବା ପରେ ଏହା ସଂକ୍ରମତ ହୋଇଥିଲା। ଅନେକ ଧନ ଜୀବନ ଯିବା ପରେ ଏଠାରେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିଥିଲା। ଏପରିକି ସଂକ୍ରମଣ ଶୂନକୁ ଚାଲି ଆସିଥିଲା। ଏହା ପରେ କୋଭିଡ ଗାଇଡ ଲାଇନ ଭିତରେ ଏଠାରେ ପୁଣି ଜନଜୀବନ ସ୍ୱାଭାବିକ ହୋଇଥିଲା। ହେଲେ ଏବେ ପୁଣି ଉହାନ ବଢାଇ ଦେଇଛି ଚିନ୍ତା। ଚୀନ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ଉହାନରେ ମଙ୍ଗଳବାର କରୋନା ସଂକ୍ରମଣ ବୃଦ୍ଧି ପାଇ୧୪୩ରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତା ବଢିଛି।

ଏପଟେ, ରାଜ୍ୟରେ ଗତ ୨୪ ଘଂଟାରେ ୧୦୭୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୨୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୫୨ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୩୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ ୧୪୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Advertisment
Coronavirus India COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ