Advertisment

ଦେଶରେ ସଂକ୍ରମଣ କମୁଛି। ୨୪ ଘଣ୍ଟାରେ ୩୫,୪୯୯ ଜଣ ସଂକ୍ରମିତ ଚିହ୍ନଟ

ଏପଟେ, ରାଜ୍ୟରେ କ୍ରମାଗତ ଭାବରେ କମୁଛି ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ୍‌ କେସର ସଂଖ୍ୟା ୩୭୪ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

ଅଦ୍ୟତନ ହୋଇଛି
ଦେଶରେ ସଂକ୍ରମଣ କମୁଛି। ୨୪ ଘଣ୍ଟାରେ ୩୫,୪୯୯ ଜଣ ସଂକ୍ରମିତ ଚିହ୍ନଟ

Covid 19

Advertisment

ନୂଆଦିଲ୍ଲୀ:ଦେଶରେ କ୍ରମାଗତ ଭାବରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ମୋଟ୍‌ ୩୫,୪୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣଙ୍କ ଯାଇଛି ଜୀବନ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୧୯,୬୯,୯୫୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪,୨୮,୩୦୯ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା। କେବଳ ଏତିକି ନୁହେଁ ବରଂ ୨୪ ଘଣ୍ଟା ମଧ୍ୟରେ ୩୯,୬୮୬ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାସହ ସୁସ୍ଥଙ୍କ ସଂଖ୍ୟା ୩,୧୧,୩୯,୪୫୭ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ବି ଦେଶରେ ମୋଟ୍‌ ୪,୦୨, ୧୮୮ ଆକ୍ଟିଭ୍‌ କେସ ରହିଛି।

Advertisment

ଏପଟେ, ରାଜ୍ୟରେ କ୍ରମାଗତ ଭାବରେ କମୁଛି ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ୍‌ କେସର ସଂଖ୍ୟା ୩୭୪ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଏପଟେ, ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରୁ ୧୩, ସମ୍ବଲପୁରରୁ ୮, ବରଗଡ଼ରୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ବଲାଙ୍ଗିରରୁ ୩, ନୂଆପଡ଼ାରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ଝାରସୁଗୁଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସୁନ୍ଦରଗଡ଼ରୁ ଜଣେ ଲେଖାଏଁଙ୍କ ପ୍ରାଣ ନେଇ ମହାମାରୀ। ଏହାସହ ମୋଟ୍‌ କରୋନାଜନିତ ମୃତ୍ୟୁସଂଖ୍ୟା ୬,୫୦୧କୁ ବୃଦ୍ଧି ପାଇଛି।

Advertisment

ସେପଟେ, ଭଲ କାମ କରୁଛି ଭ୍ୟାକ୍ସିନ୍ କକଟେଲ। କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ମିଶ୍ରଣରୁ ମିଳୁଛି ସକରାତ୍ମକ ପରିଣାମ। କୋଭିଡ୍ ବିରୋଧୀ ଲଢ଼େଇର ପ୍ରମୁଖ ଅସ୍ତ୍ର ଟିକାକୁ ନେଇ ଗତକାଲି ଏଭଳି ଉତ୍ସାହପ୍ରଦ ଦାବି ରଖିଛି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ ବା ଆଇସିଏମ୍ଆର୍ ସଂସ୍ଥା କହିଛି। କୋଭାକ୍ସିନ୍ ଓ କୋଭିସିଲ୍ଡର ଅଲଗା ଅଲଗା ଡୋଜ୍ ଦିଆଯିବା ଦ୍ୱାରା ଏହା କରୋନା ବିରୋଧରେ ଶରୀରରେ କେବଳ ଅଧିକ ପ୍ରତିରୋଧୀ କ୍ଷମତା ସୃଷ୍ଟି କରୁନି, କୋଭିଡ୍‌ର ବିଭିନ୍ନ ଭ୍ୟାରିଏଣ୍ଟକୁ ମଧ୍ୟ ପ୍ରଭାବୀ ଢଙ୍ଗରେ ପ୍ରତିରୋଧ କରୁଛି। ଯାହା ଏକ ଆଶ୍ୱସ୍ତିର ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ।

Odisha Coronavirus India COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ