Advertisment

ଦେଶରେ ପୁଣି ଥରେ ଉପରମୁହାଁ କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୪୪,୬୪୩ ଆକ୍ରାନ୍ତ ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ୪୧,୦୯୬ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାସହ ସୁସ୍ଥଙ୍କ ସଂଖ୍ୟା ୩,୧୦,୧୫,୮୪୪ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନ ସମୟରେ ବି ଆକ୍ଟିଭ୍‌ କେସର ସଂଖ୍ୟା ୪,୧୪,୧୫୯ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୪୯,୫୩,୨୭,୫୯୫ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

ଅଦ୍ୟତନ ହୋଇଛି
ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ: ୨୪ ଘଂଟାରେ ୪୧,୧୯୫ ଆକ୍ରାନ୍ତ ହେଲେ ଚିହ୍ନଟ

corona third wave

Advertisment

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ୪୪,୬୪୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଏବଂ ୪୬୪ ଜଣଙ୍କ ପ୍ରାଣ ଯାଇଛି। ଯାହାକୁ ନେଇ ପୁଣି ଥରେ ଚିନ୍ତା ବଢିଛି। କାରଣ ସ୍ଥିତି ଏପରି ହେଲାଣି ଯେ, ଗତ କିଛି ଦିନ ମଧ୍ୟରେ ସଂକ୍ରମଣର ଗ୍ରାଫ୍‌ ବଢିବାରେ ଲାଗିଛି। ସ୍ୱାସ୍ଥ୍ୟମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୧୮,୫୬,୭୫୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଓ ମୃତ୍ୟୁସଂଖ୍ୟା ୪,୨୬,୭୫୪ରେ ପହଞ୍ଚିଲାଣି। କେବଳ ଏତିକି ନୁହେଁ ବରଂ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୦୯୬ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାସହ ସୁସ୍ଥଙ୍କ ସଂଖ୍ୟା ୩,୧୦,୧୫,୮୪୪ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନ ସମୟରେ ବି ଆକ୍ଟିଭ୍‌ କେସର ସଂଖ୍ୟା ୪,୧୪,୧୫୯ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୪୯,୫୩,୨୭,୫୯୫ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

Advertisment

ଏପଟେ, ରାଜ୍ୟରେ ଗତ ୨୪ ଘଂଟାରେ ୧୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୭୭୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୫୬୭ରହିଛି। ତେବେ କଟକରେ ଧୀରେ ଧୀରେ ସଂକ୍ରମଣ କମୁଥିବା ବେଳେ ଖୋର୍ଦ୍ଧାରେ ସଂକ୍ରମଣ କମୁ ନାହିଁ। ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୭୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ ଓ ପୁରୀରୁ ୧୨ ଜଣ ଲେଖାଏ, କଟକରୁ ୧୧, କେନ୍ଦ୍ରାପଡ଼ାରୁ ୪, ବରଗଡ଼ରୁ ୩,ବାଲେଶ୍ୱର, ଢେଙ୍କାନାଳରୁ ୨ ଜଣ ଲେଖାଏ, ଭଦ୍ରକ, ବଲାଙ୍ଗିର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୨୩୬ରେ ପହଞ୍ଚିଛି।

Advertisment
Coronavirus India COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ