Advertisment

ଦେଶରେ ପୁଣି ବଢିଲା ସଂକ୍ରମଣ: ୨୪ ଘଣ୍ଟାରେ ୪୨,୯୮୨ ଆକ୍ରାନ୍ତ ହେଲେ ଚିହ୍ନଟ

ଏପଟେ, ଗତ ୨୪ ଘଂଟାରେ ରାଜ୍ୟରେ ୧୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୭୭୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୫୬୭ରହିଛି। ତେବେ କଟକରେ ଧୀରେ ଧୀରେ ସଂକ୍ରମଣ କମୁଥିବା ବେଳେ ଖୋର୍ଦ୍ଧାରେ ସଂକ୍ରମଣ କମୁନାହିଁ। ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ହିଁ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୭୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୩୦,୫୪୯ ଆକ୍ରାନ୍ତ ହେଲେ ଚିହ୍ନଟ

corona virus

Advertisment

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ସଂକ୍ରମଣ। ୨୪ ଘଂଟାରେ ୪୨,୯୮୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେବଳ ଏତିକି ନୁହେଁ ବରଂ ୫୩୩ ଜଣଙ୍କ ପ୍ରାଣ ନେଇଛି ମହାମାରୀ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣଆଳୟର ରିପୋର୍ଟ ଅନୁସାରେ, ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮,୧୨,୧୧୪ରେ ପହଞ୍ଚିଥିବା ବେଳେ ଓ ମୃତ୍ୟୁସଂଖ୍ୟା ୪,୨୬,୨୯୦ରେ ପହଞ୍ଚିଛି। କେବଳ ଏତିକି ନୁହେଁ ବରଂ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୭୨୬ ଆକ୍ରାନ୍ତ କରୋନାରୁ ସୁସ୍ଥ ହେବା ସହ ଦେଶରେ ମୋଟ୍‌ ୩,୦୯,୭୪,୭୪୮ ଆକ୍ରାନ୍ତ ସୁସ୍ଥ ହେଲେଣି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶର ଆକ୍ଟିଭ୍‌ କେସର ସଂଖ୍ୟା ୪,୧୧,୦୭୬ ରହିଛି। ସେପଟେ ଦେଶରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି। ଏବେ ସୁଦ୍ଧା ମୋଟ୍ ୪୮,୯୩,୪୨,୨୯୫ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

Advertisment

ଏପଟେ, ଗତ ୨୪ ଘଂଟାରେ ରାଜ୍ୟରେ ୧୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୭୭୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୫୬୭ରହିଛି। ତେବେ କଟକରେ ଧୀରେ ଧୀରେ ସଂକ୍ରମଣ କମୁଥିବା ବେଳେ ଖୋର୍ଦ୍ଧାରେ ସଂକ୍ରମଣ କମୁନାହିଁ। ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ହିଁ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୭୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ସେହିପରି ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ ଓ ପୁରୀରୁ ୧୨ ଜଣ ଲେଖାଏ, କଟକରୁ ୧୧, କେନ୍ଦ୍ରାପଡ଼ାରୁ ୪, ବରଗଡ଼ରୁ ୩,ବାଲେଶ୍ୱର, ଢେଙ୍କାନାଳରୁ ୨ ଜଣ ଲେଖାଏ, ଭଦ୍ରକ, ବଲାଙ୍ଗିର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୨୩୬ରେ ପହଞ୍ଚିଛି।

ସେପଟେ, ରାଜ୍ୟବାସୀଙ୍କୁ ଗତକାଲି ପୁଣି ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟମ ନମାନିଲେ ପୁଣି ଲକଡାଉନ କରାଯିବ ବୋଲି ସତର୍କ କଲେ । ଦେଶର ଅନ୍ୟ ରାଜ୍ୟରେ କୋଭିଡ଼ କେସ୍ ବଢୁଛି । ଭୁବନେଶ୍ୱରରେ କୋଭିଡ୍‌ କେସ୍ ସ୍ଥିର ରହିଛି । ଓଡ଼ିଶା ଧିରେ ଧିରେ ଅନ୍‌ଲକ୍‌ ହେଉଛି । ତେଣୁ ଯଦି ରାଜ୍ୟବାସୀ ଅନ୍‌ଲକ୍‌ ଚାହୁଁଛନ୍ତି ତେବେ ନିୟମ ମାନି ଚଳନ୍ତୁ । ନଚେତ୍‌ ପୁଣି ଥରେ ଲକ୍‌ଡାଉନ୍‌ ଫେରିବ ବୋଲି ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisment
India Corona. Covid19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ