Advertisment

ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୩୦,୫୪୯ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ଧୀରେ ଧୀରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ୪୨୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦,୫୪୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୭ ଲକ୍ଷ ୨୬ ହଜାର ୫୦୭ ରେ ପହଞ୍ଚିଛି। ସେହିପରି ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୫ ହଜାର ୧୯୫କୁ ବୃଦ୍ଧି ପାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶରେ ଆକ୍ଟିଭ୍‌ କେସର ସଂଖ୍ୟା ୪,୦୪,୯୫୮ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩,୦୮,୯୬,୩୫୪ରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୩୦,୫୪୯ ଆକ୍ରାନ୍ତ ହେଲେ ଚିହ୍ନଟ

corona virus

Advertisment

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ୪୨୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦,୫୪୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୭ ଲକ୍ଷ ୨୬ ହଜାର ୫୦୭ ରେ ପହଞ୍ଚିଛି। ସେହିପରି ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୫ ହଜାର ୧୯୫କୁ ବୃଦ୍ଧି ପାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶରେ ଆକ୍ଟିଭ୍‌ କେସର ସଂଖ୍ୟା ୪,୦୪,୯୫୮ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩,୦୮,୯୬,୩୫୪ରେ ପହଞ୍ଚିଛି।

Advertisment

ସେପଟେ, ଅଗଷ୍ଟ ମାସରେ କରୋନାର ତୃତୀୟ ଲହରୀ ସମ୍ଭାବନା ଦେଖାଦେଇଛି । ଦେଶରେ ତୃତୀୟ ଲହରୀ ଚଳିତ ମାସରୁ ଆରମ୍ଭ ହୋଇପାରେ ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି । ତୃତୀୟ ଲହରୀ ସମୟରେ ପ୍ରତିଦିନ ଏକ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି । ସର୍ବାଧିକ ସାଂଘାତିକ ସ୍ଥିତିରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧.୫ ଲକ୍ଷରେ ପହଞ୍ଚିପାରେ । ହାଇଦ୍ରାବାଦ ଏବଂ କାନପୁରରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ରେ ମଥୁକୁମଲ୍ଲୀ ବିଦ୍ୟାସାଗର ଏବଂ ମଣିନ୍ଦ୍ର ଅଗ୍ରୱାଲଙ୍କ ନେତୃତ୍ୱରେ ହୋଇଥିବା ଅନୁସନ୍ଧାନରେ ଦାବି କରାଯାଉଛି, ଅକ୍ଟୋବରରେ ତୃତୀୟ ଲହରୀ ଶିଖର ଛୁଇଁପାରେ । କେରଳ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ଯୋଗୁଁ ପରିସ୍ଥିତି ପୁଣି ଗୁରୁତର ହୋଇପାରେ ବୋଲି ବିଦ୍ୟାସାଗର ଏକ ଇମେଲରେ ଦର୍ଶାଇଛନ୍ତି । ତେବେ ଆଶା କରାଯାଉଛି କୋଭିଡ -19 ର ତୃତୀୟ ଲହରୀ ଦ୍ୱିତୀୟ ଲହରୀ ଭଳି ମାରାତ୍ମକ ହେବ ନାହିଁ ।

Advertisment

ଏପଟେ, ରାଜ୍ୟରେ କରୋନା ସଂକ୍ରମଣ ନିମ୍ନ ମୁହାଁ ହେଉଛି। ଆଜି ରାଜ୍ୟରୁ ୧,୧୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୬୫୭ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ୍‌ ୪୭୨ ଥିବା ଜଣାଯାଇଛି। ୨୪ ଘଣ୍ଟାମ ମଧ୍ୟରେ ୧୭୮୫ ଜଣ ରୋଗୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରୁ ପୁଣି ୬୯ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬,୧୦୨ ରେ ପହଞ୍ଚିଛି।

Coronavirus India COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ