Advertisment

୨୪ ଘଂଟାରେ ଦେଶରେ ୪୦,୧୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ଆଜି ସାମାନ୍ୟ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ୪୦,୧୩୪ ଜଣ କରୋନା ଆକ୍ରାନ୍ତ ହେଲେ ଚିହ୍ନଟ ହୋଇଛନ୍ତି। ଏହାସହ ୪୨୨ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ସାରା ଦେଶରେ ମୋଟ୍‌ ୩,୧୬,୯୫,୯୫୮ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୪,୨୪,୭୭୩ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା। ଠିକ୍‌ ସେହିପରି ସୁସ୍ଥତାସଂଖ୍ୟା ୩,୦୮,୫୭,୪୬୭ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ବି ଆକ୍ଚିଭ୍ କେସର ସଂଖ୍ୟା ୪,୧୩,୭୧୮ ରହିଛି।

ଅଦ୍ୟତନ ହୋଇଛି
ସେପ୍ଟେମ୍ବରରେ ଦୈନିକ ଆସିପାରେ ୪ ଲକ୍ଷ କରୋନା କେସ୍‌: ୨ ଲକ୍ଷ ICU ବେଡ଼୍‌ ରଖିବାକୁ ପରାମର୍ଶ

covid19

Advertisment

ନୂଆଦିଲ୍ଲୀ: ଦେଶରେ ଆଜି ସାମାନ୍ୟ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ୪୦,୧୩୪ ଜଣ କରୋନା ଆକ୍ରାନ୍ତ ହେଲେ ଚିହ୍ନଟ ହୋଇଛନ୍ତି। ଏହାସହ ୪୨୨ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ସାରା ଦେଶରେ ମୋଟ୍‌ ୩,୧୬,୯୫,୯୫୮ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୪,୨୪,୭୭୩ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା। ଠିକ୍‌ ସେହିପରି ସୁସ୍ଥତାସଂଖ୍ୟା ୩,୦୮,୫୭,୪୬୭ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ବି ଆକ୍ଚିଭ୍ କେସର ସଂଖ୍ୟା ୪,୧୩,୭୧୮ ରହିଛି।

Advertisment

ଏପଟେ, ରାଜ୍ୟରେ ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୦୩୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୩୪ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୭୩୭କୁ ବୃଦ୍ଧି ପାଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଅନୁସାରେ ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୮, ବାଲେଶ୍ୱର ଜିଲ୍ଲାରୁ ୩୬, ବରଗଡ଼ ଜିଲ୍ଲାରୁ ୮, ଭଦ୍ରକ ଜିଲ୍ଲାରୁ ୪୭, ବଲାଙ୍ଗିର ଜିଲ୍ଲାରୁ ୪, ବୌଦ୍ଧ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୧୫୪, ଦେବଗଡ଼ ଜିଲ୍ଲାରୁ ୮, ଢେଙ୍କାନାଳ ଜିଲ୍ଲାରୁ ୨୫, ଗଜପତି ଜିଲ୍ଲାରୁ ୬, ଗଂଜାମ ଜିଲ୍ଲାରୁ ୮, ଜଗତସିଂହପୁର ଜିଲ୍ଲାରୁ ୮୨, ଯାଜପୁର ଜିଲ୍ଲାରୁ ୪୩, ଝାରସୁଗୁଡ଼ା ଜିଲ୍ଲାରୁ ୩, କଳାହାଣ୍ଡି ଜିଲ୍ଲାରୁ ୬, କନ୍ଧମାଳ ଜିଲ୍ଲାରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮, କେନ୍ଦୁଝର ଜିଲ୍ଲାରୁ ୨୩, ଖୋର୍ଦ୍ଧା ଜିଲ୍ଲାରୁ ୨୩୭, କୋରାପୁଟ ଜିଲ୍ଲାରୁ ୯, ମାଲକାନଗିରି ଜିଲ୍ଲାରୁ ୬, ମୟୂରଭଞ୍ଜ ଜିଲ୍ଲାରୁ ୨୦, ନବରଙ୍ଗପୁର ଜିଲ୍ଲାରୁ ୬, ନୟାଗଡ଼ ଜିଲ୍ଲାରୁ ୩୦, ନୂଆପଡ଼ା ଜିଲ୍ଲାରୁ ୧, ପୁରୀ ଜିଲ୍ଲାରୁ ୮୨, ରାୟଗଡ଼ା ଜିଲ୍ଲାରୁ ୮, ସମ୍ବଲପୁର ଜିଲ୍ଲାରୁ ୧୯, ସୁବର୍ଣ୍ଣପୁର ଜିଲ୍ଲାରୁ ୧୦, ସୁନ୍ଦରଗଡ଼ ଜିଲ୍ଲାରୁ ୨୩, ଷ୍ଟେଟପୁଲରୁ ୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Advertisment

ସେପଟେ, ଅଗଷ୍ଟ ମାସରେ କରୋନାର ତୃତୀୟ ଲହରୀ ସମ୍ଭାବନା । ଦେଶରେ ତୃତୀୟ ଲହରୀ ଚଳିତ ମାସରୁ ଆରମ୍ଭ ହୋଇପାରେ ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି । ତୃତୀୟ ଲହରୀ ସମୟରେ ପ୍ରତିଦିନ ଏକ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି । ସର୍ବାଧିକ ସାଂଘାତିକ ସ୍ଥିତିରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧.୫ ଲକ୍ଷରେ ପହଞ୍ଚିପାରେ । ହାଇଦ୍ରାବାଦ ଏବଂ କାନପୁରରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ରେ ମଥୁକୁମଲ୍ଲୀ ବିଦ୍ୟାସାଗର ଏବଂ ମଣିନ୍ଦ୍ର ଅଗ୍ରୱାଲଙ୍କ ନେତୃତ୍ୱରେ ହୋଇଥିବା ଅନୁସନ୍ଧାନରେ ଦାବି କରାଯାଉଛି, ଅକ୍ଟୋବରରେ ତୃତୀୟ ଲହରୀ ଶିଖର ଛୁଇଁପାରେ । କେରଳ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ଯୋଗୁଁ ପରିସ୍ଥିତି ପୁଣି ଗୁରୁତର ହୋଇପାରେ ବୋଲି ବିଦ୍ୟାସାଗର ଏକ ଇମେଲରେ ଦର୍ଶାଇଛନ୍ତି । ତେବେ ଆଶା କରାଯାଉଛି କୋଭିଡ -19 ର ତୃତୀୟ ତଲହରୀ ଦ୍ୱିତୀୟ ଲହରୀ ଭଳି ମାରାତ୍ମକ ହେବ ନାହିଁ ।

Odisha Coronavirus India COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ