Advertisment

ଦେଶରେ ପୁଣି ଥରେ ବଢୁଛି ସଂକ୍ରମଣ। ୨୪ ଘଣ୍ଟାରେ ୪୧ ହଜାର ୬୪୯ ଆକ୍ରାନ୍ତ ହେଲେ ଚିହ୍ନଟ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ତେବେ ଏହାରି ମଧ୍ୟରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ଦେଶରେ ବର୍ତ୍ତମାନ ୩,୧୬,୫୫,୮୨୪ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪,୨୪,୩୫୧ରେ ପହଞ୍ଚିଲାଣି। ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ବି ଦେଶରେ ୪,୧୦,୯୫୨ ଆକ୍ଟିଭ୍‌ କେସ ରହିଛି। ଆଉ ଏହାରି ମଧ୍ୟରେ ୪୭,୦୨,୯୮,୫୯୬ଜଣ କରୋନା ଟିକା ନେଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛି।

ଅଦ୍ୟତନ ହୋଇଛି
ରାଜ୍ୟରେ ୧୫୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ, କେବଳ ଖୋର୍ଦ୍ଧାରୁ ବାହାରିଲେ ୪୭୯ ପଜିଟିଭ୍‌

coronavirus

Advertisment

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୬୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଶହ ୯୩ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ତେବେ ଏହାରି ମଧ୍ୟରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ଦେଶରେ ବର୍ତ୍ତମାନ ୩,୧୬,୫୫,୮୨୪ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪,୨୪,୩୫୧ରେ ପହଞ୍ଚିଲାଣି। ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ବି ଦେଶରେ ୪,୧୦,୯୫୨ ଆକ୍ଟିଭ୍‌ କେସ ରହିଛି। ଆଉ ଏହାରି ମଧ୍ୟରେ ୪୭,୦୨,୯୮,୫୯୬ଜଣ କରୋନା ଟିକା ନେଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛି।

Advertisment

ଏପଟେ, ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଉପକୂଳ ଓଡ଼ିଶାର ଦୁଇରୁ ତିନୋଟି ଜିଲ୍ଲାକୁ ଛାଡ଼ି ଅନ୍ୟ ଜିଲ୍ଲା ଗୁଡ଼ିକରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୪୩୭ ନୂତନ ସଂକ୍ରମିତ ଚିହ୍ନଟ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୮୩୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ଅଛନ୍ତି ୬୦୫ ଜଣ । ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଜଣ କରୋନାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisment

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଆଜି ଅନୁଗୁଳ ଜିଲ୍ଲାରୁ ୪୭, ବାଲେଶ୍ୱର ଜିଲ୍ଲାରୁ ୬୪, ବରଗଡ଼ ଜିଲ୍ଲାରୁ ୮, ଭଦ୍ରକ ଜିଲ୍ଲାରୁ ୪୭, ବଲାଙ୍ଗିର ଜିଲ୍ଳାରୁ ୪, ବୌଦ୍ଧ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୧୯୦, ଦେବଗଡ଼ ଜିଲ୍ଲାରୁ ୮,ଢେଙ୍କାନାଳ ଜିଲ୍ଲାରୁ ୨୧, ଗଜପତି ଜିଲ୍ଲାରୁ ୩, ଗଂଜାମ ଜିଲ୍ଲାରୁ ୧୦, ଜଗତସିଂହପୁର ଜିଲ୍ଲାରୁ ୮୬,ଯାଜପୁର ଜିଲ୍ଲାରୁ ୬୬, ଝାରସୁଗୁଡ଼ା ଜିଲ୍ଲାରୁ ୫, କଳାହାଣ୍ଡି ଜିଲ୍ଲାରୁ ୬, କନ୍ଧମାଳ ଜିଲ୍ଲାରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୧, କେନ୍ଦୁଝର ଜିଲ୍ଲାରୁ ୧୯, ଖୋର୍ଦ୍ଧା ଜିଲ୍ଲାରୁ ୪୦୯, କୋରାପୁଟ ଲ୍ଲାରୁ ୫, ମାଲକାନଗିରି ଜିଲ୍ଲାରୁ ୭, ମୟୂରଭଞ୍ଜ ଜିଲ୍ଲାରୁ ୪୦, ନବରଙ୍ଗପୁର ଜିଲ୍ଲାରୁ ୨, ନୟାଗଡ଼ ଜିଲ୍ଲାରୁ ୩୬,ପୁରୀ ଜିଲ୍ଲାରୁ ୧୪୬, ରାୟଗଡ଼ା ଜିଲ୍ଲାରୁ ୧୧, ସମ୍ବଲପୁର ଜିଲ୍ଲାରୁ ୧୬, ସୋନପୁର ଜିଲ୍ଲାରୁ ୧୩, ସୁନ୍ଦରଗଡ଼ ଜିଲ୍ଲାରୁ ୨୯ ଓ ଷ୍ଟେଟ୍ ପୁଲରୁ ୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Coronavirus India COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ