Advertisment

ଦେଶରେ କମୁଛି ସଂକ୍ରମଣ, ୨୪ ଘଂଟାରେ ୧୫ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ କମିଲା ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୫ ହଜାର ୮୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୬ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ସେହିପରି ଭାବରେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୦୧,୭୪୩ରେ ପହଞ୍ଚିଛି

ଅଦ୍ୟତନ ହୋଇଛି
Coronavirus

Coronavirus

Advertisment

ନୂଆଦିଲ୍ଲୀ: ଦେଶରେ କମିଲା ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୫ ହଜାର ୮୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୬ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ସେହିପରି ଭାବରେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୦୧,୭୪୩ରେ ପହଞ୍ଚିଛି। କେବଳ ଏତିକି ନୁହେଁ ବରଂ ଗତ ୨୪ ଘଣ୍ଟାରେ ହୋଇଥିବା ୨୨୬ ମୃତ୍ୟୁକୁ ମିଶାଇ ଭାରତରେ ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୪,୫୧,୧୮୯ରେ ପହଞ୍ଚିଛି। ଏହାସହ ଦେଶରେ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା ୩,୩୩,୪୨,୯୦୧ ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା,ଏବେ ବି ଦେଶରେ ଆକ୍ଟିଭ୍‌ କେସ୍‌ର ସଂଖ୍ୟା ୨,୦୭,୬୫୩ ରହିଛି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କର ଚିନ୍ତା ବଢିଛି। ଏପଟେ ରାଜ୍ୟରେ ବିଶେଷ କରି ଖୋର୍ଦ୍ଧା ଓ କଟକରେ କରୋନା ସଂକ୍ରମଣ ବଢୁଛି।

Advertisment

ପାର୍ବଣରେ ସଂକ୍ରମଣ ବଢ଼ିବା ଆଶଙ୍କା ନେଇ DMET ସୂଚନା ମଧ୍ୟ ଦେଇଛନ୍ତି। ଡିଏମ୍‌ଇଟି ମୁଖ୍ୟ ସିବିକେ ମହାନ୍ତି କହିଛନ୍ତି, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅଧିକ ଲୋକ ଆସୁଥିବାରୁ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି। କିଛିଟା ବଢ଼ି ଦୈନିକ ସଂକ୍ରମଣ ୪୦୦ରୁ ୬୦୦ ଭିତରେ ରହୁଛି। ଟେଷ୍ଟ ପଜିଟିଭିଟି ରେଟ୍ ଏବଂ ଆକ୍ଟିଭ୍‌ କେସ୍‌କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଜୋନ୍ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ଲୋକମାନଙ୍କୁ ସବୁବେଳେ ସଚେତନ ରହିବାକୁ ହେବ। ସଚେତନ ରହିଲେ ହିଁ କରୋନା ସଂକ୍ରମଣକୁ ରୋକି ହେବ। ତେବେ ପାର୍ବଣ ଚାଲୁଥିବାରୁ ଅଧିକ ସଂକ୍ରମଣ ହେବା ନେଇ ଆଶଙ୍କା ରହିଛି।

Advertisment
India COVID19 Corona Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ