Advertisment

ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୧୯ ହଜାର ସଂକ୍ରମିତ ଚିହ୍ନଟ

ଦେଶରେ ଆଜି କମିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୧୯,୭୪୦ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୪୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୯,୩୫,୩୦୯ରେ ପହଞ୍ଚିଛି ମୋଟ୍‌ ସଂକ୍ରମଣଙ୍କ ସଂଖ୍ୟା। ସେହିପରି ଭାବରେ ମୃତକଙ୍କ ସଂଖ୍ୟା ୪,୫୦,୩୭୫ରେ ପହଞ୍ଚିଛି।

undefined

india coronavirus update 25 september 2021

Advertisment

ନୂଆଦିଲ୍ଲୀ: ଦେଶରେ ଆଜି କମିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୧୯,୭୪୦ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୪୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୯,୩୫,୩୦୯ରେ ପହଞ୍ଚିଛି ମୋଟ୍‌ ସଂକ୍ରମଣଙ୍କ ସଂଖ୍ୟା। ସେହିପରି ଭାବରେ ମୃତକଙ୍କ ସଂଖ୍ୟା ୪,୫୦,୩୭୫ରେ ପହଞ୍ଚିଛି। କେବଳ ଏତିକି ନୁହେଁ ବରଂ ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୨୩,୦୭୦ଜଣ ଆକ୍ରାନ୍ତ ମହାମାରୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ସୁସ୍ଥଙ୍କ ସଂଖ୍ୟା ଏହାରି ମଧ୍ୟରେ ୩,୩୨,୪୮,୨୯୧ ପହଞ୍ଚିଛି। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଏବେ ବି ଆକ୍ଟିଭ୍‌ କେସ୍‌ର ସଂଖ୍ୟା ୨,୩୬,୬୪୩ ରହିଛି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କର ଚିନ୍ତା ବଢିଛି।

Advertisment

ଏପଟେ, ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ପାର୍ବଣ ଋତୁ ଆସୁଥିବା ବେଳେ ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫୨୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୮ ଆକ୍ରାନ୍ତ ଅଛନ୍ତି । ସେହିପରି କ୍ୱାରେଣ୍ଟିନରୁ ୩୦୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୨୩ ଜଣ ।

Advertisment

ସେପଟେ, ରାଜଧାନୀ ଭୁବନେଶ୍ୱରରେ ଚିନ୍ତାର କାରଣ ପାଲଟିଛି କରୋନା ସଂକ୍ରମଣ। ଭୁବନେଶ୍ୱରରେ ଦୈନିକ ୨୫୦ରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଭଳି ସ୍ଥିତିରେ ଜଗିରହି ସତର୍କ ହୋଇ ଚଳିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଏବେ ସଂକ୍ରମଣ କମିନାହିଁ। ଆଗାମୀ ୩ ମାସ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

India COVID19 Corona Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ