Advertisment

ଆଜି ସାମାନ୍ୟ କମିଲା ସଂକ୍ରମଣ: ୨୪ ଘଂଟାରେ ୨୧,୨୫୭ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ଆଜି ସାମାନ୍ୟ କମିଛି ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ଦେଶରେ ମୋଟ୍‌ ୨୧,୨୫୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ୨୪ ଘଂଟାରେ ମୋଟ୍‌ ୨୭୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ

undefined

corona

Advertisment

ନୂଆଦିଲ୍ଲୀ: ଦେଶରେ ଆଜି ସାମାନ୍ୟ କମିଛି ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ଦେଶରେ ମୋଟ୍‌ ୨୧,୨୫୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ୨୪ ଘଂଟାରେ ମୋଟ୍‌ ୨୭୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୮,୯୩,୧୩୮ରେ ପହଞ୍ଚିଛି ସଂକ୍ରମଣର ସଂଖ୍ୟା। ଏହାସହ ମୃତ୍ୟୁସଂଖ୍ୟା ୪,୫୦,୧୨୭ରେ ପହଞ୍ଚିଛି। ସେହିପରି ମହାମାରୀ କରୋନାରୁ ଗତ ୨୪ ଘଂଟା ମଧ୍ୟରେ ୨୪,୯୬୩ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେବଳ ଏତିକି ନୁହେଁ ବରଂ ଦେଶର ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୩,୩୨,୨୫,୨୨୧ ପହଞ୍ଚିଲାଣି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶରେ ଆକ୍ଟିଭ୍‌ କେସ୍‌ର ସଂଖ୍ୟା ୨,୪୦,୨୨୧ ରହିଛି ଯାହାକୁ ନେଇ କେନ୍ଦ୍ର ସରକାରଙ୍କର ଚିନ୍ତା ବଢିଛି। କିନ୍ତୁ ଆଶ୍ୱସ୍ତିର କଥା ଗତ ୨୦୫ ଦିନରେ ଆଜି ସର୍ବନିମ୍ନ ସଂକ୍ରମଣ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏପଟେ, ୨୪ ଘଣ୍ଟାରେ ରାଜ୍ୟରେ ୫୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୫ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୦୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୧୮ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୫୦ ପଜିଟିଭ୍‌ ବାହାରିଛନ୍ତି। ରାଜ୍ୟର ଅନ୍ୟ ଜିଲ୍ଲାରେ କରୋନା ସଂକ୍ରମଣ ଧୀରେ ଧୀରେ କମୁ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଚିହ୍ନଟ ନୂଆ ୫୨୪ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୬ ଜଣ, ବାଲେଶ୍ୱରରୁ ୨୦ ଜଣ, ଭଦ୍ରକରୁ ୩ ଜଣ, ବଲାଙ୍ଗିରରୁ ଜଣେ, କଟକରୁ ୭୫ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ୧୫ ଜଣ, ଯାଜପୁରରୁ ୧୪ ଜଣ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୭ ଜଣ, କେନ୍ଦୁଝରରୁ ୩ ଜଣ, ଖୋର୍ଦ୍ଧାରୁ ୨୫୦ ଜଣ, କୋରାପୁଟରୁ ୩ ଜଣ, ମୟୁରଭଞ୍ଜରୁ ୨୨ ଜଣ, ନୟାଗଡ଼ରୁ ୩ ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୧୩ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୮ ଜଣ, ସୁନ୍ଦରଗଡ଼ରୁ ୧୧ ଜଣ ଓ ଷ୍ଟେଟ ପୁଲ୍‌ରୁ ୫୮ ଜଣ ଚିହ୍ନଟ ହୋଇଛନ୍ତି।

India COVID19 Corona Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ