Advertisment

ଭୟଙ୍କର ଭୂସ୍ଖଳନ: ଟ୍ରକ୍‌ ଉପରେ ଖସି ପଡ଼ିଲା ପଥର ଖଣ୍ଡ, ଫସିଲେ ୯୫ କର୍ପୋରେଟର

ଭୂସ୍ଖଳନ ଯୋଗୁ ଗତକାଲି ଠାରୁ ଗ୍ରେଟର ବିଶାଖାପାଟଣା ମ୍ୟୁନିସିପାଲିଟିର ୯୫ ଜଣ କର୍ପୋରେଟର ରାସ୍ତାରେ ଅଟକି ରହିଛନ୍ତି। କୁଲୁମନାଲି ନିକଟ ଘାଟିରେ ଭୂସ୍ଖଳନ ଯୋଗୁ ଗତକାଲି ଠାରୁ ରାସ୍ତାରେ ଅଟକି ରହିଛନ୍ତି କର୍ପୋରେଟରମାନେ।

ଅଦ୍ୟତନ ହୋଇଛି
Landslide In Visakhapatnam

Landslide In Visakhapatnam

Advertisment

ଭୂସ୍ଖଳନରେ ଫସିଲେ ୯୫ ଜଣ କର୍ପୋରେଟର। ଭୂସ୍ଖଳନ ଯୋଗୁ ଗତକାଲି ଠାରୁ ଗ୍ରେଟର ବିଶାଖାପାଟଣା ମ୍ୟୁନିସିପାଲିଟିର ୯୫ ଜଣ କର୍ପୋରେଟର ରାସ୍ତାରେ ଅଟକି ରହିଛନ୍ତି। ନିଜ ପରିବାର ଲୋକଙ୍କ ସହ କର୍ପୋରେଟରମାନେ ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ମ୍ୟୁନିସିପାଲିଟିର ବିକାଶ ସମ୍ବନ୍ଧିତ ଅଧ୍ୟୟନ ଯାତ୍ରା ପାଇଁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। କୁଲୁମନାଲି ନିକଟ ଘାଟିରେ ଭୂସ୍ଖଳନ ଯୋଗୁ ଗତକାଲି ଠାରୁ ରାସ୍ତାରେ ଅଟକି ରହିଛନ୍ତି କର୍ପୋରେଟରମାନେ।

Advertisment

କର୍ପୋରେଟରମାନେ ଦିଲ୍ଲୀ,ହିମାଚଳ ପ୍ରଦେଶ, ଶିମଲା, କୁଲୁମନାଲି ମ୍ୟୁନିସିପାଲ୍ କର୍ପୋରେସନ୍ ପରିଦର୍ଶନ ପରେ ଚଣ୍ଡୀଗଡ଼ ଫେରୁଥିଲେ। ଏହି ସମୟରେ ଚଣ୍ଡୀଗଡ଼ ଠାରୁ ୨୪୦ କି.ମି. ଦୂର କୁଲୁମନାଲି ନିକଟ ଘାଟିରେ ଭୂସ୍ଖଳନ ହୋଇଥିଲା। ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡ ଖସି ଟ୍ରକ୍‌ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ କୁଲୁମନାଲିରେ ପ୍ରବଳ ବର୍ଷା ଯୋଗୁ ଦୁର୍ଘଟଣାସ୍ଥଳରେ ଅଧିକ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ପଳରେ ରାସ୍ତା ସଫା କରିବା ଅସମ୍ଭବ ହୋଇପଡ଼ିଛି। 

ଅନ୍ୟପକ୍ଷେ, ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିବାରୁ କୁଲୁମନାଲି ଓ ଚଣ୍ଡିଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି।  କର୍ପୋରେଟରମାନେ ଚଳିତ ମାସ ଅଗଷ୍ଟ ୧୬ ତାରିଖରୁ ପରିଦର୍ଶନରେ ଯାଇଥିଲେ। ବିଶାଖାପାଟଣା ମ୍ୟୁନିସିପାଲ କମିଶନର ଜି.ଲକ୍ଷ୍ମୀଶା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗମୋହନ ରେଡ୍ଡୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି।

Advertisment
Landslide Landslide In Visakhapatnam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ