ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ

ଡୋରଣ୍ଡା ଟ୍ରେଜେରୀ ସହ ଜଡିତ ଚାରା ଘୋଟାଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ପାଞ୍ଚ ବର୍ଷ ଦଣ୍ଡାଦେଶ ଦିଆଯାଇଛି । ସ୍ୱତନ୍ତ୍ର କୋର୍ଟର ବିଚାରପତି ଏସ.କେ ଶଶି ଏହି ରାୟ ଶୁଣାଇଛଡ଼୍ତି । ତାଙ୍କ ଉପରେ ୬୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦିଆଯାଇଛି।

ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ

ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଞ୍ଚି CBI କୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ  ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ୬୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି। ଗତ ମଙ୍ଗଳବାର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଡୋରଣ୍ଡା ଟ୍ରେଜେରିରୁ ବେଆଇନ ଭାବେ ୧୩୯ କୋଟି ଟଙ୍କା ଉଠାଣ ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଲାଲୁ ଯାଦବଙ୍କ ସହିତ ଅନ୍ୟ ୭୫ ଜଣ ଦୋଷୀ ପ୍ରମାଣିତ ହୋଇଛନ୍ତି । ୯୫୦ କୋଟି ଟଙ୍କାର ଚାରା ଦୁର୍ନୀତିର ଅନ୍ୟ ୪ଟି ମାମଲାରେ ମଧ୍ୟ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଲାଲୁ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିବା ବେଳେ ବେଆଇନ ଭାବେ ଡୋରଣ୍ଡା ଟ୍ରେଜେରୀରୁ ୧୩୯.୫ କୋଟି ଟଙ୍କା ଉଠାଣ କରିଥିଲା । ଗୋ-ଖାଦ୍ୟ ଦୁର୍ନୀତିର ଏହା ଏକ ଅଂଶବିଶେଷ । ପୂର୍ବରୁ ଗୋ-ଖାଦ୍ୟ ଦୁର୍ନୀତି ସହ ଜଡ଼ିତ ଆଉ ୪ଟି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗିଛନ୍ତି ।  ନିକଟରେ ଅସୁସ୍ଥତା କାରଣରୁ ତାଙ୍କୁ ଜାମିନ ମିଳିଥିଲା।

ଡୋରଣ୍ଡା ମାମଲାରେ ଲାଲୁଙ୍କୁ ମିଶାଇ ପ୍ରାୟ ୧୭୦ ଜଣ ଅଭିଯୁକ୍ତ ଥିଲେ। କିନ୍ତୁ ଶୁଣାଣି ସମୟରେ ୫୫ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ୭ ଜଣ ସରକାରୀ ସାକ୍ଷୀ ହୋଇଯାଇ ଥିବା ବେଳେ ୬ ଜଣ ଏଯାଏ ଫେରାର ଅଛନ୍ତି । ଅନ୍ୟପଟେ ୨ ଜଣ ସେମାନଙ୍କ ଦୋଷ ସ୍ୱୀକାର କରି ସାରିଛନ୍ତି। ଲାଲୁଙ୍କୁ ମିଶାଇ ବାକି ୯୯ ଜଣଙ୍କୁ କୋର୍ଟ ଗତ ସପ୍ତାହରେ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୦୧ରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା ଓ ୨୦୦୫ରେ ଚାର୍ଜଫ୍ରେମ କରାଯାଇଥିଲା।