Advertisment

ଖୁବ୍‌ଶୀଘ୍ର ଜେଲ୍‌ରୁ ମୁକୁଳିବେ ଲାଲୁ, ମିଳିଲା ଜାମିନ

ଲାଲୁ ଯାଦବଙ୍କୁ ଜାମିନ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଅଦ୍ୟତନ ହୋଇଛି
Lalu Yadav granted bail

Lalu Yadav granted bail

Advertisment

ଆର୍‌ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୧୦ ଲକ୍ଷ ଟଙ୍କା ଜରିମାନା ଓ ୧ ଲକ୍ଷର ବେଲ୍ ବଣ୍ଡ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଲାଲୁଙ୍କ ଓକିଲ କହିଛନ୍ତି। 

Advertisment

ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଜାମିନ ମିଳିବା ପରେ ଖୁବ୍‌ଶୀଘ୍ର ସେ ଜେଲ୍‌ରୁ ମୁକୁଳିବେ ବୋଲି ଜଣାପଡ଼ିଛି। 

ଗତ ଫେବୃଆରୀ ୨୧ରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ଲାଲୁଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ। ସେପଟେ ଲାଲୁଙ୍କୁ ବେଲ୍ ମିଳିବା ପରେ ଦଳୀୟ ନେତାଙ୍କ ମଧ୍ୟରେ ଖୁସିର ଲହର ଖେଳି ଯାଇଛି। 

Advertisment
Fodder Scam Lalu Yadav Fodder Scam Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ