Lalu Prasad Yadav Convicted
ଆର୍ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ନିସ୍ତାର ନାହିଁ। ଚାରା ଦୁର୍ନୀତିର ଆଉ ଏକ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଚାରା ଦୁର୍ନୀତିର ପଞ୍ଚମ ମାମଲାରେ ରାଞ୍ଜିର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଦୋରନ୍ଦା ଟ୍ରେଜେରିରୁ ବେଆଇନ୍ ଭାବେ ୧୩୯ କୋଟି ୩୫ ଲକ୍ଷ ଟଙ୍କା ଉଠାଣ ଅଭିଯୋଗରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ଆଜି ଶୁଣାଣି ବେଳେ ସେ କୋର୍ଟରେ ଉପସ୍ଥିତ ଥିଲେ। ଲାଲୁ ଯାଦବଙ୍କ ସମେତ ଅନ୍ୟ ୭୫ ଜଣ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସୂଚନାଥାଉ କି, ୯୫୦ କୋଟି ଟଙ୍କାର ଚାରା ଦୁର୍ନୀତିର ଅନ୍ୟ ୪ଟି ମାମଲାରେ ମଧ୍ୟ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ବେଆଇନ୍ ଭାବେ ସେ ଚାଇବସା ଟ୍ରେଜେରିରୁ ୩୭ କୋଟି ୭୦ ଲକ୍ଷ ଟଙ୍କା, ୩୩ କୋଟି ୧୩ ଲକ୍ଷ ଟଙ୍କା, ଦେଓଧର ଟ୍ରେଜେରିରୁ ୮୯ କୋଟି ୨୭ ଲକ୍ଷ ଓ ଡୁମକା ଟ୍ରେଜେରିରୁ ୩ କୋଟି ୭୬ ଲକ୍ଷ ଟଙ୍କା ଉଠାଇଥିବା ଅଭିଯୋଗ ହୋଇଥିଲା। ୨୦୧୭ ଡିସେମ୍ବରରୁ ସେ ଜେଲ୍ରେ ଥିଲେ। ଗତ ଏପ୍ରିଲରେ ତାଙ୍କୁ ଜାମିନ ମିଳିଥିଲା।