Advertisment

ଲଖିମପୁର୍ ଖେରି ହିଂସା ମାମଲା: ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ- କେତେ ଜଣଙ୍କୁ ଗିରଫ କରାଯାଇଛି ?

ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଆଜି ସୁପ୍ରମିକୋର୍ଟରେ ଶୁଣାଣି ହୋଇଛି। ଘଟଣାରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ୍‌ ରିପୋର୍ଟ ମାଗିବା ସହ କାଲି ସୁଦ୍ଧା ରିପୋର୍ଟ ଦାଖଲ କରିବା ଲାଗି କହିଛନ୍ତି।

ଅଦ୍ୟତନ ହୋଇଛି
undefined

Lakhimpur Kheri Violence

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଆଜି ସୁପ୍ରମିକୋର୍ଟରେ ଶୁଣାଣି ହୋଇଛି। ଘଟଣାରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ୍‌ ରିପୋର୍ଟ ମାଗିବା ସହ ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦାଖଲ କରିବା ଲାଗି କହିଛନ୍ତି।

Advertisment

ମାମଲାରେ ବର୍ତ୍ତମାନ ସୁଦ୍ଧା କେତେ ଜଣଙ୍କୁ ଗିରଫ କରାଯାଇଛି ? କେତେ ଜଣ ଅଭିଯୁକ୍ତ ଅଛନ୍ତି ଓ କେତେ ଜଣଙ୍କ ନାଁରେ FIR ରୁଜୁ ହୋଇଛି ? ମାମଲାର ଶୁଣାଣି ସମୟରେ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟ ଏସବୁ ପ୍ରଶ୍ନ କରିଥିଲେ। 

ଆଜି କୋର୍ଟରେ ୟୁପି ସରକାର କହିଥିଲେ, ‘ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରାଯାଇଛି। FIR ମଧ୍ୟ ରୁଜୁ ହୋଇଛି। ରିପୋର୍ଟ ଦାଖଲ କରିପାରିବୁ।’ ୟୁପି ସରକାରଙ୍କ ଏହି ବିବୃତ୍ତିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କହିଥିଲେ, ‘କିନ୍ତୁ ଅଭିଯୋଗ ଆସିଛି ଯେ, ଠିକ୍‌ ଭାବେ ତଦନ୍ତ କରାଯାଉ ନାହିଁ।’ ଏନେଇ ୟୁପି ସରକାର କହିଥିଲେ, ‘ଏହି ମାମଲାରେ ନ୍ୟାୟିକ ଆୟୋଗ ମଧ୍ୟ ଗଠନ କରାଯାଇଛି।’ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। 

Advertisment

ରବିବାର ଲଖିମପୁର ଖେରିରେ ହୋଇଥିବା ହିଂସାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କର ଜୀବନ ଯାଇଥିଲା। ଘଟଣାକୁ ନେଇ ଉତ୍ତପ୍ରଦେଶ ସମେତ ଜାତୀୟ ରାଜନୀତି ଜୋର ଧରିଛି।  କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆନ୍ଦୋଳନକାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଚାଷୀ ସଂଗଠନ ଅଭିଯୋଗ କରିଛନ୍ତି। କିନ୍ତୁ ଏଭଳି ଅଭିଯୋଗକୁ ଅଜୟ ମିଶ୍ରା ଖଣ୍ଡନ କରିଛନ୍ତି।

Advertisment
Supreme Court Lakhimpur Kheri Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ