Advertisment

ଲଖିମପୁର ଖେରି ହିଂସାକାଣ୍ଡ: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ଏତଲାରେ ଅଛି କେତେ ଜଣଙ୍କ ନାଁ ? ମାମଲାରେ କେଉଁମାନେ ଅଛନ୍ତି ଅଭିଯୁକ୍ତ? ସେମାନଙ୍କୁ ଗିରଫ କରାଗଲାଣି କି ନାହିଁ? କେତେଜଣଙ୍କୁ ଗିରଫ କଲାଣି ପୋଲିସ? ଲଖିମପୁର ଖେରି ହିଂସାକାଣ୍ଡ ମାମଲାର ଶୁଣାଣି କରି, ଏହିସବୁ ଦିଗରୁ ଉତ୍ତରପ୍ରଦେଶ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଆଜି ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଅଦ୍ୟତନ ହୋଇଛି
undefined

Supreme Court

Advertisment

ଲକ୍ଷ୍ନୌ: ଏତଲାରେ ଅଛି କେତେ ଜଣଙ୍କ ନାଁ ? ମାମଲାରେ କେଉଁମାନେ ଅଛନ୍ତି ଅଭିଯୁକ୍ତ? ସେମାନଙ୍କୁ ଗିରଫ କରାଗଲାଣି କି ନାହିଁ? କେତେଜଣଙ୍କୁ ଗିରଫ କଲାଣି ପୋଲିସ? ଲଖିମପୁର ଖେରି ହିଂସାକାଣ୍ଡ ମାମଲାର ଶୁଣାଣି କରି, ଏହିସବୁ ଦିଗରୁ ଉତ୍ତରପ୍ରଦେଶ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଆଜି ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନା, ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଆବେଦନକାରୀ ଓକିଲ ଶିବକୁମାର ତ୍ରିପାଠୀ ଆରୋପ ଲଗାଇଥିଲେ ଯେ, ଲଖିମପୁର ଘଟଣାରେ ବହୁ ଚାଷୀ ପ୍ରାଣ ହରାଇଛନ୍ତି । ସରକାରଙ୍କ ଅବହେଳା କାରଣରୁ ଏହା ଘଟିଛି । ଅଦାଲତ ଏହି ମାମଲାରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

Advertisment

ଏହା ମାନବାଧିକାରର ଉଲ୍ଲଂଘନ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷ ରଖିଥିଲେ ଆଡିସନାଲ୍ ଆଡଭୋକେଟ୍‌ ଜେନେରାଲ୍ ଗାରିମା ପ୍ରସାଦ । ସେ କହିଥିଲେ ଯେ, ଏହି ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ । ମାମଲାରେ FIR ଦାଖଲ କରାଯାଇଛି । ଏସ୍ଆଇଟି ଗଠନ କରାଯାଇଛି । ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ନ୍ୟାୟିକ କମିଶନ ଗଠନ ହୋଇଛି । ଏହାପରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଆଜି ସୁଦ୍ଧା ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଲଖିମପୁର ଖେରି ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ନାଁରେ ଟିକୋନିଆ ଥାନାରେ ଧାରା 302 ଅଧୀନରେ ହତ୍ୟା ମାମଲା ରୁଜୁ ହୋଇଛି । ପୋଲିସ ଆଶିଷ ମିଶ୍ରାଙ୍କୁ ଜେରା ପାଇଁ ସମନ କରିଛି ବୋଲି କହିଛନ୍ତି ଲକ୍ଷ୍ନୌ ରେଞ୍ଜ୍ ଆଇଜି । ମାମଲାରେ ୨ଜଣଙ୍କୁ ଜେରା ସରିଛି । ସେମାନେ ୩ଜଣ ମୃତକଙ୍କ ଭୂମିକାକୁ ସୁନିଶ୍ଚିତ କରିଛନ୍ତି । ସେମାନଙ୍କ ସୂଚନା ଓ ମୁଖ୍ୟ ଅଭିଯୁକ୍ତଙ୍କ ବୟାନ ଆଧାରରେ ତଦନ୍ତ ଆଗକୁ ବଢ଼ିବ ଏବଂ ଏଥିପାଇଁ ଜିଲ୍ଲା ସ୍ତରୀୟ ତଦନ୍ତ କମିଟି ମଧ୍ୟ ଗଠନ ହୋଇଛି ବୋଲି ସେ କହିଛନ୍ତି ।.

ସେପଟେ ପୋଲିସ ଏହି ମାମଲାରେ ଆଶିଷ ମିଶ୍ରାଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ଏବଂ ତାଙ୍କର ୨ ସହଯୋଗୀ ଲବକୁଶ ରାଣା ଓ ଆଶିଷ ପାଣ୍ଡେଙ୍କୁ ଗିରଫ କରିଥିବା ମଧ୍ୟ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ସେ ଗିରଫ ହୋଇଛନ୍ତି କି ନାହିଁ।

Advertisment
Supreme Court UP Lakhimpur Kheri Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ