Advertisment

ବିଜେପି ବିଧାୟକଙ୍କ ସହ ସ୍କୁଟିରେ ବସି କ୍ରାଇମ୍‌ବ୍ରାଞ୍ଚ ଅଫିସ୍‌ରେ ପହଞ୍ଚିଥିଲେ ଆଶିଷ୍‌ !

ଉତ୍ତରପ୍ରଦେଶ ଲଖିମପୁର ଘଟଣାକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଲଖିମପୁର ହିଂସା ମାମଲାରେ ଅଭିଯୁକ୍ତ କୁହାଯାଉଛି । ଆଶିଷ ମିଶ୍ରା ଆଜି କ୍ରାଇମବ୍ରାଞ୍ଚ୍‌ ପାଖରେ ହାଜର ହୋଇଛନ୍ତି, ଯେଉଁଠାରେ ତାଙ୍କୁ ନିରନ୍ତର ପଚରାଉଚରା ମଧ୍ୟ କରାଯାଉଥିବା ସୂଚନା ମିଳିଛି

lakhimpur-kheri-violence

lakhimpur-kheri-violence

Advertisment

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ଘଟଣାକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଲଖିମପୁର ହିଂସା ମାମଲାରେ ଅଭିଯୁକ୍ତ କୁହାଯାଉଛି । ଆଶିଷ ମିଶ୍ରା ଆଜି କ୍ରାଇମବ୍ରାଞ୍ଚ୍‌ ପାଖରେ ହାଜର ହୋଇଛନ୍ତି, ଯେଉଁଠାରେ ତାଙ୍କୁ ନିରନ୍ତର ପଚରାଉଚରା ମଧ୍ୟ କରାଯାଉଥିବା ସୂଚନା ମିଳିଛି। କାର ଚଢାଇ କୃଷକଙ୍କୁ ମାରିଥିବା ପରି ସଙ୍ଗୀନ ମାମଲାରେ ଆଶିଷ ନାମ ରହିଛି। ତାଙ୍କୁ ଗିରଫ କରିବା ପାଇଁ ଦାବୀ ମଧ୍ୟ ହେଉଛି।

Advertisment

ଏଠାରେ ସ୍ପଷ୍ଟ କରୁଛୁ କି, ଘଟଣା ଘଟିବା ପରେ ସେ ନିଖୋଜ ହୋଇଯାଇଥିଲେ ଅର୍ଥାତ୍‌ ତାଙ୍କୁ ପୋଲିସ ଖୋଜି ପାଇନଥିଲା। ବାରମ୍ବାର ଘରକୁ ଯିବା ପରେ ମଧ୍ୟ ସେ ଘରେ ନଥିବା ପରିବାର ପକ୍ଷଅଉ ପୋଲିସକୁ ଅବଗତ କରାଯାଇଥିଲା। ଯାହା ଫଳରେ ପୋଲିସ ବାଧ୍ୟ ହୋଇ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ନାରେ ନୋଟିସ୍‌ ଲଗାଇଥିଲା। କ୍ରାଇମବ୍ରାଞ୍ଚ କହିଛି ଯେ, ଅଫିସ୍ ପକ୍ଷରୁ ତାଙ୍କୁ ଦିନ ୧୧ଟାରେ ପହଞ୍ଚିବା ପାଇଁ କୁହାଯାଇଥିଲା କିନ୍ତୁ ସେ ୧୦.୩୮ରେ ପହଞ୍ଚିବା ନେଇ ସୂଚନା ମିଳିଛି।

Advertisment

ତେବେ ଆଶିଷଙ୍କ ଆସିବା ପୂର୍ବରୁ କ୍ରାଇମବ୍ରାଞ୍ଚ ଅଫିସ୍‌ ସାମ୍ନାରେ ଗଣମାଧ୍ୟମ ପ୍ରତିନିଧୀମାନେ ଭିଡ଼ ଜମାଇଥିଲେ। ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀମାନେ ସକାଳ ୧୦ଟା ରୁ ପହଞ୍ଚିବା ଆରମ୍ଭ କରିଥିଲେ। କିନ୍ତୁ ହଠାତ୍‌ ଅଫିସ ସାମ୍ନାରେ ଏକ ସ୍କୁଟି ଦେଖିବାକୁ ମିଳିଥିଲା। ଆଉ ଏହି ସ୍କୁଟରରେ ଦୁଇଜଣ ଥିଲେ। ଉଭୟ ଧଳା ପାଇଜାମା କୁର୍ତ୍ତା ପିନ୍ଧିଥିଲେ । କିଛି ସୁରକ୍ଷା କର୍ମୀ ସ୍କୁଟର ଆଡକୁ ଯିବାର ଦେଖାଯାଇଥିଲା । ଆଶିଷ ମିଶ୍ରା ସ୍କୁଟରେ ବସିଆସିଥିବା ଦେଖାଯାଇଥିଲା। ଆଶିଷ ମିଶ୍ରା ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟକ ଯୋଗେଶ ଭର୍ମାଙ୍କ ସହ ଲଖିମପୁର ଖେରୀ ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ। ପରେ ଉଭୟ ସ୍କୁଟିରେ କ୍ରାଇମବ୍ରାଞ୍ଚ ଅଫିସ୍‌ରେ ପହଞ୍ଚିଥିଲେ। ତେବେ ଜଣେ ବଧାୟକଙ୍କ ସହ କାହିଁକି ଆସିଲେ ଓ ଏହା ପଛରେ କାରଣ କଣ ଥିଲା ତାହାକୁ ନେଇ ଚର୍ଚ୍ଚା ଚାଲିଛି।

India UP Lakhimpur Kheri Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ