Advertisment

କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ମିଳିଲାନି ଜାମିନ, ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଚାଷୀଙ୍କ ଉପରେ ଆଶିଷ କାର୍‌ ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ଅକ୍ଟୋବର ୩ରେ  ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଏହି ଘଟଣା ଘଟିଥିଲା।

ଅଦ୍ୟତନ ହୋଇଛି
Minister's Son's Bail Cancelled By Supreme Court

Minister's Son's Bail Cancelled By Supreme Court

Advertisment

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଚାଷୀଙ୍କ ଉପରେ ଆଶିଷ କାର୍‌ ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ଅକ୍ଟୋବର ୩ରେ  ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଏହି ଘଟଣା ଘଟିଥିଲା।  

Advertisment

ଏହି ମାମଲାରେ ଫେବୃଆରୀ ୧୦ରେ ଆହ୍ଲାବାଦ ହାଇକୋର୍ଟ ଆଶିଷଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଥିଲେ। ଏହା ପୂର୍ବରୁ ସେ ୪ ମାସ ପର୍ଯ୍ୟନ୍ତ ଜେଲ୍‌ରେ ଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ମୃତ ଚାଷୀଙ୍କ ପରିବାର ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଶିଷଙ୍କ ଜାମିନ ଆବେଦନକୁ ଆଜି ଖାରଜ କରି ଦେଇଛନ୍ତି। ଏହାସହ ସପ୍ତାହକ ମଧ୍ୟରେ ଆଶିଷ ସରେଣ୍ଡର(ଆତ୍ମସମର୍ପଣ)କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉ କି, ଗତବର୍ଷ ଉତ୍ତରପ୍ରଦେଶ ଲଖିମପୁର ଖେରିରେ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଏହି ସମୟରେ ୪ ଜଣ ଆନ୍ଦୋଳନରତ ଚାଷୀ ଓ ଜଣେ ସାମ୍ବାଦିକଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ଗାଡ଼ି ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ହିଂସାକାଣ୍ଡ ଘଟିଥିଲା। ଫଳରେ ଏଥିରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ବିଜେପି କର୍ମୀ ମଧ୍ୟ ଥିଲେ। ପୁରା ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। 

Advertisment

ଘଟଣାର ବହୁତ ଦିନ ପରେ ପୋଲିସ୍‌ ଆଶିଷଙ୍କୁ ଗିରଫ କରିଥିଲା। ଆଶିଷଙ୍କୁ ଗିରଫ କରିବାରେ ବିଳମ୍ବକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏନେଇ ୟୁପି ପୋଲିସ୍‌ ଓ ପ୍ରଶାସନକୁ ବିରୋଧୀ ଦଳ ଟାର୍ଗେଟ୍‌ କରି ଅନେକ ସମାଲୋଚନା କରିଥିଲେ। 

Ashish Mishra Lakhimpur Kheri Violence Union Minister Ajay Mishra Lakhimpur Kheri Case UP Lakhimpur Kheri Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ