Advertisment

BDOଙ୍କ ପାଖରେ ଏମିତି କୁକୁରଙ୍କ ଭଳି ଭୁକିଲେ ଯେ, ଦିନକରେ କାମ କମ୍ପ୍ଲିଟ୍‌

ସରକାରୀ ସ୍ତରରୁ କାମ ହାସଲ କରିବାକୁ ହେଲେ କ’ଣ ଏଭଳି ପ୍ରତିବାଦ କରିବାକୁ ହେବ ?

ଅଦ୍ୟତନ ହୋଇଛି
Kutta Became Dutta

Man Barking Viral Video

Advertisment

ଦୁଇ ଦିନ ତଳେ ଭାଇରାଲ ହୋଇଥିଲା ଭିଡିଓ । ଆଉ ଭାଇରାଲ ହେବାର ମାତ୍ର ୨୪ ଘଣ୍ଟା ପରେ ସମାଧାନ ହୋଇଗଲା ସମସ୍ୟା । ପୂରା ଘଟଣାଟି ହେଲା ବିଡିଓଙ୍କ ନିକଟରେ ଜଣେ ବ୍ୟକ୍ତି କୁକୁର ଭଳି ଭୁକୁଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିଯାଇଥିଲା । ଯିଏ ବି ଏହାକୁ ଦେଖିଲା ଲାଇକ୍‌ ଓ ସେୟାର କରିଚାଲିଲା । ଚାହୁଁ ଚାହୁଁ ସାରା ଦେଶରେ ଏହି ଭିଡିଓ ଆଲୋଡ଼ନ ସୃଷ୍ଟି କଲା ।

Advertisment

ତେବେ ଭିଡିଓ ଯେଉଁ ମାତ୍ରାରେ ଭାଇରାଲ ହେଲା, ସେହିମାତ୍ରାରେ ଏହାର ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଲା । ଯେଉଁଥିପାଇଁ ବ୍ୟକ୍ତି ଜଣକ ବିଡିଓଙ୍କ ଗାଡ଼ି ସାମ୍ନାରେ କୁକୁର ଭଳି ଭୁକୁଥିଲେ ଆଉ ଦୌଡ଼ୁଥିଲେ ସେହି ସମସ୍ୟାର ତୁରନ୍ତ ହେଲା ସମାଧାନ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋରଦାର। ସମସ୍ତଙ୍କ ମନରେ ଏବେ ସେହି ଗୋଟିଏ ପ୍ରଶ୍ନ, କ’ଣ ଏଭଳି ପ୍ରତିବାଦ ହିଁ ସମସ୍ୟା ସମାଧାନର ବାଟ । ଯେଉଁ କାମ ପାଇଁ ଲୋକେ ସରକାରୀ ଅଫିସ୍‌ ଧାଇଁ ଧାଇଁ ନାକ ରଗଡ଼ି ଦେଉଛନ୍ତି, ସେହି କାମ ମାତ୍ର ୨୪ ଘଣ୍ଟା ମଧ୍ୟରେ ହୋଇଗଲା । ତେବେ ସରକାରୀ ସ୍ତରରୁ କାମ ହାସଲ କରିବାକୁ ହେଲେ କ’ଣ ଏଭଳି ପ୍ରତିବାଦ କରିବାକୁ ହେବ ?

 ସୂଚନାଯୋଗ୍ୟ, ସାର୍ଟିଫିକେଟ୍‌ ଓ ଡକ୍ୟୁମେଣ୍ଟରେ ଭୁଲ୍‌ ବନାନ କିଛି ନୂଆ କଥା ନୁହେଁ । ଏମିତି ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିଛି, ଯେଉଁଠି ଅନେକ ବ୍ୟକ୍ତିଙ୍କ ନାଁ ଭୁଲ୍‌ ବନାନ କରାଯାଇ ଲେଖାଯାଇଥାଏ । ହେଲେ ଥରେ ନୁହେଁ କି ଦୁଇ ଥର ନୁହେଁ ଯଦି ତିନି ତିନି ଥର କୌଣସି ବ୍ୟକ୍ତିଙ୍କ ନାଁ ଭୁଲ୍‌ ଲେଖାଯାଏ, ତା’ହେଲେ ଯେକେହିବି ଏହାର ପ୍ରତିବାଦ କରିବେ । ଏମିତି କିଛି ଘଟଣା ପଶ୍ଚିମବଙ୍ଗର ଜଣେ ବ୍ୟକ୍ତିଙ୍କ ସହ ଘଟିଥିଲା ।

Advertisment

‘ମିଷ୍ଟର ଦତ୍ତା (Mr. Dutta) ବଦଳରେ ସମ୍ପୃକ୍ତ ବ୍ୟଙ୍କିଙ୍କ ନାଁ ରାସନ୍‌ କାର୍ଡରେ ‘କୁତ୍ତା’ ଲେଖା ଯାଇଥିଲା । ଏହାପରେ ଡ୍ରାମା ଆରମ୍ଭ ହୋଇଯାଇଥିଲା ଓ ବ୍ୟକ୍ତି ଜଣକ ଅଭିନବ ପ୍ରତିବାଦ କରିଥିଲେ । ଏଥିପାଇଁ ସେ ଅଧିକାରୀମାନଙ୍କୁ ଦାୟୀ କରିବା ସହ କୁକୁର ଯେଭଳି ଭୁକନ୍ତି, ଠିକ୍‌ ସେହିପରି ଭୁକି ଭୁକି ଉକ୍ତ ବ୍ୟକ୍ତି  ପ୍ରତିବାଦ କରିଥିଲେ। ତାଙ୍କର ଏହି ଅଭିନବ ପ୍ରତିବାଦର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା ।

Advertisment

ଶ୍ରୀ ଦତ୍ତାଙ୍କ କହିବା ଅନୁସାରେ, ପ୍ରଥମେ ତାଙ୍କ ନାଁ ଶ୍ରୀକାନ୍ତି ମଣ୍ଡଳ ଲେଖା ଯାଇଥିଲା । ଭୁଲ୍‌ ସଂଶୋଧନ ପାଇଁ ସେ ଆବେଦନ କରିଥିଲେ । ହେଲେ ପୁଣି ଥରେ ତାଙ୍କ ନାଁ ଭୁଲ୍‌ ଲେଖା ଯାଇଥିଲା । ତେଣୁ ପୁଣି ଥରେ ସଂଶୋଧନ ପାଇଁ ସେ ଆବେଦନ କରିଥିଲେ। ହେଲେ ଏଥର ସବୁ ସୀମା ଟପି ଯାଇଥିଲା। ଅଧିକାରୀମାନେ ତାଙ୍କ ନାଁ ଶ୍ରୀକାନ୍ତି କୁମାର ଦତ୍ତା ବଦଳରେ ଶ୍ରୀକାନ୍ତି କୁମାର କୁତ୍ତା ଲେଖିଥିଲେ। ଯାହାକି ଏକ ପ୍ରକାର ନିର୍ଯାତନା ଥିଲା ଓ ଏହାକୁ ସେ ସହ୍ୟ କରିପାରି ନଥିଲେ ବୋଲି କହିଛନ୍ତି। ଶେଷରେ ଭୁକି ଭୁକି ଶ୍ରୀ ଦତ୍ତା ଏହାର ପ୍ରତିବାଦ କରିଥିଲେ।

ରାସନ୍‌ କାର୍ଡରେ ଲେଖା ଯାଇଥିବା ଭୁଲ୍‌ ନାଁକୁ ସଂଶୋଧନ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନଥିଲେ।। ଶ୍ରୀ ଦତ୍ତା ଏଭଳି ଅଭିଯୋଗ ଆଣିଛନ୍ତି। ଭୁଲ୍‌ ନାଁକୁ ସଂଶୋଧନ ପାଇଁ ସେ ସ୍ଥାନୀୟ ବିଡିଓଙ୍କ ପାଖକୁ ମଧ୍ୟ ଯାଇଥିଲେ। ହେଲେ ବିଡିଓ ତାଙ୍କ କଥାକୁ ଗୁରତ୍ୱର ସହ ନେଇ ନଥିଲେ। ହେଲେ ତାଙ୍କର ଏହି ଅଭିନବ ପ୍ରତିବାଦ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଆଉ ମାତ୍ର ୨୪ ଘଣ୍ଟା ପରେ ନାଁ ସଂଶୋଧନ ହୋଇଯାଇଥିଲା ।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ