Advertisment

ଇଡି ଅଧିକାରୀଙ୍କୁ ଗିରଫ କରିବ କି କଲିକତା ପୋଲିସ ?

ଇଡି ଅଧିକାରୀଙ୍କୁ ଜେରା ପାଇଁ ଭୁବନେଶ୍ୱର ଆସିଛି କଲିକତା ପୋଲିସ ।

ED Officer

ED Officer

Advertisment

ଇଡି ଅଧିକାରୀଙ୍କୁ ଜେରା କରିବ ପୋଲିସ । ଇଡି ଅଧିକାରୀଙ୍କୁ ଜେରା ପାଇଁ ଭୁବନେଶ୍ୱର ଆସିଛି କଲିକତା ପୋଲିସ । ଜଣେ ବରିଷ୍ଠ ଅଧିକାରୀଙ୍କୁ ପୋଲିସ ଜେରା କରିବ ବୋଲି ସୂଚନା ମିଳିଛି । ଏକ ସପିଂ ମଲରୁ ଟଙ୍କା ଠକେଇ ଅଭିଯୋଗରେ ଇଡି ଅଧିକାରୀଙ୍କ ଲିଙ୍କ ରହିଛି । ଘଟଣାରେ ଝାଡଖଣ୍ଡର ଆଇନଜୀବୀ ରାଜୀବ କୁମାରକୁ ଗିରଫ କରିଛି କଲିକତା ପୋଲିସ । 

Advertisment

ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ଯେ,ତଦନ୍ତ ପାଇଁ ଆସିଛୁ, ପୂର୍ବରୁ ଏହି ଘଟଣାରେ ରାଜିବ କୁମାରକୁ ଗିରଫ କରାଯାଇଛି । ଫେକ୍ ପିଆଇଏଲ୍ କରି ଲୋକଙ୍କ ଠାରୁ ଟଙ୍କା ଦାବି କରିଆସୁଥିଲେ ରାଜୀବ କୁମାର । ଏନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ଏକ ହ୍ୱାବାଟସଆପ୍ ବାର୍ତ୍ତାଳାପ ଆଧାରରେ କୋଲକାତା ପୋଲିସ ଇଡି ଅଧିକାରୀଙ୍କୁ ନୋଟିସ କରିଥିବା ମଧ୍ୟ ସୂଚନା ରହିଛି । 

Kolkata Police ED Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ