Advertisment

ପୁଅର କୁକର୍ମ ପାଇଁ ମୁଣ୍ଡ ଟେକିପାରୁନି ବିଧବା ମାଆ, ବାଟ ଚାଲିପାରୁନି ଭଉଣୀ !

ଅଭିଯୁକ୍ତ ସଞ୍ଜୟର ପରିବାର ବି ଛାରଖାର । ଦୋଷୀକୁ ଫାଶି ଦେବାକୁ ଦାବି କଲେ ସୋନାଗାଛି ଦେହଜୀବୀ ।

ଅଦ୍ୟତନ ହୋଇଛି
undefined

Kolkata Case

Advertisment

ଖାଲି ଅଭୟାଙ୍କ ପରିବାରର ଖୁସି ଉଜୁଡ଼ିନି । ଛାରଖାର ହୋଇଯାଇଛି ଦୁଇ ଦୁଇଟି ପରିବାରର ସୁଖ । ମୁଣ୍ଡଟେକି ବାଟ ଚାଲି ପାରୁନାହାନ୍ତି ଅଭିଯୁକ୍ତ ସଞ୍ଜୟ ରାୟର ଭଉଣୀ ଓ ବିଧବା ମାଆ। ସଞ୍ଜୟ ଗିରଫ ହେବା ପରେ, ସେମାନଙ୍କ ମନୋଦଶା ଜାଣିବାକୁ ସଞ୍ଜୟର ଘରେ ପହଞ୍ଚିଥିଲା ଓଟିଭି ଟିମ୍।

Advertisment

ଚାରି କାନ୍ଥ ଭିତରେ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ସଞ୍ଜୟର ମାଆ। ପୁଅର କୁକର୍ମ ପାଇଁ ଫାଟକରୁ ତାଲା ଫିଟୁନି। ପଦାକୁ ଗୋଡ଼ କାଢ଼ିଲେ ଖାଇ ଗୋଡ଼ାଉଛି ଟାହିଟାପରା, ଲୋକଲଜ୍ଜା। ଘଟଣା ପରଠୁ ଘରକୁ ଝିଅ-ଜ୍ୱାଇଁ ବି ଆସୁନାହାନ୍ତି। ସେ ବିଶ୍ୱାସ କରିପାରୁନାହାନ୍ତି, ଯେଉଁ ପୁଅକୁ ଅନ୍ତଚିରି ଜନ୍ମ ଦେଇଥିଲେ, ସେ ପୁଅ ଏଭଳି କାମ କରିଥିବ ବୋଲି। ଆଉ ଏପଟେ ସଞ୍ଜୟଙ୍କ ବିବାହିତା ବଡ଼ ଭଉଣୀ କହିଛନ୍ତି, ଭଗବାନ କୁହାଯାଉଥିବା ଜଣେ ଡାକ୍ତର ସହ ସେ ଏପରି କାମ କେମିତି କରିପାରିଲା ଭାବି ବେଶି କଷ୍ଟ ହେଉଛି। ମୋ ଭାଇ ଯଦି ଏଭଳି ଖରାପ କାମ କରିଛି, ତାକୁ ଆଇନ ଅନୁସାରେ, ଯାହା ଉଚିତ ଶାସ୍ତି ଦିଆଯାଉ।

ସଞ୍ଜୟ ୩ ରୁ ୪ଟି ବିବାହ କରିଥିବା କଥା ଚର୍ଚ୍ଚା ହେଉଥିଲେ ବି, ସେ ୨ଟି ବିବାହ କରିଥିବା ଆମେ ଜାଣିଛୁ ବୋଲି କହିଛନ୍ତି ସଞ୍ଜୟଙ୍କ ଭଉଣୀ ଓ ମାଆ।ସେପଟେ ସଞ୍ଜୟ ୯ ତାରିଖ ଘଟଣା ଦିନ କୋଲକାତାର ରେଡ୍ ଲାଇଟ୍ ଏରିଆ ସୋନାଗାଛିକୁ ଯାଇଥିଲା ବୋଲି କୁହାଯାଉଛି। ସେଠାକାର ଦେହଜୀବୀ ମଧ୍ୟ ଓଟିଭି କ୍ୟାମେରା ଆଗରେ ଅଭୟା କାଣ୍ଡକୁ ନିନ୍ଦା କରିବା ସହିତ, ଦୋଷୀକୁ ଫାଶି ଦିଆଯାଉ ବୋଲି ଦାବି କରିଛନ୍ତି।

Advertisment

କୋଲକାତା ଅଭୟା କାଣ୍ଡକୁ ୧୪ ଦିନ ବିତିଲାଣି। ହେଲେ ତିଳେ ବି କମିନି ଆନ୍ଦୋଳନକାରୀଙ୍କ କ୍ଷୋଭ, ରୋଷ, ଅସନ୍ତୋଷ। ଆଖିରେ ଏବେବି ଜଳୁଛି ସହପାଠିନୀକୁ ନ୍ୟାୟ ଦେବାର ଯୋଶ୍। ଆଉ ସେପଟେ ଅଭୟାଙ୍କ ଜଣେ ସହଯୋଗୀ ଓଟିଭିକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇ ଖୋଲାଖୋଲି ବଖାଣିଛନ୍ତି ପୂର୍ବତନ ପ୍ରିନ୍ସିପାଲ୍ ସନ୍ଦୀପ ଘୋଷଙ୍କ କଳା କାରନାମା ।

ଏସବୁ ଭିତରେ RG କର୍ ମେଡିକାଲ କଲେଜର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ପ୍ରଫେସର ଡାକ୍ତର ମାନସ ବନ୍ଦୋପାଧ୍ୟାୟ। ଆଉ ଏପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହସ୍ପିଟାଲର ସୁରକ୍ଷା ଦାୟିତ୍ବ ନିଜ ହାତକୁ ନେଇଛନ୍ତି ୧୫୦ ଜଣ ସଶସ୍ତ୍ର CISF ଯବାନ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ