Advertisment

ନ୍ୟାୟ ପାଇଁ ଲଢ଼େଇ ! ୧୩ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ

କୋଲକାତା ଯାଇ ଗ୍ରାଉଣ୍ଡରୁ ଆକ୍ରୋଶ ପରଖିଲା ଓଟିଭି । ଲାଗିଲା ଅଭିଯୁକ୍ତ ସଂଜୟ ସୈତାନୀକାଣ୍ଡର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ।

ଅଦ୍ୟତନ ହୋଇଛି
Kolkata Crime

Kolkata Crime

Advertisment

ଆଜି ଯଦି ଅଭୟା ବଞ୍ଚିଥାନ୍ତେ,ଆପ୍ରୋନ ପିନ୍ଧି ରୋଗୀ ସେବା କରିଥାନ୍ତେ। ସାଜିଥାନ୍ତେ କେତେ କେତେ ମଣିଷଙ୍କ ଦ୍ୱିତୀୟ ଭଗବାନ, ଜୀବନଦାତା । ଆଜି ଯଦି ଅଭୟା ବଞ୍ଚିଥାନ୍ତେ, ଦିନକ ତଳୁ ହୁଏତ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ମାଗି ନେଇଥାନ୍ତେ ନିଜ ପାଇଁ ସୁରକ୍ଷା କବଚ। କିନ୍ତୁ ଅକାଳରେ ତାଙ୍କ ଆତ୍ମାକୁ, ତାଙ୍କ ଦେହକୁ, ତାଙ୍କ ସ୍ୱପ୍ନକୁ, ତାଙ୍କ ସଂକଳ୍ପକୁ ଖିନ୍‌ଭିନ୍ କରି ମାରି ଦେଇଥିବା ସେଇ ପିଶାଚର ଶାସ୍ତି ପାଇଁ ଏବେ ଚାଲିଛି ଲଢ଼େଇ ।

Advertisment

ରକ୍ତ ଲଗା ଆପ୍ରୋନରେ ଜଷ୍ଟିସ୍ ଫର ଅଭୟା ଲେଖା, ଫଟୋ ପାଖରେ ରାକ୍ଷୀ ଥୋଇ ତାଙ୍କୁ ନ୍ୟାୟ ଦେବାକୁ କାହିଁ କେତେ ଭାଇ ଭଉଣୀ କରୁଛନ୍ତି ସଂକଳ୍ପ । ୧୩ ଦିନ ଧରି ପୈଶାଚିକ କାଣ୍ଡ ଘଟିଥିବା ଏଇ ଆର୍.ଜି.କର ହସ୍ପିଟାଲ ସାମ୍ନାରେ ଆନ୍ଦୋଳନରେ ବସି ନିଜ ସହପାଠୀ, ନିଜ ସିନିୟରର ମୃତ୍ୟୁର ବଦଲା ଚାହୁଁଛନ୍ତି, ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦାବି କରିଆସୁଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ।

ସମୟ ଯେତେ ବଢୁଛି, ଲୋକଙ୍କ ଭିତରେ କୋଲକାତା ପୋଲିସ ଓ ମମତା ସରକାରଙ୍କ ବିରୋଧରେ ଆକ୍ରୋଶ ସେତେ ବଢିବାରେ ଲାଗିଛି। ପୂରା ଦେଶର ଅନ୍ତରାତ୍ମାକୁ ଦୋହଲାଇ ଦେଇଥିବା ସେଇ ଜଘନ୍ୟକାଣ୍ଡ ପରବର୍ତ୍ତୀ ସ୍ଥିତି ସଂପର୍କରେ ଅବଗତ ହେବାକୁ ଓଟିଭିର ପ୍ରୟାସ ଭିତରେ ଆମେ ବି ମାପିଥିଲୁ ସେଇ ଆକ୍ରୋଶର ତାତି। ଗ୍ରାଉଣ୍ଡ ଛାନଭିନ୍ ବେଳେ ପାଇଥିଲୁ ହୋସ୍ ଉଡେଇ ଦେଲା ଭଳି ତଥ୍ୟ। ତାହା ହେଉଛି ଅଭିଯୁକ୍ତ ସଂଜୟ ରାୟ ୮ ତାରିଖ ରାତିର ଘଟଣା ଘଟାଇବା ପୂର୍ବରୁ ପ୍ରଥମେ କୋଲକାତାର ଦୁଇଟି ରେଡ୍ ଲାଇଟ୍ ଅଞ୍ଚଳକୁ ଯାଇଥିଲା। ଏହାପରେ ଆରାମରେ ମେଡିକାଲର ତୃତୀୟ ଫ୍ଲୋରରେ ଥିବା ସେମିନାର ହଲକୁ ପଶି ଭିଆଇଥିଲା ଜଘନ୍ୟକାଣ୍ଡ।

Advertisment

ଆଉ ରାତିରେ ଏତେବଡ଼ କାଣ୍ଡ ଭିଆଇବା ପରେ ଅତି ସ୍ୱଚ୍ଛନ୍ଦରେ ସେଠାରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ ସଂଜୟ। ସବୁଠୁ ବଡ଼ କଥା ହେଲା ସଲ୍ଟ ଲେକ୍ ଅଞ୍ଚଳରେ ଥିବା କୋଲକାତା ପୁଲିସର ଚତୁର୍ଥ ବାଟାଲିଅନରେ ଯାଇ ଶୋଇ ପଡ଼ିଥିଲା।

ଏପଟେ ସୁପ୍ରିମକୋର୍ଟରୁ କଡ଼ା ଭର୍ତ୍ସନା ପରେ ତରବରିଆ ଭାବେ ଆଜି ଆର.ଜି. କର୍ ମେଡିକାଲ କଲେଜରେ ଫୋର୍ସକୁ ବଢ଼େଇଛି କୋଲକାତା ପୁଲିସ। ହେଲେ ସେପଟେ କିନ୍ତୁ ସୁରକ୍ଷା ଦାୟିତ୍ୱ ହାତକୁ ନେବା ପୂର୍ବରୁ CISF ଡିଜି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି।

Advertisment

Kolkata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ