ହୋସ୍ ଉଡ଼ାଇ ଦେଲା ଅଟୋପ୍‌ସି ରିପୋର୍ଟ! ! ମିଳିଲା ଛାତିଥରା ତଥ୍ୟ, ଶରୀରରେ ୧୪ଟି ଗଭୀର କ୍ଷତ

ସେ ଦିନ ରାତିରେ ଅଭିଯୁକ୍ତ ପିଶାଚ ସହ ଖୁବ୍ ଲଢ଼ିଥିଲେ ବାହାଦୂର ଅଭୟା । ଫଳରେ ଶରୀରର ପ୍ରାୟ ସବୁ ଭାଗରେ ଆଘାତ ଲାଗିଥିଲା । ଏମିତି କୌଣସି ଅଂଶ ନଥିଲା ଯେଉଁଠି ଆଘାତ ଲାଗିନି, ଯେଉଁଠି କ୍ଷତ ପହଞ୍ଚିନି ।

Kolkata Rape Murder Case

ସାମ୍ନାକୁ ଆସିଛି କୋଲକାତା ପୀଡ଼ିତାଙ୍କ ଅଟୋପ୍‌ସି ରିପୋର୍ଟ । ଆଉ ଏହି ରିପୋର୍ଟ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି । ସେ ଦିନ ରାତିରେ ଅଭିଯୁକ୍ତ ପିଶାଚ ସହ ଖୁବ୍ ଲଢ଼ିଥିଲେ ବାହାଦୂର ଅଭୟା । ଫଳରେ ଶରୀରର ପ୍ରାୟ ସବୁ ଭାଗରେ ଆଘାତ ଲାଗିଥିଲା । ଏମିତି କୌଣସି ଅଂଶ ନଥିଲା ଯେଉଁଠି ଆଘାତ ଲାଗିନି, ଯେଉଁଠି କ୍ଷତ ପହଞ୍ଚିନି ।

ପୋଷ୍ଟମର୍ଟମ ଓ ପରେ ସମ୍ପୂର୍ଣ୍ଣ ଅଟୋପ୍‌ସି ରିପୋର୍ଟରେ ଛାତି ଦୋହଲାଇଲା ଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି । ଅଭୟାଙ୍କ ଶରୀରରେ ୧୪ଟି କ୍ଷତ ଚିହ୍ନ ରହିଛି । ମୁଣ୍ଡ, ବେକ, ମୁହଁ, ଦୁଇ ବାହୁ ଏବଂ ଗୁପ୍ତାଙ୍ଗରେ ଗଭୀର ଆଘାତ ଲାଗିଛି । ପାଟିରେ ମଧ୍ୟ ଗଭୀର ଆଘାତ ଲାଗିଛି। ଶ୍ୱାସ ରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ପୂର୍ବରୁ ଜଣାପଡ଼ିଥିଲା ।

ଏବେ ଅଟୋପ୍‌ସି ରିପୋର୍ଟରୁ  ମୁହଁ ଭିତରେ ବି ଆଘାତ ଲାଗିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜୋରଜବରଦସ୍ତ ଭାବେ ସେମିନାର୍ ହଲରେ ତାଙ୍କୁ ଘୋଷାଡ଼ିଥିଲା ଅଭିଯୁକ୍ତ । ଫଳରେ ଦୁଇ କାନ୍ଧ, ବାହୁରେ ବି ଆଘାତ ଲାଗିଛି । ଏବେ ସିବିଆଇ ଏସବୁ ଘଟଣାକୁ ନେଇ ତଦନ୍ତ କରୁଛି । ଅଭିଯୁକ୍ତର ସାଇକୋ ଆନାଲେସିସ୍ ପରେ ଏହା ପଛର ଅସଲ କାହାଣୀ ସାମ୍ନାକୁ ଆସିବ ।

ଗଣ ଦୁଷ୍କର୍ମ ଅଭିଯୋଗକୁ ଖୋଜୁଥିବା ସିବିଆଇକୁ ଏହି ଅଟୋପ୍‌ସି ରିପୋର୍ଟ ବେଶ୍ ସହାୟକ ହୋଇପାରେ । ସେପଟେ କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟାକୁ ନେଇ ସାରା ଦେଶରେ ପ୍ରତିବାଦ ଓ ବିକ୍ଷୋଭ ଜାରି ରହିଛି । ଏପଟେ ଏହି ଘଟଣାକୁ ନେଇ ଦେଶର ସର୍ବୋଚ୍ଚ ନେତୃତ୍ୱ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ।

ଆଜି ରକ୍ଷା ବନ୍ଧନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ନାରୀ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ ମିଡିଆ ଏକ୍ସରେ କରିଥିବା ଏକ ପୋଷ୍ଟରେ ସେ ମହିଳାଙ୍କ ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବାକୁ ଦେଶବାସୀ ସଂକଳ୍ପ ନିଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ।

ଦେଶର ପ୍ରଥମ ନାଗରିକ ଏଥିରେ ଲେଖିଛନ୍ତି, ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହ ଓ ପରସ୍ପର ବିଶ୍ୱାସର ଭାବନା ଉପରେ ଆଧାରିତ ଏହି ପର୍ବ ସମସ୍ତ ଭଉଣୀ ଓ ଝିଅଙ୍କ ପ୍ରତି ସ୍ନେହ ଓ ସମ୍ମାନର ଭାବନା ଜାଗୃତ କରିଥାଏ । ତେବେ ଏହି ପର୍ବରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ କରିବାକୁ ସମସ୍ତ ଦେଶବାସୀ ସଂକଳ୍ପ ନିଅନ୍ତୁ ବୋଲି ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି ।

ସେହିପରି ଉପରାଷ୍ଟ୍ରପତି ଜୟଦୀପ ଧନକଡ ମଧ୍ୟ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଆହ୍ୱାନ ଦେଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଉପରାଷ୍ଟ୍ରପତି ଦେଶବାସୀଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ଏହା ହେଉଛି ଭାଇ ଓ ଭଉଣୀଙ୍କ ମଧ୍ୟରେ ପବିତ୍ର ବନ୍ଧନକୁ ପାଳନ କରିବାର ଉତ୍ସବ । ଏହା ଏଭଳି ଏକ ପର୍ବ ଯାହା ଭାଇ ଓ ଭଉଣୀଙ୍କୁ ପରସ୍ପର ପ୍ରତି ସମର୍ଥନ ଏବଂ ସମ୍ମାନ ଦେବାର ପ୍ରତିଶ୍ରୁତିବଦ୍ଧତାକୁ ସୂଚାଇଥାଏ ।

ଆଜି ଭଳି ପବିତ୍ର ଦିନରେ ମହିଳାଙ୍କ ସମ୍ମାନ ଓ ମର୍ଯ୍ୟାଦାକୁ ରକ୍ଷା କରିବା ସହ ଏମିତି ଏକ ପରିବେଶ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଯଦ୍ୱାରା ସେମାନେ ନିଜର ଦକ୍ଷତାକୁ ସମ୍ପୂର୍ଣ୍ଣ ଭାବେ ଅନୁଭବ କରିପାରିବେ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଭାଷଣ ଦେବା ଅବସରରେ ମହିଳା ବିରୋଧୀ ଅପରାଧକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ।

ସେ କହିଥିଲେ, ମହିଳା ବିରୋଧୀ ଅପରାଧ ଚିନ୍ତାର ବିଷୟ । ଦେଶ, ସମାଜ, ରାଜ୍ୟ ସମସ୍ତେ ଏହା ଉପରେ ଗମ୍ଭୀରତାର ସହ ଚିନ୍ତା କରିବା ଦରକାର । ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ଲାଗି ତୁରନ୍ତ ଦଣ୍ଡ ମିଳିବା ଏବଂ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବା ଉପରେ ବ୍ୟାପକ ଚର୍ଚ୍ଚାର ଆବଶ୍ୟକତା ନେଇ ଟପ୍ ନେତାମାନେ ମତ ଦେଇଛନ୍ତି ।