Advertisment

କୋଲକାତାରେ CBIର ସ୍ପେଶାଲ ଟିମ, ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ହେବ ତଦନ୍ତ

କୋଲକାତାରେ ପହଞ୍ଚିଲା CBIର ସ୍ପେଶାଲ ଟିମ । ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ ।

ଅଦ୍ୟତନ ହୋଇଛି
CBI take documents from police following High Court order

CBI

Advertisment

କୋଲକାତାରେ ପହଞ୍ଚିଲା CBIର ସ୍ପେଶାଲ ଟିମ । ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ । ଏଥିପାଇଁ ଆଜି ପଶ୍ଚିମବଙ୍ଗରେ ପହଞ୍ଚିଛି CBIର ଏକ ସ୍ପେଶାଲ୍ ଟିମ୍ । ସକାଳ ୧୦ଟା ସୁଦ୍ଧା ସମସ୍ତ କାଗଜପତ୍ର ହସ୍ତାନ୍ତର କରିବାକୁ କୋଲକାତା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତଦନ୍ତରେ ଗୁରୁତର ତ୍ରୁଟି ଥିବା ଦର୍ଶାଇ ସିବିଆଇକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ।

Advertisment

ଅଧିକ ପଢନ୍ତୁ : ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ସାରା ଦେଶରେ OPD ସେବା ବନ୍ଦ ଡାକରା

ମୃତ ଡାକ୍ତରଙ୍କ ପରିବାର ପକ୍ଷରୁ ପ୍ରମାଣ ନଷ୍ଟ କରାଯାଇପାରେ ବୋଲି ହାଇକୋର୍ଟରେ ଚିନ୍ତା ପ୍ରକଟ କରାଯିବା ସହ ନିରପେକ୍ଷ ଏଜେନ୍ସି ଦ୍ବାରା ତଦନ୍ତ ପାଇଁ ଆବେଦନ କରାଯାଇଥିଲା । ଏହାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଏଭଳି ଏକ ସଂଗୀନ ମାମଲାରେ ୫ ଦିନ ପରେ ବି ପୋଲିସ କୌଣସି ନିଷ୍କର୍ସରେ ପହଞ୍ଚିପାରିନାହିଁ । ତେଣୁ ସମୟ ନଷ୍ଟ ନକରି ତୁରନ୍ତ ସିବିଆଇକୁ ଏହାର ତଦନ୍ତ ଦାୟିତ୍ବ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହ ସଂପୃକ୍ତ ମେଡିକାଲ କଲେଜର ତତ୍କାଳୀନ ପ୍ରିନ୍ସିପାଲ୍ ଚାକିରିରୁ ଇସ୍ତଫା ଦେବାର କିଛି ଘଣ୍ଟା ଭିତରେ, ତାଙ୍କୁ ଆଉ ଏକ କଲେଜରେ ନିଯୁକ୍ତି ଦିଆଯିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ।

Advertisment

ଏନେଇ ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିବା ସହ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ଭର୍ତ୍ସନା କରି, ତାଙ୍କୁ ତୁରନ୍ତ ଛୁଟିରେ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ପୋଷ୍ଟମର୍ଟମ ରିପୋର୍ଟରୁ ମହାଳା ଡାକ୍ତରଙ୍କୁ ଅର୍ଦ୍ଧନିଦ୍ରିତ ଅବସ୍ଥାରେ ଅତି ନୃଶଂସ ଭାବେ ତଣ୍ଟିଚିପି ଓ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ଏହି ଘଟଣାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଡାକ୍ତର ମାନେ ଆନ୍ଦୋଳନକୁ ଓହ୍ଲାଇବା ଫଳରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଛି । 

Rape Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ