Advertisment

ବନ୍ଦ ହେଲା କୋଲକାତାର 'ବୁର୍ଜ ଖଲିଫା' ପୂଜା ପଣ୍ଡାଲ !

ବନ୍ଦ ହେଲା କୋଲକାତାର ପ୍ରଶିଦ୍ଧ 'ବୁର୍ଜ ଖଲିଫା' ପୂଜା ପାଣ୍ଡାଲ । ଅତ୍ୟଧିକ ଭିଡ଼ ଯୋଗୁଁ 'ବୁର୍ଜ ଖଲିଫା'ର ଡିଜାଇନ୍‌ରେ ନିର୍ମିତ ଦୁର୍ଗା ପୂଜା ପାଣ୍ଡାଲକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି ।

ଅଦ୍ୟତନ ହୋଇଛି
kolkata-burj-khalifa-durga-puja-pandal-closed

kolkata-burj-khalifa-durga-puja-pandal-closed

Advertisment

କୋଲକାତା: ବନ୍ଦ ହେଲା କୋଲକାତାର ପ୍ରଶିଦ୍ଧ 'ବୁର୍ଜ ଖଲିଫା' ପୂଜା ପାଣ୍ଡାଲ । ଅତ୍ୟଧିକ ଭିଡ଼ ଯୋଗୁଁ 'ବୁର୍ଜ ଖଲିଫା'ର ଡିଜାଇନ୍‌ରେ ନିର୍ମିତ ଦୁର୍ଗା ପୂଜା ପାଣ୍ଡାଲକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି । ପାଣ୍ଡାଲଟି ସହରର ଆକର୍ଷଣ କେନ୍ଦ୍ର ପାଲଟିଥିବାରୁ ଏହାକୁ ଦେଖିବା ପାଇଁ ବେଶ୍‌ ଭିଡ ଜମିଥିଲା ।ଯାହା ଦ୍ୱାରା ସେଠାରେ ଅତ୍ୟଧିକ ଭିଡ଼ ଏବଂ ଜନସମାବେଶ ହେଉଥିଲା ଫଳରେ କୋରନା ବ୍ୟାପିବାର ସମ୍ଭାବନା ବୃଦ୍ଧି ପାଇଥିଲା । ଯାହାକୁ ଦୃଷ୍ଟିରେ ରଖି ପାଣ୍ଡାଲ କର୍ତ୍ତୃପକ୍ଷ ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

Advertisment

ଶ୍ରୀଭୂମୀ ସ୍ପୋର୍ଟିଂ କ୍ଲବ ଦ୍ୱାରା ନିର୍ମିତ ଏହି ପଣ୍ଡାଲ୍‌ଟିରେ ପ୍ରାୟ ୩୦୦ରୁ ଅଧିକ ଲାଇଟ୍‌ ଥିବାବେଳେ ଏହା ୧୪୫ ଫୁଟ ଉଚ୍ଚ ବିଶିଷ୍ଟ ଥିଲା । ବିଭିନ୍ନ ଅଭିଯୋଗ ତଥା ପଶ୍ଚିମବଙ୍ଗ ପୋଲିସ ଏବଂ ପ୍ରଶାସନର ପରାମର୍ଶ କ୍ରମେ ପାଣ୍ଡାଲର ଲାଇଟ୍‌କୁ ଗତ ବୁଧବାର ଦିନ ବନ୍ଦ କରାଯାଇଛି । ପଶ୍ଚିମବଙ୍ଗ ଦମ୍‌ଦମ୍‌ ବିମାନବନ୍ଦର ନିକଟରେ ଅବସ୍ଥିତ ଏହି ପଣ୍ଡାଲ୍‌ର ଶକ୍ତିଶାଳୀ ଲେଜରର ଲାଇଟ୍‌ କାରଣରୁ ବିମାନ ଲ୍ୟାଣ୍ଡିଂ ସମୟରେ ପାଇଲଟମାନେ ବିଭିନ୍ନ ସମସ୍ୟା​​ର ସମ୍ମୁଖୀନ କରୁଥିଲେ । ଯାହାକୁ ନେଇ ସେମାନେ ଅଭିଯୋଗ କରିଥିଲେ । ପଣ୍ଡାଲ୍‌ର ଲାଇଟ୍‌କୁ ବନ୍ଦ କରିଦିଆଯାଇଥିବାରୁ ପାଣ୍ଡାଲ୍ ବର୍ତ୍ତମାନ ଖାଲି ହୋଇଯାଇଛି ।

burj-khalifa-durga-puja-pandal ('ବୁର୍ଜ ଖଲିଫା' ପଣ୍ଡାଲ)
Advertisment

ସୂଚନା ଅନୁସାରେ, କୋଲକାତାର ଲେକ୍‌ ଟାଉନ୍ ଅଞ୍ଚଳରେ ଅବସ୍ଥିତ ବୁର୍ଜ ଖଲିଫା ପଣ୍ଡାଲରେ ସପ୍ତମୀ ଦିନ ଏକ ବିରାଟ ଜନସମାଗମ ହୋଇଥିଲା। ହେଲେ ପୂର୍ବରୁ ପଣ୍ଡାଲ୍‌ରେ କୋଭିଡ୍‌ ଗାଇଡ୍‌ ଲାଇନ୍‌ ମାନି ହିଁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା । ଯାହାର ଉଲଙ୍ଘନ ହୋଇଥିବା ଯୋଗୁଁ ପ୍ରଶାନ ପକ୍ଷରୁ ପଣ୍ଡାଲକୁ ବନ୍ଦ କରିଦିଆଯାଇଛି । ଚଳିତ ବର୍ଷ ଜନସାଧାରଣଙ୍କ ମଧ୍ୟରେ ଏହି ପଣ୍ଡାଲ୍‌ଟି ଲୋକପ୍ରିୟ ତଥା ଆକର୍ଷଣର କେନ୍ଦ୍ର ପାଲଟିଥିଲା । ପୂଜା କମିଟି ପକ୍ଷରୁ ପଣ୍ଡାଲକୁ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ଭିନ୍ନ ଭିନ୍ନ ପଥ ଥାଇ ମଧ୍ୟ ଭିଡ଼ ଜମିବାରେ ଲାଗିଥିଲା । ଆତ୍ୟାଧିକ ଜନଗହଳି ହୋଇଥିବାବେଳେ ଗହଳି କମିବାର ନାଁ ଧରୁନଥିଲା । ଯାହାକୁ ଦୃଷ୍ଟିରେ ରଖି କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶାକ୍ରମେ ପଣ୍ଡାଲକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ମଧ୍ୟ ଘୋଷଣ କରାଯାଇଥିଲା ।

Puja Mandaps Burj Khalifa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ