Advertisment

ଜାଣନ୍ତୁ, କାହିଁକି ଛପାଗଲା ୨ ହଜାର ଟଙ୍କିଆ ନୋଟ୍‌ ?

ମାର୍କେଟରେ ଆଉ ମିଳିବନି ୨ ହଜାର ଟଙ୍କିଆ ନୋଟ୍। ଏହି ନୋଟ୍‌କୁ ପ୍ରତ୍ୟାହାର କରିନେବାକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଛି। କିନ୍ତୁ ଏହା ଅଚଳ ହେବନି ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି।

Know Why Printing Of Rs 2000 Notes Started

Know Why Printing Of Rs 2000 Notes Started

Advertisment

ମାର୍କେଟରେ ଆଉ ମିଳିବନି ୨ ହଜାର ଟଙ୍କିଆ ନୋଟ୍। ଏହି ନୋଟ୍‌କୁ ପ୍ରତ୍ୟାହାର କରିନେବାକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଛି। କିନ୍ତୁ ଏହା ଅଚଳ ହେବନି ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି। ତେବେ ୨ ହଜାର ଟଙ୍କିଆ ନୋଟ୍‌ ବନ୍ଦୀକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। କାହିଁକି ମାର୍କେଟରୁ ୨ ହଜାର ଟଙ୍କିଆ ନୋଟକୁ ପ୍ରତ୍ୟାହାର କରାଯାଉଛି ? ଆଗକୁ ୨୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯିବ କି ? ନିଜ ପାଖରେ ଥିବା ୨୦୦୦ ନୋଟ୍‌କୁ ଲୋକେ କ’ଣ କରିବେ ? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି।

Advertisment

ଆର୍‌ବିଆଇ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଯାହାଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଅଛି, ତାକୁ ସେମାନେ ବ୍ୟାଙ୍କକୁ ଯାଇ ବଦଳାଇ ପାରିବେ କିମ୍ବା ନିଜ ଆକାଉଣ୍ଟରେ ଡିପୋଜିଟ ମଧ୍ୟ କରିପାରିବେ। ଏହା ମେ’ ୨୩ରୁ ଆରମ୍ଭ ହେବ। ସେପଟେମ୍ବର ୩୦ ଯାଏ ୨ ହଜାର ଟଙ୍କିଆ ନୋଟ୍‌କୁ ବଦଳା ଯାଇପାରିବ। ଜଣେ ଏକାଥରେ ୨୦ଟି ନୋଟ୍ ବଦଳାଇପାରିବ। ଆସନ୍ତୁ ଜାଣିବା କେବେ ଆରମ୍ଭ ହୋଇଥିଲା ୨ ହଜାର ଟଙ୍କିଆ ନୋଟ୍ ଓ କାହିଁକି ଏହାକୁ ଛପା ଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା।

୨ ହଜାର ଟଙ୍କିଆ ନୋଟ୍ ୨୦୧୬ ମସିହା ନଭେମ୍ବରରେ ଆରମ୍ଭ ହୋଇଥିଲା। ନଭେମ୍ବର ୮ରେ କେନ୍ଦ୍ର ସରକାର ୫ ଶହ ଓ ହଜାରେ ଟଙ୍କିଆ ନୋଟ୍‌କୁ ଅଚଳ କରିଦେବା ପରେ ନୋଟ୍ ଅଭାବକୁ ପୂରଣ କରିବା ପାଇଁ ଗୋଲାପୀ ରଙ୍ଗର ୨ ହଜାର ଟଙ୍କିଆ ନୋଟ୍ ଆରମ୍ଭ କରାଯାଇଥିଲା। ମାର୍କେଟରେ ପର୍ଯ୍ୟାପ୍ତ ପରିମାଣର ୫ ଶହ ଟଙ୍କିଆ ନୋଟ୍ ଆସିବା ପରେ ଓ କାରବାର ସ୍ୱାଭାବିକ ହେବା ପରେ ୨୦୧୮-୧୯ରେ ନୂଆ ୨ ହଜାର ଟଙ୍କିଆ ନୋଟ୍ ଛପା ବନ୍ଦ କରିଥିଲା ଆର୍‌ବିଆଇ।

Advertisment

ଏହାଛଡ଼ା ୨ ହଜାର ଟଙ୍କିଆ ନୋଟ୍ କାରବାର ମଧ୍ୟ କଷ୍ଟକର ଥିଲା। କାରଣ ଏହାକୁ ସହଜରେ ଖୁଚୁରା କରି ହେଉନଥିଲା। ମାର୍କେଟରେ ଅନ୍ୟ ନୋଟ୍ ପର୍ଯ୍ୟାପ୍ତ ମିଳିବା ପରେ ଓ ଅନଲାଇନ୍ କାରବାର ମଧ୍ୟ ବଢ଼ିବା ପରେ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍‌ର ବ୍ୟବହାର କମି ଯାଇଥିଲା। ମୁଖ୍ୟତଃ ୨ ହଜାର ଟଙ୍କିଆ ନୋଟ୍ ପ୍ରଚଳନର ମୁଖ୍ୟ ଲକ୍ଷ୍ୟ ପୂରଣ ହୋଇଥିବାରୁ ତାକୁ ପ୍ରତ୍ୟାହାର କରି ନିଆଯାଇଥିବା କୁହାଯାଉଛି। ନୋଟ୍ ବନ୍ଦୀ ପରେ ଯେଉଁ ଅବସ୍ଥା ସୃଷ୍ଟି ହେଲା, କେବଳ ତା’ର ସମାଧାନ ପାଇଁ ଆରମ୍ଭ ହୋଇଥିଲା ୨ ହଜାର ଟଙ୍କିଆ ନୋଟ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ