Advertisment

ରାଷ୍ଟ୍ରପତି ନିର୍ବାଚନ: ଜାଣନ୍ତୁ, କିଏ କାହାକୁ ଦେବେ ସମର୍ଥନ

ସହଯୋଗୀ ଦଳଙ୍କ ଉପସ୍ଥିତିରେ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିବେ। ବିଜେଡି, YSR କଂଗ୍ରେସ, ଜେଡିୟୁ ପରି ଦଳ ପ୍ରସ୍ତାବକ ରହିବେ।

ଅଦ୍ୟତନ ହୋଇଛି
Know Whom to Support in the Presidential Polls

Know Whom to Support in the Presidential Polls

Advertisment

ରାଷ୍ଟ୍ରପତି ନିର୍ବାଚନ ଲାଗି NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ନାମାଙ୍କନ ଭରିବେ।  ଏଥିପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେ ଓଡ଼ିଶା ଭବନରୁ ସଂସଦ ଭବନ ଯାତ୍ରା କରିଛନ୍ତି। ସହଯୋଗୀ ଦଳଙ୍କ ଉପସ୍ଥିତିରେ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିବେ। ବିଜେଡି, YSR କଂଗ୍ରେସ, ଜେଡିୟୁ ପରି ଦଳ ପ୍ରସ୍ତାବକ ରହିବେ।

Advertisment

ନାମାଙ୍କନ ପତ୍ର ଦାଖଲ ବେଳେ ରାଜ୍ୟ ବିଜେପିର ୧୦ ବିଧାୟକ ଉପସ୍ଥିତ ରହିବେ। ସେହିପରି ବିଜେଡି ସରକାରଙ୍କ ୨ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବକ ରହିଛନ୍ତି। ଆନ୍ଧ୍ର ୱାଇଏସ୍‌ଆର୍‌ କଂଗ୍ରେସର ୨ ଜଣ ସାଂସଦ ମଧ୍ୟ ଉପସ୍ଥିତ ରହିବେ।

ଜାଣନ୍ତୁ, ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ  ଯଶଓ୍ୱନ୍ତ ସିହ୍ନାଙ୍କୁ କେଉଁ ପାର୍ଟି ସମର୍ଥନ ଦେବେ....

Advertisment
  •  NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି, ଜେଡିୟୁ, ଏଲ୍‌ଜେପି, ୱାଇଏସ୍‌ଆର୍‌ କଂଗ୍ରେସ ସମର୍ଥନ ଘୋଷଣା କରିଛି।
  •  ବିଜେଡି ପାଖରେ ଥିବା ୨. ୮୫% ଭୋଟ୍‌ ଏବଂ ୱାଇଏସ୍‌ଆର୍‌ କଂଗ୍ରେସ ପାଖରେ ୪% ଭୋଟ୍‌ ରହିଛି।  ଏହି ଦୁଇ ଦଳର ଭୋଟ୍ ପ୍ରତିଶତ ମିଶାଇଲେ ଦ୍ରୌପଦୀଙ୍କ ସମର୍ଥନରେ ଭୋଟ୍‌ ପ୍ରତିଶତ ୫୫. ୭୫%ରେ ପହଞ୍ଚିଛି।  ଏହାଦ୍ୱାରା ଦ୍ରୌପଦୀଙ୍କ ବିଜୟ ପ୍ରାୟ ନିଶ୍ଚିତ ଜଣାପଡୁଛି
  • ଦ୍ରୌପଦୀଙ୍କ ସମର୍ଥନରେ NDA, ବିଜେଡି, ଜେଡିୟୁ, ଏଲ୍‌ଜେପି, ଓ୍ୱାଇଏସ୍ଆର୍ କଂଗ୍ରେସ ରହିଛନ୍ତି।
  • ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କ ସମର୍ଥନରେ ରହିଛନ୍ତି କଂଗ୍ରେସ, ଟିଏମ୍‌ସି, ଏନ୍‌ସିପି, ଶିବସେନା, ସିପିଆଇ, ସିପିଏମ୍, ସିପିଆଇଏମ୍ଏଲ୍, ଡିଏମ୍‌କେ, ଆର୍‌ଜେଡି, ଏସ୍‌ପି, ନ୍ୟାସନାଲ କନଫରେନ୍ସ, ପିଡିପି, ଜେଡିଏସ୍, ଆର୍‌ଏଲ୍‌ଡି, ଆର୍‌ଏସ୍‌ପି, ଆଇୟୁଏମ୍ଏଲ୍ ଏବଂ ଜେଏମ୍ଏମ୍।
  • ବର୍ତ୍ତମାନ ଯାଏ ଆମ୍‌ ଆଦମୀ ପାର୍ଟି, ଟିଆରଏସ୍, ଅକାଳୀ ଦଳ, AIMIM କାହା ସପକ୍ଷରେ ସମର୍ଥନ ଘୋଷଣା କରି ନାହାନ୍ତି

 NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  ପ୍ରାର୍ଥିତ୍ୱକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସମର୍ଥନ କରିଛନ୍ତି।  ରାଜ୍ୟ ସରକାରଙ୍କ ପ୍ରକାଶିତ ବିଜ୍ଞପ୍ତି ଜରିଆରେ ସମର୍ଥନ ଘୋଷଣା କରିଛନ୍ତି। 

Advertisment
Draupadi Murmu Presidential Elections Presidential Polls Yashwant Sinha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ