Advertisment

ରୂପ ବଦଳାଇବାରେ ମାହିର ସିଦ୍ଧୁ ମର୍ଡର କେସ୍‌ର ମାଷ୍ଟରମାଇଣ୍ଡ, କାନାଡାରେ ବସି କରୁଛି ଅପରେଟ୍‌

ସିଦ୍ଧୁ ମୁସେଓ୍ୱାଲା ହତ୍ୟା ମାମଲରାର ମାଷ୍ଟରମାଇଣ୍ଡ୍‌ ଗୋଲ୍‌ଡି ବ୍ରାର୍‌ର ପ୍ରକୃତ ନାମ ସତ୍‌ୱିନ୍ଦରଜିତ୍‌ ସିଂ। ସେ  A+ କ୍ୟାଟେଗୋରୀର ଗ୍ୟାଙ୍ଗଷ୍ଟର ଥିବାବେଳେ କୋର୍ଟ ତାକୁ ପଳାତକ ଘୋଷଣା କରିଛନ୍ତି।

Singer Sidhu Moose Wala's Murder Case Mastermind Goldy Brar

Singer Sidhu Moose Wala's Murder Case Mastermind Goldy Brar

Advertisment

କାନାଡାରା ବସି କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଗୋଲ୍‌ଡି ବ୍ରାର୍‌ କିଏ ? କେମିତି ଦେଖିବାକୁ ଗୋଲ୍‌ଡି ? ପ୍ରକୃତରେ ତା’ର ପ୍ରକୃତ ନାମ କ’ଣ ? ଏସବୁ ପଞ୍ଜାବ ପୋଲିସ୍‌ ହାତରେ ଲାଗିଛି। ପୋଲିସ୍‌ ଗୋଲ୍‌ଡିର ଏକ ଦସ୍ତାବିଜ୍‌(ଡୋଜିୟର) ପ୍ରସ୍ତୁତ କରିଛି।

Advertisment

ଜାତୀୟ ଗଣମାଧ୍ୟମ Aaj Takରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସିଦ୍ଧୁ ମୁସେଓ୍ୱାଲା ହତ୍ୟା ମାମଲରାର ମାଷ୍ଟରମାଇଣ୍ଡ୍‌ ଗୋଲ୍‌ଡି ବ୍ରାର୍‌ର ପ୍ରକୃତ ନାମ ସତ୍‌ୱିନ୍ଦରଜିତ୍‌ ସିଂ। ୧୯୯୪ ମସିହାରେ ଜନ୍ମିତ ସତ୍‌ୱିନ୍ଦରଜିତ୍‌ ଓରଫ ଗୋଲ୍‌ଡି BAରେ ଡିଗ୍ରୀ ହାସଲ କରିଛି। ତାର ୫ଟି ଅଲଗା ଅଲଗା ଫଟୋ ପଞ୍ଜାବ ପୋଲିସ୍‌ ପାଖରେ ଅଛି। ଏହିସବୁ ଫଟୋ ଦେଖିଲେ ଜଣାପଡ଼ୁଛି, ସମୟର ତାଳେ ତାଳେ ଗୋଲ୍‌ଡି ରୂପ ବଦଳାଉଛି। ସେ  A+ କ୍ୟାଟେଗୋରୀର ଗ୍ୟାଙ୍ଗଷ୍ଟର ଥିବାବେଳେ କୋର୍ଟ ତାକୁ ପଳାତକ ଘୋଷଣା କରିଛନ୍ତି। ଡୋଜିୟରରେ ତାର ୧୨ ସହଯୋଗୀଙ୍କ ନାଁ ଖୁଲାସା କରାଯାଇଛି। ଯେଉଁମାନେ ଗୋଲ୍‌ଡି ସହ ମିଶି ଅପରାଧିକ କାର୍ଯ୍ୟକଳାପ କରୁଥିବା ଜଣାପଡ଼ିଛି। 

ଗୋଲ୍‌ଡିର ୧୨ ସହଯୋଗୀଙ୍କ ମଧ୍ୟରେ ପଞ୍ଜାବର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ନାଁ ରହିଛି। ଏହାସହ ରାଜସ୍ଥାନର ଗ୍ୟାଙ୍ଗଷ୍ଟର ସମ୍ପତ ନେହରା ନାଁ ମଧ୍ୟ ଅଛି। ୨୦୧୮ ମସିହାରେ ସମ୍ପତ ମୁମ୍ବାଇ ଯାଇ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଘରେ ରେକି କରିଥିଲା। ଗୋଲ୍‌ଡି ବରାର୍‌ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଜୋରଜବରଦସ୍ତ ବଟି ଆଦାୟ କରିବା ଭଳି ସଙ୍ଗୀନ ମାମଲା ରହିଛି। ପଞ୍ଜାବରେ ଗୋଲ୍‌ଡି ବିରୋଧରେ ୧୬ଟି ଅପରାଧିକ ମାମଲା ଥିବାବେଳେ ୪ଟିରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛି। 

Advertisment

କାନାଡା ଯିବା ପୂର୍ବରୁ ଗୋଲ୍‌ଡି ପଞ୍ଜାବର ଫିରୋଜପୁର ଓ ଶ୍ରୀ ମୁକ୍ତସର ସାହିବରେ ତାର ଅପରାଧିକ କାର୍ଯ୍ୟକଳାପ ଅଧିକ ଥିଲା। ସୂଚନା ଅନୁସାରେ, ଲରେନ୍ସ ଜେଲ୍‌ ଯିବା ପରେ ଗୋଲ୍‌ଡି କାନାଡାରେ ବସି ଏବେ ଗ୍ୟାଙ୍ଗକୁ ଅପରେଟ୍‌ କରୁଛି। ଆଉ ଲରେନ୍ସ ଜେଲ୍‌ରେ ଥାଇ ଷଡ଼ଯନ୍ତ୍ର ରଚୁଛି। ଏସବୁ ଗୋଲ୍‌ଡି ପାଖରେ ମଧ୍ୟ ପହଞ୍ଚୁଛି। ଏହାପରେ ଗୋଲ୍‌ଡି ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ ଓ ହିମାଚଳପ୍ରଦେଶରେ ଥିବା ଶୁଟର୍‌ଙ୍କ ସହ ଯୋଗାଯୋଗ କରିବା ସହ ଅପରାଧିକ କାର୍ଯ୍ୟକଳାପ ପାଇଁ ପ୍ଲାନ୍‌ ସବୁ ପ୍ରସ୍ତୁତ କରୁଛି।

Lawrence Bishnoi Gang Punjab Singer Sidhu Moosewala Punjab Singer Murder Sidhu Moosewala Murder Goldy Brar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ