Advertisment

‘ମୋ ମୁଣ୍ଡ ପାଇଁ ୧୦ କୋଟି ନୁହେଁ, ୧୦ ଟଙ୍କାର ପାନିଆ ଯଥେଷ୍ଟ’...

ଗୋଟିଏପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ଓ ପ୍ରତିବାଦ ତେଜୁ ଥିବାବେଳେ ଅନ୍ୟପକ୍ଷେ ନିଜ ଜୀବନ ପ୍ରତି ଥିବା ବିପଦକୁ ଉଦୟନିଧି ଖଣ୍ଡନ କରିଛନ୍ତି।

ଅଦ୍ୟତନ ହୋଇଛି
Know What Udhayanidhi Stalin Says On Alleged 10 Crore Bounty On Head

Know What Udhayanidhi Stalin Says On Alleged 10 Crore Bounty On Head

Advertisment

ଗୋଟିଏପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ଓ ପ୍ରତିବାଦ ତେଜୁ ଥିବାବେଳେ ଅନ୍ୟପକ୍ଷେ ନିଜ ଜୀବନ ପ୍ରତି ଥିବା ବିପଦକୁ ଉଦୟନିଧି ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସେ ହେଉଛନ୍ତି ସେହି ବ୍ୟକ୍ତିଙ୍କ ନାତି, ଯିଏ ତାମିଲନାଡୁ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତେଣୁ ଏଭଳି ଧମକକୁ ନେଇ ସେ ଆଦୌ ଚିନ୍ତିତ ନାହାନ୍ତି। 

Advertisment

ଉତ୍ତର ପ୍ରଦେଶର ଜଣେ ସନ୍ଥ ସନାତନ ଧର୍ମ ଉପରେ ଉଦୟନିଧିଙ୍କ ମନ୍ତବ୍ୟକୁ ବିରୋଧ କରିବା ସହ ଉଦୟନିଧି ଷ୍ଟାଲିନଙ୍କ ମୁଣ୍ଡ କାଟି ଆଣି ଦେଲେ ୧୦ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି। ସନ୍ଥ ଜଣକ କହିଛନ୍ତି, ‘ଯେ କେହି ଉଦୟନିଧି ଷ୍ଟାଲିନଙ୍କ ମୁଣ୍ଡ କାଟି ମୋତେ ଆଣିକି ଦେବେ, ପୁରସ୍କାର ସ୍ୱରୂପ ତାଙ୍କୁ ୧୦ କୋଟି ଟଙ୍କା ନଗଦ ଅର୍ଥରାଶି ଦେବି। ଯଦି କାହାର ବି ଷ୍ଟାଲିନଙ୍କୁ ମାରିବାର ସାହସ ନାହିଁ, ତା’ହେଲେ ମୁଁ ନିଜେ ତାଙ୍କୁ ଖୋଜିବି ଓ ମାରିବି’। 

ସୂଚନାଥାଉ କି, ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସନ୍ଥଙ୍କ ଏଭଳି ଘୋଷଣା ଉପରେ ପ୍ରତିକ୍ରିୟା ରଖି ଉଦୟନିଧି ଷ୍ଟାଲିନ କହିଥିଲେ, ‘ମୋ ମୁଣ୍ଡ ପାଇଁ ୧୦ କୋଟି ଦରକାର ନାହିଁ, ୧୦ ଟଙ୍କାର ପାନିଆ ଯଥେଷ୍ଟ।’

Advertisment

ସେପ୍ଟେମ୍ବର ୨ରେ ଚେନ୍ନାଇରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଉଦୟନିଧି କହିଥିଲେ, ‘କିଛି ଜିନିଷ ଅଛି ଯାହାକୁ ଆମେ କେବଳ ବିରୋଧ କଲେ ହେବନି। ଏସବୁକୁ ମୂଳୋତ୍ପାଟନ କରିବା ଆବଶ୍ୟକ। ଡେଙ୍ଗୁ, ମ୍ୟାଲେରିଆ, ଏବଂ କରୋନା ଆଦି ଏହିପରି, ଯାହାକୁ ଆମେ କେବଳ ବିରୋଧ ନୁହେଁ ବିଲୋପ କରିବା ଆବଶ୍ୟକ। 

ସେପଟେ ଉଦୟନିଧିଙ୍କ ମନ୍ତବ୍ୟ ବିରୋଧରେ ତେଜୁଛି ଅସନ୍ତୋଷ ଓ ପ୍ରତିବାଦ । ମନ୍ତବ୍ୟକୁ କଡା ବିରୋଧ କରି ବିଜେପି ନୂଆଦିଲ୍ଲୀରେ ପ୍ରତିବାଦକୁ ଜୋରଦାର କରିଛି। ନୂଆଦିଲ୍ଲୀ ସ୍ଥିତ ତାମିଲନାଡୁ ହାଉସକୁ ଯାଇ ଉଦୟନିଧିଙ୍କ ମନ୍ତବ୍ୟର ଦୁଢ ବିରୋଧ କରି ତାମିଲନାଡୁର ଆବାସିକ କମିଶନରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ଦିଲ୍ଲୀର ସମସ୍ତ ବିଜେପି ସାଂସଦ।

Advertisment

ଏଭଳି ମନ୍ତବ୍ୟ ପଛରେ ଏକ ଷଡଯନ୍ତ୍ର ଥିବା ସନ୍ଦେହ କରିଛି ଦଳ। ସେହିଭଳି ବିଭିନ୍ନ ଧାର୍ମିକ ସଙ୍ଗଠନ ମଧ୍ୟ ଏହି ବୟାନର କଡା ଆପତ୍ତି ଉଠାଇଛନ୍ତି। ସେପଟେ ଡିଏମକେ INDIA ମେଣ୍ଟର ଏକ ଅଂଶୀଦାର ହୋଇଥିବାରୁ ସିଧା କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି। ରାହୁଲ ଗାନ୍ଧି ଚୁପ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ରବି ଶଙ୍କରପ୍ରସାଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ