Advertisment

ଫୋନ୍‌ ଚୋରି କିମ୍ବା ହଜିଗଲେ ପ୍ରଥମେ କରନ୍ତୁ ଏହି ୩ କାମ, ନ ହେଲେ ବଡ଼ ଅସୁବିଧାରେ ପଡ଼ିପାରନ୍ତି...

ଅଧିକାଂଶ କେସ୍‌ରେ ହଜି ଯାଇଥିବା ଫୋନ୍‌ ଆଉ ମିଳେ ନାହିଁ। ତେଣୁ ଏଭଳି ସ୍ଥିତିରେ ଫୋନ୍‌ର ଡାଟା ଡିଲିଟ୍‌ କରିବା ଅତ୍ୟନ୍ତ ଜରୁରୀ। ଫୋନ୍‌ ହଜିଗଲେ କିମ୍ବା ଚୋରି ହୋଇଗଲେ ଯଦି ତୁରନ୍ତ ଆପଣ କିଛି ପଦକ୍ଷେପ ଗ୍ରହଣ ନକରନ୍ତି, ହୁଏତ ଆପଣ ଅସୁବିଧାରେ ପଡ଼ିପାରନ୍ତି।

ଅଦ୍ୟତନ ହୋଇଛି
How To Find  Lost Phone

Know What To Do If You Lost Phone

Advertisment

ଫୋନ୍‌ ଚୋରି ହେବା କିମ୍ବା ହଜିଯିବା କୌଣସି ନୂଆ କଥା ନୁହେଁ। ଜଗହଳିପୂର୍ଣ୍ଣ ସ୍ଥାନ ହେଉ କିମ୍ବା ଆପଣଙ୍କ ଅଜାଣତରେ ଫୋନ୍‌ ଚୋରି କିମ୍ବା ହଜି ଯାଇଥାଏ। ଏହାପରେ ଫୋନ୍‌ରେ ଥିବା ବ୍ୟକ୍ତିଗତ ତଥ୍ୟକୁ ନେଇ ସମସ୍ତଙ୍କ ମନରେ ଡର ଥାଏ। କାରଣ କେହିବି ଆପଣଙ୍କ ଫୋନ୍‌ର ଅପବ୍ୟବହାର କରିପାରନ୍ତି। ଏଥିପାଇଁ ଆପଣ ଥାନାରେ FIR ରୁଜୁ କରି ଫୋନ୍‌କୁ ଟ୍ରାକ୍‌ କରିବା ପାଇଁ ଚେଷ୍ଟା କରିଥାନ୍ତି। 

Advertisment

ହେଲେ ଅଧିକାଂଶ କେସ୍‌ରେ ହଜି ଯାଇଥିବା ଫୋନ୍‌ ଆଉ ମିଳେ ନାହିଁ। ତେଣୁ ଏଭଳି ସ୍ଥିତିରେ ଫୋନ୍‌ର ଡାଟା ଡିଲିଟ୍‌ କରିବା ଅତ୍ୟନ୍ତ ଜରୁରୀ। ଫୋନ୍‌ ହଜିଗଲେ କିମ୍ବା ଚୋରି ହୋଇଗଲେ ଯଦି ତୁରନ୍ତ ଆପଣ କିଛି ପଦକ୍ଷେପ ଗ୍ରହଣ ନକରନ୍ତି, ହୁଏତ ଆପଣ ଅସୁବିଧାରେ ପଡ଼ିପାରନ୍ତି।

ସିମ୍‌ କାର୍ଡ ବ୍ଲକ୍‌...

ଯଦି ଆପଣଙ୍କ ଫୋନ୍‌ ଜହି ଯାଇଛି, ତା’ହେଲେ ସର୍ବ ପ୍ରଥମେ ମୋବାଇଲ୍‌ରେ ପଡ଼ିଥିବା ସିମ୍‌ କାର୍ଡକୁ ବ୍ଲକ୍‌ କରନ୍ତୁ। ଫଳରେ କେହିବି ଆପଣଙ୍କ ନମ୍ବର ଆଉ ବ୍ୟବହାର କରିପାରିବେନି କି ଏହାର ଅପବ୍ୟବହାର କରିପାରିବେନି। ଏଥିପାଇଁ ଆପଣଙ୍କୁ ଟେଲିକମ୍‌ ଅପରେଟ୍‌ରଙ୍କ ସହ ଯୋଗାଯୋଗ କରିବାକୁ ପଡ଼ିବ। ସେମାନେ ଆପଣଙ୍କଠୁ କିଛି ତଥ୍ୟ ବୁଝିବା ପରେ ଆପଣଙ୍କ ସିମ୍‌କୁ ବ୍ଲକ୍‌ କରିଦେବେ। ପରେ ଆପଣ ସିମ୍‌କୁ ଷ୍ଟୋରରୁ ରିପ୍ଲେସ୍‌ କରାଇପାରିବେ। 

Advertisment

ଫୋନ୍‌ ବ୍ଲକ୍‌...

ଡିପାର୍ଟମେଣ୍ଟ୍‌ ଅଫ୍‌ ଟେଲିକମ୍ୟୁନିକେସନ୍‌ ୱେବ୍‌ସାଇଟ୍‌ ହେଉଛି CEIR। ଏଥିରେ ୟୁଜର୍ସ  ଚୋରି ହୋଇଥିବା ଫୋନ୍‌ର ତଥ୍ୟ ଦେଇ ଏହାକୁ ବ୍ଲକ୍‌ କିମ୍ବା ଅନ୍‌ବ୍ଲକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ  www.ceir.gov.in ୱେବ୍‌ସାଇଟ୍‌ ଯିବାକୁ ପଡ଼ିବ। ଏହାପରେ ଚୋରି ହୋଇଥିବା କିମ୍ବା ହଜି ଯାଇଥିବା ଫୋନ୍‌ର ସବିଶେଷ ତଥ୍ୟ ଦେଇ ବ୍ଲକ୍‌ କରାଇବା ଲାଗି ରିକ୍ୱେଷ୍ଟ ପଠାଇ ପାରିବେ। ଏଥିପାଇଁ ଆପଣଙ୍କୁ FIR କପି ବ୍ୟତୀତ କିଛି ଡକ୍ୟୁମେଣ୍ଟସ୍‌ ଯେପରିକି ଫୋନ୍‌ ବିଲ୍‌, ପୋଲିସ୍‌ରେ କରିଥିବା ଅଭିଯୋଗ ନମ୍ବର ଇତ୍ୟାଦି ତଥ୍ୟ ଦେବାକୁ ପଡ଼ିବ। ଏହାପରେ ଫର୍ମକୁ ସବ୍‌ମିଟ୍‌ କରିବେ। 

ଏମିତି ଡିଲିଟ୍‌ କରନ୍ତୁ ଡାଟା...

ଯଦି ଆପଣ ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଛନ୍ତି ତା’ହେଲେ ଆପଣ www.google.com/android/find ଯାଇ Google ଆକାଉଣ୍ଟ ଲଗ୍‌ ଇନ୍‌ କରନ୍ତୁ, ଯେଉଁ ଆକାଉଣ୍ଟ୍‌ ଆପଣଙ୍କ ଫୋନ୍‌ରେ ଲଗ୍‌ ଇନ୍‌ ଥିବ। ଏହାପରେ ଆପଣଙ୍କ ଫୋନ୍‌ର ସବିଶେଷ ତଥ୍ୟ ଦେଖାଇବ। ଆପଣ ଫୋନ୍‌ ଡାଟାର ଡିଲିଟ୍‌ ଅପ୍‌ସନ୍‌ ସିଲେକ୍ଟ କରି ସମସ୍ତ ଡାଟା ଡିଲିଟ୍‌ କରିପାରିବେ। 

Advertisment
Mobile Phone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ