Advertisment

‘ହତ୍ୟାଠୁ ବି ଜଘନ୍ୟ ଅପରାଧ ହେଉଛି ଦୁଷ୍କର୍ମ, ପୀଡ଼ିତାଙ୍କ ଆତ୍ମାକୁ ମାରିଦିଏ ଦୁଷ୍କର୍ମ କାଣ୍ଡ’

କୋଲକାତା ଅଭୟା କାଣ୍ଡ ପରେ, ସବୁଠି ଚର୍ଚ୍ଚା ହେଉଛି ଯେ, ଭାରତରେ ନିର୍ମମ ଶାସ୍ତି ମିଳିଲେ ଅଟକିବ କି ଦୁଷ୍କର୍ମ ?

undefined

Crime Against Women

Advertisment

କେଉଁଠି ବିଚ୍ ବଜାରରେ ଫାଶି ଦିଆଯାଏ । କେଉଁଠି କରିଦିଆଯାଏ ନପୁଂସକ । କେଉଁଠି ଗୁଳି କରି ମାରନ୍ତି ଡେଥ୍ ସ୍କ୍ୱାଡ୍ । ଆଉ କେଉଁଠି ପଥର ମାଡ଼ ଓ ମୁଣ୍ଡକାଟ । ଦୁଷ୍କର୍ମକାରୀଙ୍କୁ ବିଭିନ୍ନ ଦେଶରେ ମିଳିଥାଏ ଏଭଳି କଠୋର ସଜ୍ଜା । ତେବେ କଣ କହୁଛି ଭାରତୀୟ ଆଇନ ବ୍ୟବସ୍ଥା ? ଭାରତୀୟ ନ୍ୟାୟ ସଂହିତାରେ ରହିଛି କେଉଁ ଦଣ୍ଡବିଧାନ ?

Advertisment

ଦୁଷ୍କର୍ମ, ଗଣଦୁଷ୍କର୍ମ, ନାବାଳିକା ଦୁଷ୍କର୍ମ ଏବଂ ଦୁଷ୍କର୍ମ ଓ ହତ୍ୟା । ପୂର୍ବରୁ ଆଇପିସି ୩୭୫ ଓ ୩୭୬ ଧାରାରେ ଏହି ସବୁ ଜଘନ୍ୟ ଅପରାଧ ପାଇଁ ଦଣ୍ଡବ୍ୟବସ୍ଥା ଥିବା ବେଳେ,ନୂଆ ଭାରତୀୟ ନ୍ୟାୟ ସଂହିତାରେ ଏହାକୁ BNS-୬୩ ରୁ BNS-୭୦ ଯାଏଁ ସାମିଲ କରାଯାଇଛି । ବରିଷ୍ଠ ଆଇନଜୀବୀଙ୍କ ଅନୁସାରେ, ଦୁଷ୍କର୍ମ ଓ ହତ୍ୟା ପାଇଁ ଅଭିଯୁକ୍ତକୁ ସର୍ବନିମ୍ନ ୨୦ ବର୍ଷ ସଶ୍ରମ କାରାଦଣ୍ଡ ମିଳୁଥିବା ବେଳେ, ସର୍ବାଧିକ ଆଜୀବନ ଜେଲ୍ କିମ୍ବା ପ୍ରାକୃତିକ ଭାବେ ମୃତ୍ୟୁ ହେବା ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ମିଳିପାରେ।

ତେବେ ଦିଲ୍ଲୀ ନିର୍ଭୟା କାଣ୍ଡ ପରେ, ଏଭଳି ବିରଳରୁ ଅତିବିରଳ ମାମଲାରେ ଆଇନରେ ଫାଶି ଦଣ୍ଡକୁ ମଧ୍ୟ ସାମିଲ କରାଯାଇଥିଲା। ଭାରତୀୟ ଆଇନରେ ଦୁଷ୍କର୍ମ ଓ ହତ୍ୟା ସଂପର୍କିତ ବିଭିନ୍ନ ବର୍ଗର ଅପରାଧିକ କାର୍ଯ୍ୟ ଏବଂ ସେଥିପାଇଁ ଦଣ୍ଡ ବ୍ୟବସ୍ଥାର ସ୍ପଷ୍ଟ ବିଭକ୍ତୀକରଣ ନଥିବାରୁ,ଦଣ୍ଡାଦେଶ ବେଳେ ଜଟିଳତା ଦେଖାଦେଇଥାଏ ବୋଲି ମତ ରଖିଛନ୍ତି ଆଇନଜୀବୀ। ସେପଟେ ପୂର୍ବତନ ପୋଲିସ ଅଧିକାରୀ କହିଛନ୍ତି, ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତା ଜୀବିତ ନଥିବାରୁ ଅଭିଯୁକ୍ତକୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ଖୁବ୍ ଜଟିଳ ଓ ସମୟସାପେକ୍ଷ ହୋଇଥାଏ। 

Advertisment

ଇଏ ତ ଗଲା ଭାରତର କଥା। ତେବେ ଦୁଷ୍କର୍ମୀଙ୍କୁ ଧରା ପଡ଼ିବାର ଅଳ୍ପ କିଛି ଦିନ ଭିତରେ ମୃତ୍ୟୁଦଣ୍ଡ ଦେବା ପାଇଁ ବିଭିନ୍ନ ଦେଶରେ ରହିଛି ପ୍ରାବଧାନ। ତା ପୁଣି ଅତି କଠୋର, ନିର୍ମମ ଓ ବିଭତ୍ସ ଭାବରେ। ପ୍ରଥମେ ପଡ଼ୋଶୀ ଦେଶ କଥା ଦେଖିଲେ, ପାକିସ୍ତାନ ଓ ବାଂଲାଦେଶରେରେ ଫାଶି ଦଣ୍ଡ ମିଳୁଥିବା ବେଳେ, ଚୀନରେ ବି ରହିଛି ମୃତ୍ୟୁଦଣ୍ଡ ବ୍ୟବସ୍ଥା। ତେବେ ଚୀନରେ କିଛି କ୍ଷେତ୍ରରେ ଦୁଷ୍କର୍ମୀଙ୍କୁ ଖାସୁ ବା ନପୁଂସକ କରି ଜୀବିତ ଛାଡ଼ି ଦିଆଯାଏ।

ଆଫଗାନିସ୍ତାନରେ ୪ ଦିନ ଭିତରେ ଫାଶି ଖୁଣ୍ଟରେ ଝୁଲାଯାଏ କିମ୍ବା ମୁଣ୍ଡକୁ ଗୁଳି କରି ଦିଆଯାଏ। ସାଉଦି ଆରବରେ ଧରାପଡ଼ିବାର ଅଳ୍ପ କିଛି ଦିନ ଭିତରେ ସର୍ବସମ୍ମୁଖରେ ହୁଏ ଦୁଷ୍କର୍ମୀର ମୁଣ୍ଡକାଟ। ଉତ୍ତର କୋରିଆରେ ଦୋଷୀର ଜୀବନ ନିଅନ୍ତି ଫାୟାରିଂ ସ୍କ୍ୱାଡ୍। ଇଜିପ୍ଟ ଓ ଇରାନରେ ବି ଫାଶି ଦଣ୍ଡ ମିଳୁଥିବା ବେଳେ, କିଛି ନୃଶଂସ ଅପରାଧୀଙ୍କୁ ସରିଆ ଆଇନ ଅନୁସାରେ ପଥର ମାଡ଼ ଦ୍ୱାରା ମୃତ୍ୟୁଦଣ୍ଡ ଦିଏ ଇରାନ। ତେବେ ଆମେରିକା, ରୁଷ, ଫ୍ରାନ୍ସ,ଜାପାନ, ଇସ୍ରାଏଲ ଆଦି ଦେଶରେ ସର୍ବାଧିକ ଆଜୀବନ ସଜ୍ଜା ମିଳେ ଦୁଷ୍କର୍ମ ଅପରାଧୀକୁ। 

Advertisment

କୋଲକାତା ଅଭୟା କାଣ୍ଡ ପରେ, ସବୁଠି ଚର୍ଚ୍ଚା ହେଉଛି ଯେ, ଭାରତରେ ବି ଏଭଳି ନିର୍ମମ ଶାସ୍ତି ମିଳିଲେ ଅଟକିବ କି ଦୁଷ୍କର୍ମ ?ଏସବୁ ଭିତରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଆଉ ଏକ ଦଣ୍ଡ ବ୍ୟବସ୍ଥା । ପୌରାଣିକ ଦଣ୍ଡ ବିଧାନ କଥା। କୁହାଯାଉଛି, ଗରୁଡ଼ ପୁରାଣ ଅନୁସାରେ, ଦୁଷ୍କର୍ମ ବା ବିବାହ କରିବାର ଯୋଜନା ନଥାଇ ଶାରୀରିକ ସଂପର୍କ ରଖିଲେ, ଦୋଷୀକୁ ମଳ-ମୂତ୍ର-କଫ ଭର୍ତ୍ତି କୁଣ୍ଡରେ ନିକ୍ଷେପ କରିବା ଉଚିତ ଏବଂ ମୃତ୍ୟୁ ହେବା ଯାଏଁ ବିଷାକ୍ତ କୀଟ ଓ ବିଷଧର ଜନ୍ତୁଙ୍କ ଦ୍ୱାରା ଦଂଶନ କରାଇବା ଉଚିତ।

Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ