Know The LPG Gas Cylinder Price For December 2022
ଗତ କିଛିମାସ ହେବ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର(LPG Cylinder Price)ରେ ଗ୍ରାହକଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ଚଳିତ ମାସରେ ମଧ୍ୟ ସରକାରୀ ତୈଳ କମ୍ପାନୀ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ବୃଦ୍ଧି କରି ନାହାନ୍ତି। ତେଣୁ ଗ୍ରାହକଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି। ଯଦି ଚଳିତ ମାସରେ ଆପଣ ଗ୍ୟାସ୍ ସିଲିଣ୍ଡର ବୁକିଂ କରିବାକୁ ଯାଉଛନ୍ତି, ତା’ହେଲେ ଏହା ପୂର୍ବରୁ ଆପଣଙ୍କ ସହରରେ ୧୪.୨ କିଲୋ ସିଲିଣ୍ଡର ଦର କେତେ ରହିଛି ଚେକ୍ କରି ନିଅନ୍ତୁ।
ନୂଆ ଦର ଜାରି କଲା IOCL...
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ୱେବ୍ସାଇଟ୍ ଅନୁସାରେ, ଆଜି ଘରୋଇ ଓ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଗତ ମାସରେ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ୧୧୫ ଟଙ୍କା ୫୦ ପଇସା ହ୍ରାସ କରାଯାଇଥିଲା। ଲଗାତାର ଭାବେ ଗତ ୬ ଥର ୧୯ କିଲୋ ସିଲିଣ୍ଡର ଦର ହ୍ରାସ କରାଯାଇଥିବା ଦେଖିବାକୁ ମିଳିଥିଲା।
ଦିଲ୍ଲୀରେ ଡିସେମ୍ବର ୧ ଅର୍ଥାତ୍ ଆଜି ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ୧୦୫୩ ଟଙ୍କା ରହିଛି। ସେହିପରି କୋଲକାତାରେ ୧୦୭୯ ଟଙ୍କା, ମୁମ୍ବାଇରେ ୧୦୫୨ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୧୦୬୮ ଟଙ୍କା ୫୦ ପଇସା ରହିଛି। ଶେଷଥର ପାଇଁ ଅକ୍ଟୋବର ୬ରେ ୧୪ କିଲୋ ଗ୍ୟାସ୍ ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇଥିଲା। ଅକ୍ଟୋବରରେ ଘରୋଇ ଏଲ୍ପିଜି ଦର ୧୫ ଟଙ୍କା ବୃଦ୍ଧି ପାଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ୨୨ରେ ୫୦ ଟଙ୍କା ବଢ଼ିଥିଲା।
କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର...
- ଦିଲ୍ଲୀ-୧୭୪୪ ଟଙ୍କା
- ମୁମ୍ବାଇ-୧୬୯୬ ଟଙ୍କା
- ଚେନ୍ନାଇ-୧୮୯୧ ଟଙ୍କା ୫୦ ପଇସା
- କୋଲକାତା- ୧୮୪୫ ଟଙ୍କା ୫୦ ପଇସା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1669869145.jpg)