Advertisment

ସ୍ପେସାଲ ରାଲି , କ୍ୟାମ୍ପସ୍‌ ଇଣ୍ଟରଭିୟୁ . . କେମିତି ନିଯୁକ୍ତି ପାଇବେ ଅଗ୍ନିବୀର ?

ନିଯୁକ୍ତି ପାଇଁ ସ୍ୱୀକୃତିପ୍ରାପ୍ତ ବୈଷୟିକ ଅନୁଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର ରାଲି ଏବଂ କ୍ୟାମ୍ପସ ଇଣ୍ଟରଭିୟୁ  ଅନୁଷ୍ଠିତ ହେବ ।

Special story

Special story

Advertisment

କେନ୍ଦ୍ର ସରକାର ତିନି ସୈନ୍ୟବାହିନୀରେ ଯୁବକମାନଙ୍କୁ ନିଯୁକ୍ତି ଦେବା ପାଇଁ 'ଅଗ୍ନିପଥ' ଯୋଜନା ଆଣିଛନ୍ତି । ଏହି ଯୋଜନା ଅଧୀନରେ ଯୁବକମାନେ ଚାରି ବର୍ଷ ପାଇଁ ସେନାରେ ନିଯୁକ୍ତ ହେବେ। ଏହିପରି ଯୁବକମାନଙ୍କୁ 'ଅଗ୍ନିବୀର୍' କୁହାଯିବ । ଚାରି ବର୍ଷର ସେବା ସମାପ୍ତ କରିବା ପରେ ୨୫ ପ୍ରତିଶତ ଯୁବକଙ୍କୁ ସେନାରେ ରଖାଯିବ । ଏହି ବର୍ଷ ୪୬ ହଜାର ଯୁବକ ନିଯୁକ୍ତି ପାଇବେ ।

Advertisment

କେମିତି ହେବ ଭର୍ତ୍ତି ?

  • ତିନି ସେନାରେ ଅନଲାଇନ୍ ଅନଲାଇନ୍‌ ସେଣ୍ଟ୍ରାଲାଇଜ୍‌ ସିଷ୍ଟମ୍‌ ଜରିଆରେ ଏନରୋଲମେଣ୍ଟ କରାଯିବ । ନିଯୁକ୍ତି ପାଇଁ ସ୍ୱୀକୃତିପ୍ରାପ୍ତ ବୈଷୟିକ ଅନୁଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର ରାଲି ଏବଂ କ୍ୟାମ୍ପସ ଇଣ୍ଟରଭିୟୁ  ଅନୁଷ୍ଠିତ ହେବ ।
  • ଏଥିପାଇଁ ବୟସ ସୀମା ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ମଧ୍ୟରେ ହେବା ଆବଶ୍ୟକ । ସେନାରେ ନିଯୁକ୍ତ ସମସ୍ତ ଯୁବକଙ୍କ ପାଇଁ ଶାରୀରିକ ଏବଂ ଚିକିତ୍ସା ପରୀକ୍ଷା ମଧ୍ୟ ନିଆଯିବ। ଦଶମ ଏବଂ ଦ୍ୱାଦଶ ପାସ୍ ଯୁବକମାନେ ଏଥିପାଇଁ ଆବେଦନ କରିପାରିବେ ।
  • ଏମାନଙ୍କ ରାଙ୍କ ସ୍ୱତନ୍ତ୍ର ରହିବ, ତିନି ବାହିନୀ ଠାରୁ ପୃଥକ ହେବ ଅଗ୍ନିବୀର ପଦବୀ । ସେହିପରି ଏମାନଙ୍କ ଚାକିରୀ ଅବଧି ୬ ମାସ ପ୍ରଶିକ୍ଷଣକୁ ମିଶାଇ ମୋଟ ୪ ବର୍ଷ ହେବ ।
  • ତେବେ ୪ ବର୍ଷ ପରେ ୨୫ ପ୍ରତିଶତ ଅଗ୍ନିବୀରଙ୍କ ନିଯୁକ୍ତି ଅବଧି ବୃଦ୍ଧି କରାଯିବ । ତେବେ ଏମାନଙ୍କର ଆଉ ଥରେ ସ୍କ୍ରିନିଂ କରାଯିବ ।

ଚାରି ବର୍ଷ ପରେ କ’ଣ ହେବ ?

  • ଯେଉଁମାନେ ୪ ବର୍ଷ ପରେ ଅବସର ନେବେ ସେମାନଙ୍କୁ ଏକକାଳୀନ ୧୧ ଲକ୍ଷ ଟଙ୍କା ମିଳିବ । ସେମାନଙ୍କ ଲାଗି କୌଣସି ପେନସନ୍ ବ୍ୟବସ୍ଥା ରହିବ ନାହିଁ ।
  • ମାତ୍ର ଯେଉଁମାନଙ୍କ ନିଯୁକ୍ତି ଅବଧି ବଢିବ, ସେମାନେ ଆଉ ୧୫ ବର୍ଷ ଲାଗି ସେନାରେ କାର୍ଯ୍ୟ କରିବେ । ଅବସର ପରେ ସେମାନଙ୍କୁ ପେନସନ୍ ମିଳିବ । ଅଗ୍ନିବୀରମାନେ ମାସକୁ ୩୦ରୁ ୪୦ ହଜାର ଟଙ୍କା ଯାଏଁ ଦରମା ପାଇବେ ।
  • ସେହିପରି ସେମାନଙ୍କୁ ବିନା ଦେୟରେ ୪୮ ଲକ୍ଷ ଟଙ୍କାର ବୀମା ମିଳିବ । ପର୍ଯ୍ୟାୟରେ ୩ ବାହିନୀରେ ପ୍ରାୟ ୪୫ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ ।
  • ଅବସର ପରେ ସେମାନଙ୍କୁ ଅଗ୍ନିବୀର ସ୍କିଲ ପ୍ରମାଣପତ୍ର ବି ମିଳିବ । ସେବାମୁକ୍ତ ହେବା ପରେ ଅଗ୍ନିବୀରମାନେ ଅନ୍ୟାନ୍ୟ ସଂସ୍ଥାରେ ଚାକିରୀ ମଧ୍ୟ କରିପାରିବେ ।
Advertisment
Agneepath Scheme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ