Advertisment

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଏଣିକି ଏହି ବାବଦରେ ପ୍ରତି ମାସ ପାଇବେ ୪୫୦୦ ଟଙ୍କା

କରୋନା ମହାମାରୀ କାରଣରୁ ଏପର୍ଯ୍ୟନ୍ତ ଅନେକ କର୍ମଚାରୀ ଚିଲ୍‌ଡ୍ରେନ୍‌ ଏଲାଉନ୍‌ସେନ୍ସ ପ୍ଲାନ କରିପାରିନାହାନ୍ତି। ତେବେ ବର୍ତ୍ତମାନ ସମୟରେ ଏହି ସବୁ କାମ ପାଇଁ କୌଣସି ଅଫିସିଆଲ୍‌ ପ୍ରାମଣପତ୍ରର ଆବଶ୍ୟକତା ନଥିବା ସୂଚନା ମିଳିଛି। ସପ୍ତମ ବେତନ କମିଶନ ଅନୁସାରେ, କେନ୍ଦ୍ରୀୟ କର୍ମଚାରୀମାନେ ପିଲାମାନଙ୍କ ଶିକ୍ଷା ଉପରେ ୨୨୫୦ ଟଙ୍କା ଭତ୍ତା ପାଇଥାଆନ୍ତି

government-employees

government-employees

Advertisment

ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ ଅଧୀନସ୍ଥ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଣିକି ସମସ୍ତଙ୍କର ବଢିବ ଦରମା। ମାସକୁ ପ୍ରାୟ ୪ ହଜାର ୫ ଟଙ୍କା ଅଧିକ ପାଇବେ ମହଙ୍ଗା ଭତ୍ତା। କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମହଙ୍ଗା ଭତା, ମହଙ୍ଗା ରିଲିଫ୍‌, ଘର ଭଡ଼ା ବୃଦ୍ଧି କରିବା ପାଇଁ ସରକାର ଚିନ୍ତା କରିଛନ୍ତି। ଆଉ କେନ୍ଦ୍ରର ଏହି ନିଷ୍ପତ୍ତି ପରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ କର୍ମଚାରୀ ଲାଭବାନ୍‌ ହେବେ।

Advertisment

କରୋନା ମହାମାରୀ କାରଣରୁ ଏପର୍ଯ୍ୟନ୍ତ ଅନେକ କର୍ମଚାରୀ ଚିଲ୍‌ଡ୍ରେନ୍‌ ଏଲାଉନ୍‌ସେନ୍ସ ପ୍ଲାନ କରିପାରିନାହାନ୍ତି। ତେବେ ବର୍ତ୍ତମାନ ସମୟରେ ଏହି ସବୁ କାମ ପାଇଁ କୌଣସି ଅଫିସିଆଲ୍‌ ପ୍ରାମଣପତ୍ରର ଆବଶ୍ୟକତା ନଥିବା ସୂଚନା ମିଳିଛି। ସପ୍ତମ ବେତନ କମିଶନ ଅନୁସାରେ, କେନ୍ଦ୍ରୀୟ କର୍ମଚାରୀମାନେ ପିଲାମାନଙ୍କ ଶିକ୍ଷା ଉପରେ ୨୨୫୦ ଟଙ୍କା ଭତ୍ତା ପାଇଥାଆନ୍ତି। କୋଭିଡ -19 କଟକଣା ଯୋଗୁଁ ବହୁ ସଂଖ୍ୟକ ସରକାରୀ କର୍ମଚାରୀ ଶିକ୍ଷା ଭତ୍ତା ପାଇ ପାରିନଥିଲେ। ତେଣୁ ଏବେ ଏହି ଭତା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଯୋଗୁଁ ପାଖାପାଖି ୨୫ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ।

ପର୍ସନାଲ ବିଭାଗ (DoPT) ଏହି ପ୍ରସଙ୍ଗରେ ଏକ ସ୍ମାରକପତ୍ର ପ୍ରଦାନ କରି କେନ୍ଦ୍ରୀୟ କର୍ମଚାରୀଙ୍କୁ ଆଶ୍ୱସ୍ତି ଦେଇଛି। ଅଫିସ୍ ପକ୍ଷରୁ ମିଳିଥିବା ସ୍ମାରକପତ୍ରରେ ସ୍ପଷ୍ଟକରାଯାଇଛି ଯେ ଏ ସମ୍ପର୍କରେ କର୍ମଚାରୀ ନିୟମ ୨ (ଖ) ଅନୁସାରେ କେନ୍ଦ୍ର ଏହାକୁ ଅନୁମତି ଦେଇଛି। ମାର୍ଚ୍ଚ ୨୦୨୦ ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଏହାର କାର୍ଯ୍ୟକାରିତା ରହିଛି। ନିର୍ଦ୍ଧିଷ୍ଟ ପ୍ରାମଣପତ୍ର ଦେଖାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଏହି ଭତ୍ତାର ଲାଭ ଉଠାଇପାରିବେ କର୍ମଚାରୀ। କେନ୍ଦ୍ର ସରକାରୀ କର୍ମଚାରୀମାନେ ୨ ପିଲାଙ୍କ ଶିକ୍ଷା ପାଇଁ ଭତ୍ତା ପାଆନ୍ତି ଏବଂ ଏହି ଭତ୍ତା ପ୍ରତ୍ୟେକ ପିଲାଙ୍କ ପାଇଁ ବର୍ତ୍ତମାନ ସମୟରେ ୨୨୫୦ ଟଙ୍କା ରହିଛି।

Advertisment

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ ଯେ, କେନ୍ଦ୍ରୀୟ କର୍ମଚାରୀମାନେ ଏଣିକି ପ୍ରତି ମାସରେ ୪୫୦୦ ଟଙ୍କା ଅଧିକ ଭତ୍ତା ପାଇବେ। ଯଦି କର୍ମଚାରୀମାନେ ୨୦୨୦ ମାର୍ଚ୍ଚରୁ ୨୦୨୧ ପର୍ଯ୍ୟନ୍ତ ଏକାଡ଼େମୀକ୍‌ ସେକ୍‌ସନ୍‌ ଭତ୍ତା ପାଇଁ ଦାବି କରିନାହାନ୍ତି ତେବେ ସେମାନେ ଏବେ ଦାବି କରିପାରିବେ। ଉପଯୁକ୍ତ ପ୍ରମାଣ ପତ୍ର ଦାଖଲ କରିବା ପରେ ଟଙ୍କା ମିଳିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

India Government Employees
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ