Advertisment

ଏଇ ଉପାୟରେ ସଙ୍ଗେ ସଙ୍ଗେ କରନ୍ତୁ ତତ୍କାଳ ଟିକେଟ୍‌

ଷ୍ଟେସନ ନଯାଇ କେମିତି ଟ୍ରେନ ଟିକେଟ ମିଳିପାରିବ ତାହା ଆମେ ସମସ୍ତେ ଚାହାଁନ୍ତି । ହେଲେ ଅନେକ ସମୟରେ ଟିକେଟ୍‌ କରିବା ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼େ । ଟିକିଏ ଡେରି ହୋଇଗଲେ ଏହି ଟିକେଟ୍‌ ମିଳିବା ବଡ଼ କଷ୍ଟକର । କିନ୍ତୁ ଜାଣିରଖନ୍ତୁ ଆଇଆରସିଟିସି ଆପ୍‌ରେ କିଛି ଏମିତି ଟୁଲ ରହିଛି ଯାହା ଦ୍ୱାରା ଆପଣ ସହଜରେ ଟିକେଟ ବୁକ କରିପାରିବେ ଓ ସମୟ ସାରିବା ଆଗରୁ ଆପଣଙ୍କ ପାଖରେ କନଫର୍ମ ଟିକେଟ ମଧ୍ୟ ଥିବ ।

ଅଦ୍ୟତନ ହୋଇଛି
Train

Train

Advertisment

ଆଜିକାଲି ଆମେ ସମସ୍ତେ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି । କମ୍‌ ଖର୍ଚ୍ଚ ସାଙ୍ଗକୁ ଆରାମଦାୟକ ଯାତ୍ରା ଲାଗି ଯାତ୍ରୀଙ୍କ ପ୍ରଥନ ପସନ୍ଦ ଟ୍ରେନ୍‌ । କିନ୍ତୁ ଅନେକ ସମୟରେ ଦେଖାଯାଏ କି ଟ୍ରେନ୍‌ରେ ଟିକେଟ୍‌ ମିଳେନି । ଖାସ୍‌ କରି ଯଦି ପୂଜାପର୍ବର ସମୟ ଅଛି ତେବେ ରେଲୱେରେ ଟିକେଟ୍‌ ମିଳିବା ବଡ଼ କଷ୍ଟ । ମାସମାସ ପୂର୍ବରୁ ଟିକେଟ୍‌ କରିବା ପରେ ବି ନାହିଁ ନଥିବା ଅସୁବିଧାର ସାମ୍ନା କରନ୍ତି ଯାତ୍ରୀ । ଏମିତିକି ଅନେକ ସମୟରେ ତତ୍କାଳ ଟିକେଟ୍‌ରେ ଯାତ୍ରା କରନ୍ତି ଯାତ୍ରୀ । କିନ୍ତୁ ତତ୍କାଳ ଟିକେଟ୍‌ ବି ସହଜରେ ମିଳୁନାହିଁ । ତେବେ ଏହି ଉପାୟ କଲେ ସାଙ୍ଗେ ସାଙ୍ଗେ ମିଳିବ ଟିକେଟ୍‌..

Advertisment

ଷ୍ଟେସନ ନଯାଇ କେମିତି ଟ୍ରେନ ଟିକେଟ ମିଳିପାରିବ ତାହା ଆମେ ସମସ୍ତେ ଚାହାଁନ୍ତି । ହେଲେ ଅନେକ ସମୟରେ ଟିକେଟ୍‌ କରିବା ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼େ । ଟିକିଏ ଡେରି ହୋଇଗଲେ ଏହି ଟିକେଟ୍‌ ମିଳିବା ବଡ଼ କଷ୍ଟକର । କିନ୍ତୁ ଜାଣିରଖନ୍ତୁ ଆଇଆରସିଟିସି ଆପ୍‌ରେ କିଛି ଏମିତି ଟୁଲ ରହିଛି ଯାହା ଦ୍ୱାରା ଆପଣ ସହଜରେ ଟିକେଟ ବୁକ କରିପାରିବେ ଓ ସମୟ ସରିବା ଆଗରୁ ଆପଣଙ୍କ ପାଖରେ କନଫର୍ମ ଟିକେଟ ମଧ୍ୟ ଥିବ ।

ଆଇଆରସିଟିସି ଆପରେ ମାଷ୍ଟରଲିଷ୍ଟ ତିଆରି କରିବାର ବିକଳ୍ପ ରହିଛି । ଏହି ମାଷ୍ଟର ଲିଷ୍ଟରେ ଯାତ୍ରୀଙ୍କ ନାଁ, ବୟସ ଆଦି ଲେଖାଯାଏ । ତେବେ ଏହି ମାଷ୍ଟର ଲିଷ୍ଟ କିପରି ପ୍ରସ୍ତୁତ କରିବେ ଜାଣନ୍ତୁ...

Advertisment

ପ୍ରଥମେ IRCTC ଆପ୍‌ ଖୋଲନ୍ତୁ

ପରେ My ଆକାଉଣ୍ଟରେ କ୍ଲିକ୍‌ କରି ମାଷ୍ଟର ଲିଷ୍ଟରେ କ୍ଲିକ୍‌ କରନ୍ତୁ

ପରେ ଯାତ୍ରୀଙ୍କ ନାଁ, ବୟସ ସହ ଅନ୍ୟ ବିବରଣୀ ଦିଅନ୍ତୁ

ଏହାପରେ ସେଭ୍‌ କରନ୍ତୁ

ପେମେଣ୍ଟ କରିବାର ଅଳ୍ପ ସମୟ ମଧ୍ୟରେ ଟିକେଟ ବୁକିଂ ହୋଇଯିବ

ତେବେ ଟ୍ରେନ୍‌ରେ ଟିକେଟ୍‌ କନଫର୍ମ ନହେଲେ ଅନେକ ଲୋକ ଟେନ୍‌ସନ୍‌ ହୁଅନ୍ତି । ହେଲେ ଏବେ ଆଉ ଟେନ୍‌ସନ୍‌ ହେବାର କୌଣସି କାରଣ ନାହିଁ । କାରଣ ଏଇ ଉପାୟରେ ଆପଣ ବି କରିପାରିବେ ଟିକେଟ୍‌...

Indian Railways Tatkal Ticket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ