Advertisment

ଓଡ଼ିଆ ପ୍ରଜ୍ଞାପନ ମେଢ଼ ଦେଖି ଅଭିଭୂତ ଫ୍ରାନ୍ସ ରାଷ୍ଟ୍ରପତି; ମନ ଜିଣିଲା ରଘୁରାଜପୁର ହସ୍ତକଳା

ତ୍ରିରଙ୍ଗା ଉଡୁଛି ପଲ୍ଲୀରୁ ଦିଲ୍ଲୀ। କର୍ତ୍ତବ୍ୟପଥରେ ଦେଶ ବଖାଣିଲା ବିକଶିତ ଭାରତର ଅସୀମ ଶକ୍ତି।

undefined

Republic Day Parade

Advertisment

ଦିଲ୍ଲୀରୁ ପଲ୍ଲୀ, ସବୁଠି ୭୫ତମ ଗଣତନ୍ତ୍ର ଦିବସର ଉଲ୍ଲାସ। ଦିଲ୍ଲୀ କର୍ତ୍ତବ୍ୟ ପଥରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉତ୍ସବରେ ମୁଖ୍ୟ ଅତିଥି ସାଜିଥିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ରଙ୍ଗାରଙ୍ଗ ପରେଡ୍‌ରୁ ପ୍ରଜ୍ଞାପନ ମେଢ ଯାଏଁ ସବୁଥିରେ ବାରି ହୋଇ ପଡ଼ିଥିଲା ବିକଶିତ ଭାରତରେ ନାରୀ ସଶକ୍ତୀକରଣର ଝଲକ୍। ଅନନ୍ୟ ଆକର୍ଷଣ ଥିଲା ଐତିହ୍ୟଗ୍ରାମ ରଘୁରାଜପୁର ହସ୍ତକଳାକୁ ନେଇ ଗଡ଼ିଥିବା ଓଡ଼ିଶା ଟାବ୍ଲୁ।

Advertisment

ତ୍ରିରଙ୍ଗା ଉଡୁଛି ପଲ୍ଲୀରୁ ଦିଲ୍ଲୀ। କର୍ତ୍ତବ୍ୟପଥରେ ଦେଶ ବଖାଣିଲା ବିକଶିତ ଭାରତର ଅସୀମ ଶକ୍ତି। ୭୫ତମ ଗଣତନ୍ତ୍ର ଦିବସରେ ଆଜି ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟପଥରେ ଉଡ଼ାଇଛନ୍ତି ଜାତୀୟ ପତ୍ତାକା। ରାଷ୍ଟ୍ରୀୟ ଗାନ ଚାଲିଥିଲାବେଳେ ଦିଆଯାଇଥିଲା ୨୧ ତୋପ ସଲାମୀ।

୭୫ତମ ଗଣତନ୍ତ୍ର ଦିବସ ସମାରୋହର ମୁଖ୍ୟ ଅତିଥି ସାଜିଥିଲେ ଫ୍ରାନସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ରାଷ୍ଟ୍ରପତି ଭବନ ଅତିଥିଶାଳାରୁ ତାଙ୍କୁ ସାଙ୍ଗରେ ଧରି ଉତ୍ସବସ୍ଥଳକୁ ବାହାରି ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୀର୍ଘ ୪୦ବର୍ଷ ପରେ ସାଧାରଣତନ୍ତ୍ର ଦିବସରେ ସାମିଲ ହୋଇଥିବା ଐତିହାସିକ ଘୋଡ଼ା ଟଣା ବଗିରେ ବସି ଆସିଥିବା ଅତିଥିଙ୍କୁ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସିଡିଏସ୍ ଓ ତିନି ସେନା ପ୍ରମୁଖ ସହ ଫ୍ରାନସ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରାଇଥିଲେ ପ୍ରଧାନମନ୍ତ୍ରୀ।

Advertisment

ତ୍ରିରଙ୍ଗା ଉତ୍ତୋଳନ ପରେ ପରେ ଆରମ୍ଭ ହୋଇଥିଲା ଭବ୍ୟ ପରେଡ୍ ଉତ୍ସବ। ଯାହା ପୂର୍ବବର୍ଷମାନଙ୍କଠୁ ଥିଲା ପୁର ଭିନ୍ନ। ସବୁଥର ସେନା ବ୍ୟାଣ୍ଡରୁ ପରେଡ ଆରମ୍ଭ ହେଉଥିଲାବେଳେ ଏଥର କିନ୍ତୁ ସାରା ଦେଶରୁ ଆସିଥିବା ମହିଳା ସାଂସ୍କୃତିକ କଳାକାରଙ୍କ ପାରମ୍ପରିକ ବାଦ୍ୟର ତାଳେ ତାଳେ ହୋଇଥିଲା ଶୁଭାରମ୍ଭ। ଢୋଲ, କାହାଳୀ ଓ ଝାଂଜ ଶବ୍ଦରେ କଂପିଥିଲା ପରିବେଶ। ପଛେ ପଛେ ଆସିଥିଲେ ଫ୍ରାନ୍ସରୁ ଆସିଥିବା ବ୍ୟାଣ୍ଡ ଓ ସେକେଣ୍ଡ ଫରେନ୍ ଇନଫାଣ୍ଟ୍ରି ରେଜିମେଣ୍ଟ ଯବାନ। ତାଙ୍କ ପଛକୁ କର୍ତ୍ତବ୍ୟ ପଥର ଶୋଭା ବଢ଼ାଇଥିଲେ ଭାରତର ଅଶୃଶକ୍ତି ବାହିନୀ। ସର୍ବ ପୁରାତନ ମାଡ୍ରାସ ରେଜିମେଣ୍ଟଠାରୁ ଆରମ୍ଭ ହୋଇଥିବା ମାର୍ଚ୍ଚ ପାଷ୍ଟ ସହ ତାଳ ଦେଇ ପଛକୁ ପଛ ଚାଲିଥିଲେ ଗ୍ରେନିଡିୟର୍ସ, କମ୍ବାଇଣ୍ଡ ବ୍ୟାଣ୍ଡ, ଶିଖ୍ ରେଜିମେଣ୍ଟ ସହ ତଟରକ୍ଷୀ ବାହିନୀ। ତେବେ ଅଧିକ ଆକର୍ଷଣ ଭରିଥିଲା BSF କ୍ୟାମେଲ କଣ୍ଟିନଜେଣ୍ଟ ଓ କ୍ୟାମେଲ ବ୍ୟାଣ୍ଡ।

କର୍ତ୍ତବ୍ୟପଥରେ ଗଣତନ୍ତ୍ର ଦିବସ ଉତ୍ସବକୁ ଏଥର ଅଧିକ ରଙ୍ଗୀନ କରିଥିଲା ସାଂସ୍କୃତିକ ବିବିଧତାର ବାର୍ତ୍ତା ବହନ ସହ ନାରୀଶକ୍ତିର ଛାପକୁ ପ୍ରଦର୍ଶିତ କରିଥିବା ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼। ଯାହାମଧ୍ୟରୁ ସ୍ପଷ୍ଟ ବାରି ହୋଇପଡ଼ିଥିଲା ଐତିହ୍ୟ ଗ୍ରାମ ରଘୁରାଜପୁର ହସ୍ତକଳାର ଛାପ ଧରି ଚାଲୁଥିବା ଟାବ୍ଲୁ। ସମ୍ବଲପୁରୀ ନୃତ୍ୟର ତାଳେ ତାଳେ ଏହା ଗଡୁଥିବାବେଳେ ଫ୍ରାନସ୍ ରାଷ୍ଟ୍ରପତି ମାକ୍ରନଙ୍କୁ ବି ସମ୍ମୋହନ କରିଥିଲା। ସେହିପରି ଉତ୍ତର ପ୍ରଦେଶର ପ୍ରଜ୍ଞାପନ ମେଢରେ ଏଥର ସ୍ଥାନ ପାଇଥିଲେ ପ୍ରଭୁ ବାଳକ ରାମ ତାସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବସ୍ଥାପିତ ଚନ୍ଦ୍ରଯାନର ପ୍ରଜ୍ଞାପନ ମେଢ ବି ଥିଲା ଅନ୍ୟତମ ପ୍ରମୁଖ ଆକର୍ଷଣ।

Advertisment
Republic Day Parade Odisha Tableau
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ