Advertisment

ଓଠକୁ ଚୁମ୍ବନ ଦେବା ଅପ୍ରାକୃତିକ ଯୌନ ସମ୍ପର୍କ ନୁହେଁ: ବମ୍ବେ ହାଇକୋର୍ଟ

ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଓ ଅଭିଯୁକ୍ତଙ୍କୁ ଜେଲ ହୋଇଥିଲା।

ଅଦ୍ୟତନ ହୋଇଛି
Not Unnatural Offence

Not Unnatural Offence

Advertisment

ଓଠକୁ ଚୁମ୍ବନ ଦେବା ନୁହେଁ ଅପ୍ରାକୃତିକ ଯୌନ ସମ୍ପର୍କ। ଅପ୍ରାକୃତିକ ଯୌନ ସମ୍ପର୍କିତ ଏକ ମାମଲାର ଜଣେ ଅଭିଯୁକ୍ତଙ୍କୁ ଜାମିନ୍‌ ଦେବା ସମୟରେ ଏହି ମତ ଦେଇଛନ୍ତି ବମ୍ବେ ହାଇକୋର୍ଟ। ବିଚାରପତି ଅନୁଜା ପ୍ରଭୁଦେଶାଇ କହିଛନ୍ତି ଯେ ଓଠରେ ଚୁମ୍ବନ ଦେବା ଏବଂ ଶରୀରର ଅନ୍ୟ ଅଙ୍ଗକୁ ଛୁଇଁବା ଆଇପିସିର ଧାରା-୩୭୭ ଅନୁଯାୟୀ ଅପ୍ରାକୃତିକ ଯୌନ ଅପରାଧ ନୁହେଁ। 

Advertisment

ତେବେ ଜଣେ ୧୪ ବର୍ଷ ବାଳକର ଓଠରେ ଚୁମ୍ବନ ଦେବା ଓ ତାର ଶରୀରକୁ ଛୁଇଁବା ନେଇ ଜଣେ ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୩୭୭ ଓ ପୋକ୍‌ସୋ ଓ ଯୌନ ଉତ୍ପୀଡ଼ନ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଅଭିଯୁକ୍ତକୁ ଗିରଫ କରି ଜେଲ୍ ପଠାଯାଇଥିବା ବେଳେ ଡିଣ୍ଡେନ୍ସି ସେସନ କୋର୍ଟରେ ଏହାର ବିଚାର ଚାଲିଛି।  

୨୦୨୧ରେ ନାବାଳକର ପିତା ଦାୟର କରିଥିବା ଏତଲା ଅନୁଯାୟୀ, ଘର ଆଲମାରୀରୁ କିଛି ଟଙ୍କା ହଜିଯାଇଥିଲା। ଏନେଇ ସେ ପୁଅକୁ ପଚାରିବାରୁ ଅନଲାଇନ ଗେମ୍‌ ଖେଳିବା ପାଇଁ ଆପ୍ସ ରିଚାର୍ଜ କରିବା ଲାଗି ଆଲମାରିରୁ ଟଙ୍କା ନେଇ ଅଭିଯୁକ୍ତକୁ ଟଙ୍କା ଦେଇଥିବା ସେ କହିଥିଲେ। ଟଙ୍କା ଦେବା ସମୟରେ ଅଭିଯୁକ୍ତ ଜଣକ ତାଙ୍କ ଓଠକୁ ଚୁମ୍ବନ କରିବା ସହ ତାଙ୍କ ଗୁପ୍ତାଙ୍ଗକୁ ଛୁଇଁଥିବା ବାପାଙ୍କୁ ଜଣାଇଥିଲେ। ଏହା ଜାଣିବା ପରେ ନାବାଳକର ବାପା ଥାନାରେ ଏତଲା ଦେଇଥିଲେ। ପରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଓ ଅଭିଯୁକ୍ତଙ୍କୁ ଜେଲ ହୋଇଥିଲା।   

Advertisment

କୋର୍ଟର ବିଚାର ସମୟରେ ବିଚାରପତି ପ୍ରଭୁଦେଶାଇ କହିଥିଲେ- ନାବାଳକର ଡାକ୍ତରୀ ପରୀକ୍ଷା ରିପୋର୍ଟରୁ ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣାପଡ଼ିନାହିଁ। ନାବାଳକ ବାପାଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଜଣକ ତାଙ୍କ ଓଠକୁ ଚୁମ୍ବନ କରିବା ସହ ତାଙ୍କ ଗୁପ୍ତାଙ୍ଗକୁ ଛୁଇଁଥିବା କହିଥିଲେ, ଯାହା ଅପ୍ରାକୃତିକ ନୁହେଁ। ତେଣୁ ଧାରା ୩୭୭ ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯାଇପାରିବ ନାହିଁ।

ଅଭିଯୁକ୍ତ ଜଣକ ୧ ବର୍ଷ ହେଲାଣି ଜେଲରେ ଅଛନ୍ତି। ମାମଲାର ଏବେ ଶୁଣାଣି ହେବାର ନାହିଁ। ତେଣୁ ଅଭିଯୁକ୍ତଙ୍କୁ ଜାମିନ ମିଳିବା ଆବଶ୍ୟକ। ତେବେ ୩୦ ହଜାର ଟଙ୍କାର ଜମାନତ ରାଶି ସହ ଜାମିନ ପ୍ରଦାନ କରୁଛି ବୋଲି ସେ କହିଥିଲେ। 

Advertisment
Unnatural Offence Kissing Lips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ