Advertisment

ଜେଲ୍‌ରୁ ମୁକୁଳିଲେ କେତକୀ, ବାହାରିବା ପରେ ଦେଲେ ବିସ୍ଫୋରକ ବୟାନ

କେତକୀଙ୍କ ବ୍ୟତୀତ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ୨୩ ବର୍ଷୀୟ ଫାର୍ମାସୀ ଛାତ୍ର ନିଖିଲ ଭାମରେ ମଧ୍ୟ ଗିରଫ ହୋଇଥିଲେ। ତାଙ୍କ ବିରୋଧରେ ୬ଟି ମାମଲା ରୁଜୁ କରାଯାଇଛି।

Ketaki Chitale

Ketaki Chitale

Advertisment

ଜେଲରୁ ମୁକୁଳିଲେ କେତକୀ । ମରାଠି ଅଭିନେତ୍ରୀ କେତକୀ ଚିତ୍‌ଲେ ଜେଲ୍‌ରୁ ମୁକୁଳିଛନ୍ତି । ହେଲେ ଜେଲ୍‌ରୁ ବାହାରି ସେ ଦେଇଛନ୍ତି ବିସ୍ଫୋରକ ବୟାନ । କହିଲେ ବିନା କାରଣରେ ମୋତେ ଆରେଷ୍ଟ କରି ଜେଲ୍‌ରେ ରଖାଯାଇଥିଲା । ସେଠି ମାଡ଼ ମରାଯାଇଥିଲା । ଏମିତିକି ଜାଣିଶୁଣି ମୋତେ ନିର୍ଯାତନା ଦିଆଯାଉଥିଲା ।

Advertisment

ଭେଟରାନ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଗିରଫ ହୋଇ ଜେଲ ଯାଇଥିବା ମରାଠୀ ଅଭିନେତ୍ରୀ କେତକୀ ଚିତଲେ ଏବେ ଜାମିନରେ ମୁକୁଳିଛନ୍ତି । ତେବେ ଜାମିନରୁ ମୁକୁଳିବା ପରେ ପୋଲିସ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ ପୋଲିସ୍‌ ହେପାଜତରେ ଥିବା ବେଳେ ତାଙ୍କୁ ଅସଦାଚରରଣ କରାଯାଇଥିଲା। ଏପରି କି ତାଙ୍କୁ ମାଡ଼ ମଧ୍ୟ ମରା ଯାଇଥିବା ସେ କହିଛନ୍ତି ।

ଫେସବୁକ ପୋଷ୍ଟ ପାଇଁ ଗିରଫ ହୋଇଥିବା କେତକୀ ଜୁନ୍‌ ୨୨ରେ ଜାମିନ ପାଇ ଜେଲରୁ ବାହରିଥିଲେ । ଜେଲରୁ ବାହାରିବା ପରେ ସେ ସମସ୍ତଙ୍କୁ ହସହସ ମୁହଁରେ ଭେଟିଥିଲେ । ଏ ସମ୍ପର୍କରେ ସେ କହିଛନ୍ତି, “ମୁଁ ହସିହସି ଜେଲରୁ ବାହାରିଥିଲି। କାରଣ ମୋତେ ବେଶ ଆଶ୍ୱସ୍ତ ଲାଗିଥିଲା। ହେଲେ ମୁଁ ଜାମିନରେ ହିଁ ଛାଡ଼ ପାଇଛି। ଲଢ଼େଇ ଏବେ ବି ଜାରି ରହିଛି। ମୁଁ ସଂପୂର୍ଣ୍ଣ ଭାବେ ଖଲାସ ହୋଇନି। ମୋ ନାଁରେ ରୁଜୁ ହୋଇଥିବା ୨୨ଟି ଏଫଆଇଆର ମଧ୍ୟରୁ ଗୋଟିଏରେ ହିଁ ଜାମିନ ମିଳିଛି। ମୁଁ ମୋ ଫେସବୁକ ପୋଷ୍ଟ ଜରିଆରେ କାହାକୁ ବି ଅପମାନିତ କରିନି। ଲୋକମାନେ ଏହାକୁ ଅଲଗା ଭାବେ ବିଚାର କରି ପ୍ରଚାର ପ୍ରସାର କରିଥିଲେ।”

Advertisment

ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ଫେସବୁକ ପୋଷ୍ଟ ପାଇଁ ୨୯ ବର୍ଷୀୟ କେତକୀଙ୍କ ନାଁରେ ପୋଲିସ୍‌ ୨୦ରୁ ଅଧିକ ମାଲା ରୁଜୁ କରିଛି । ତାଙ୍କ ବିରୋଧରେ ସମ୍ମାନହାନୀ, ଆପତ୍ତିଜନକ ଲେଖା ପୋଷ୍ଟ କରିବା ଓ ଧର୍ମ ଏବଂ ଜାତିକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବା ଭଳି ମାମଲା ରୁଜୁ କରାଯାଇଛି। ଏଥିପାଇଁ ମେ’ ୧୪ରେ ଥାନେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେତକୀ କହିଛନ୍ତି, “ମୋତେ ବେଆଇନ ଭାବେ ମୋ ଘରୁ ଉଠାଇ ନିଆଯାଇଥିଲା । ବିନା ୱାରେଣ୍ଟ ଓ ବିନା ନୋଟିସରେ ମୋତେ ଜେଲରେ ବନ୍ଦୀ କରାଯାଇଥିଲା । କିନ୍ତୁ ମୁଁ ଜାଣିଥିଲି ଯେ, ମୁଁ କିଛି ବି ଭୁଲ କରିନି । ମୁଁ ସତ୍ୟର ପଥରେ ଥିଲି । ତେଣୁ ଏହାକୁ ସମ୍ନା କରିବି ବୋଲି ଭଲ ଭାବେ ଜାଣିଥିଲି । ମୋତେ ଅସଦାଚରଣ କରାଯାଇଥିଲା । ମାଡ଼ ମରାଯାଇଥିଲା । ପୋଲିସ୍‌ ହେପାଜତରେ ଥିବା ବେଳେ କାଳି ଭିତରେ ଲୁଚା ଯାଇଥିବା ବିଷାକ୍ତ ଜିନିଷକୁ ମୋ ଉପରକୁ ମାଡ଼ କରାଯାଇଥିଲା।”

Advertisment

କେତକୀଙ୍କ ବ୍ୟତୀତ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ୨୩ ବର୍ଷୀୟ ଫାର୍ମାସୀ ଛାତ୍ର ନିଖିଲ ଭାମରେ ମଧ୍ୟ ଗିରଫ ହୋଇଥିଲେ। ତାଙ୍କ ବିରୋଧରେ ୬ଟି ମାମଲା ରୁଜୁ କରାଯାଇଛି।

Ketaki Chitale Sarad Pawar Facebook Post
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ