Advertisment

ବେକରେ ଷ୍ଟେଥୋ ପକାଇ କନ୍ୟା ବେଶରେ ପରୀକ୍ଷା ଦେଲେ ଯୁବତୀ

ଦେହରେ ଥିଲା ଧଳାରଙ୍ଗର ଡାକ୍ତରୀ ପୋଷାକ। ଆଉ ବେକରେ ଥିଲା ଷ୍ଟେଥୋ। ଯୁବତୀଙ୍କୁ କନ୍ୟା ବେଶରେ ପରୀକ୍ଷା ହଲରେ ଦେଖିବା ପରେ ସମସ୍ତେ ତାଜୁବ ହୋଇଗଲେ। ଯୁବତୀ ଜଣକ କେମିତି ଗହଣା ଓ ଶାଢୀରେ ସଜେଇ ହୋଇ ପ୍ରାକ୍ଟିକାଲ ଲ୍ୟାବ କୋର୍ଟ ପିନ୍ଧି ପରୀକ୍ଷା ହଲକୁ ବୀର ଦର୍ପରେ ଯାଉଛନ୍ତି।

ଅଦ୍ୟତନ ହୋଇଛି
Doctor Marriage

Doctor Marriage

Advertisment

ପରୀକ୍ଷା ଆଗ। ବାହାଘର ପଛ। ବେକରେ ଷ୍ଟେଥୋ ପକାଇ ପରୀକ୍ଷା ହଲକୁ ଗଲେ ଯୁବତୀ। ଅଜବ ଲାଗୁଥିଲେ ବି ଏ ଭିଡିଓ ଏବେ ହେଉଛି ଭାଇରାଲ୍। ଯିଏ ଦେଖୁଛି ସିଏ ଏ ସୁନ୍ଦରୀ ଯୁବତୀଙ୍କୁ ସାବାସୀ ଦେଉଛନ୍ତି। ତେବେ ପୂରା ଘଟଣା ଜାଣିଲେ ଆପଣ ବି ପ୍ରଶଂସା ନ କରି ରହି ପାରିବେନି। ଏବେ ଜାଣନ୍ତୁ ପୂରା ଘଟଣା...

Advertisment

ବାହା ଘର ଦିନ ଥିଲା ପରୀକ୍ଷା। ବଧୂ ବେଶରେ ସଜେଇ ହୋଇଥିଲେ ଯୁବତୀ। ପରୀକ୍ଷା ସମୟ ହେବା କ୍ଷଣି ବେକରେ ଷ୍ଟେଥୋସ୍କୋପ ପକାଇ ବାହାରି ପଡିଲେ ଯୁବତୀ ଜଣକ। ଯିଏ ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲା। ହେଲେ ବାହାଘରକୁ ପଛ କରି ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଗଲେ କେରଳର ଏ ଯୁବତୀ।

ଦେହରେ ଥିଲା ଧଳାରଙ୍ଗର ଡାକ୍ତରୀ ପୋଷାକ। ଆଉ ବେକରେ ଥିଲା ଷ୍ଟେଥୋସ୍କୋପ। ଯୁବତୀଙ୍କୁ କନ୍ୟା ବେଶରେ ପରୀକ୍ଷା ହଲରେ ଦେଖିବା ପରେ ସମସ୍ତେ ତାଜୁବ ହୋଇଗଲେ। ଯୁବତୀ ଜଣକ ଗହଣା ଓ ଶାଢୀରେ ସଜେଇ ହୋଇ ପ୍ରାକ୍ଟିକାଲ ଲ୍ୟାବ କୋର୍ଟ ପିନ୍ଧି ପରୀକ୍ଷା ହଲକୁ ବୀର ଦର୍ପରେ ଯାଉଛନ୍ତି।

Advertisment

ଭାଇରାଲ ଭିଡିଓରେ ଯୁବତୀ ଜଣକ କାରରୁ ଓହ୍ଲାଇବା ପରେ ସାଙ୍ଗମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏମିତିକି ବଧୂ ବେଶରେ ପରୀକ୍ଷା କେନ୍ଦ୍ରରେ ପଶିବା ପରେ ସାଙ୍ଗମାନଙ୍କୁ ସେ ହ୍ୟାଲୋ ମଧ୍ୟ କହୁଥିଲେ। ଆଉ ପରୀକ୍ଷା ସରିବା ପରେ ହଲରୁ ବାହାରି ଯୁବତୀ ନିଜ ମାଆଙ୍କୁ ଆଲିଙ୍ଗନ କରୁଥିବା ଦୃଶ୍ୟ ପୂରା ପରିବେଶକୁ ଭାବବିହ୍ୱଳ କରି ଦେଇଥିଲା।

ସୋସିଆଲ ମିଡିଆରେ ଭିଡିଓକୁ ଦେଖିବା ପରେ ଅନେକ ଲୋକ ଏହାକୁ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ସେ ଯାହା ବି ହେଉ, ଯୁବତୀଙ୍କ ପାଠ ପଢା ନିଶା ଆଗରେ ହାର ମାନିଛି ମ୍ୟାରେଜ୍ ସେଲିବ୍ରେସନ୍।

Advertisment

(ବ୍ୟୁରୋ ରିପୋର୍ଟ, ଓଟିଭି)

Viral Video Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ