• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲକଡାଉନ୍‌ରେ ସମୟରେ ସଦୁପଯୋଗ । କରୋନା ସଂକ୍ରମଣ ପାଇଁ ସାରା ବିଶ୍ୱ ତାଲାବନ୍ଦରେ ଥିବା ସମୟରେ ନିଜ ପରିବାର ପାଇଁ ବିମାନ ତିଆରି କରିଦେଲେ ଯୁବକ ।  କଠିନ ପରିଶ୍ରମ, ଅଧ୍ୟବ୍ୟସାୟ ଓ ଅଧ୍ୟୟନ ଦ୍ୱାରା ତାଙ୍କୁ ଏହି ସଫଳତା ମିଳିଛି । ବୁଲିବା ତାଙ୍କର ସଉକ୍‌ ଥିବା ବେଳେ ତାଙ୍କୁ ନିଜର ଏକ ବିମାନ ଦରକାର ପଡ଼ୁଥିଲା । ଏବେ କେରଳର ଅଶୋକ ଲିସେରିଲ ଥମାରକ୍ଷନ ଚାରି ସିଟ୍‌ ଯୁକ୍ତ ବିମାନ ତିଆରି କରି ପାରିଛନ୍ତି । ଏଥିପାଇଁ ତାଙ୍କୁ ୧୮ ମାସ ସମୟ ଲାଗିଛି । ବର୍ତ୍ତମାନ ସେ ନିଜ ତିଆରି କରିଥିବା ବିମାନରେ ପରିବାର ସହିତ ୟୁରୋପୀୟ ଦେଶ ଗସ୍ତ କରୁଛନ୍ତି ।

ଚାରି ସିଟ୍‌ ଯୁକ୍ତ ବିଶିଷ୍ଟ ବିମାନ ମଡେଲ 'ସ୍ଲିଙ୍ଗ ଟିଏସଆଇ'ର ନାମ' ଜି-ଦିୟା ' ରଖିଛନ୍ତି ଅଶୋକ । ନିଜ ସାନ ଝିଅ ଦିୟାର ନାମ ଅନୁସାରେ ବିମାନର ନାମକରଣ କରିଛନ୍ତି ଅଶୋକ । ପଲକ୍କଡ ଇଞ୍ଜିନିୟରିଂ କଲେଜରୁ ବିଟେକ୍ କରି ସାରିବା ପରେ ଅଶୋକ ୨୦୦୭ରେ ବ୍ରିଟେନ ଯାଇ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଏବଂ ବର୍ତ୍ତମାନ ସେ ଫୋର୍ଡ ମୋଟର କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ସେ ପୂର୍ବତନ ବିଧାୟକ ଏ.ଭି ଥମାରକ୍ଷନଙ୍କ ପୁଅ ।

ଲକଡାଉନ୍‌ ସମୟରେ ଘରେ ଅନେକ ସମୟ ମିଳୁଥିବାରୁ ସେ ସେହି ସମୟରେ ବିମାନ ନିର୍ମାଣ କଥା ଚିନ୍ତା କରିଥିଲେ । ଆଉ ମହାମାରୀର ଦୌରାତ୍ମ୍ୟ ମଧ୍ୟରେ ହିଁ ସେ ବିମାନ ତିଆରି ଆରମ୍ଭ କରିଦେଇଥିଲେ । ଶେଷରେ ସେ ବିଭିନ୍ନ ଦେଶରୁ ବିମାନ ତିଆରି ପାଇଁ ଉପକରଣ ମଗାଇଥିଲେ ।

୩୮ ବର୍ଷିୟ ଅଶୋକ ନିଜ ବିମାନ ନିର୍ମାଣ ପାଇଁ ଜୋହାନ୍ସବର୍ଗ ସ୍ଥିତ କମ୍ପାନୀ ସ୍ଲିଙ୍ଗ୍‌ ଏୟାରକ୍ରାଫ୍ଟର କାରଖାନା ପରିଦର୍ଶନ କରିଥିଲେ । ତାଙ୍କ ବିମାନ ପାଇଁ ଏକ କିଟ୍ ତିଆରି କରିବାକୁ ତାଙ୍କୁ କହିଥିଲେ । ତେବେ ବିମାନ ନିର୍ମାଣ ପାଇଁ ସେ ୧.୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି  ଆକଳନ କରାଯାଇଛି । ହେଲେ ସେ ବିମାନ ତିଆରି କରିବା ପରେ ବ୍ରିଟିସ୍‌ ଏୟାରଲାଇନ୍ସ ତିନି ମାସର ପରୀକ୍ଷା ପରୀକ୍ଷା କରିବା ପରେ ଚଳାଚଳ କରିଥିଲେ ।

ନିଜେ ତିଆରି କରିଥିବା ବିମାନରେ ଏବେ ସୁଦ୍ଧା ଅଶୋକ ପରିବାର ସହିତ ଜର୍ମାନୀ, ଅଷ୍ଟ୍ରିଆ ଏବଂ ଚେକ୍ ଗଣରାଜ୍ୟ ବୁଲି ସାରିଛନ୍ତି । ତାଙ୍କର ପାଇଲଟ ଲାଇସେନ୍ସ ମଧ୍ୟ ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now