Advertisment

ଅଭାବନୀୟ...ଆଙ୍ଗୁଠି ସର୍ଜରୀ ପାଇଁ ଆସିଥିଲେ, ଜିଭ ସର୍ଜରୀ କରିଦେଲେ ଡାକ୍ତର

ଏହି ଚାରି ବର୍ଷର ଝିଅଟି ତା’ର ଆଙ୍ଗୁଠି ଅସ୍ତ୍ରୋପଚାର ପାଇଁ ମେଡିକାଲ କଲେଜକୁ ଆସିଥିଲେ, କିନ୍ତୁ ଡାକ୍ତରମାନେ ଭୁଲ୍‌ରେ ଝିଅଟିର ଜିଭରେ ଅସ୍ତ୍ରୋପଚାର କରିଥିଲେ ।

ଅଦ୍ୟତନ ହୋଇଛି
Kerala

Kerala

Advertisment

ଆସିଥିଲେ ଆଙ୍ଗୁଠି ସର୍ଜରୀ କରିବା ପାଇଁ, କିନ୍ତୁ ଡାକ୍ତର କରିଦେଲେ ଜିଭ ସର୍ଜରୀ । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି କେରଳର କୋଜିକୋଡ ମେଡିକାଲ କଲେଜରେ । ଏଠାରେ ଜଣେ ଚାରି ବର୍ଷର ନାବାଳିକା ଡାକ୍ତରଙ୍କ ଅବହେଳାର ଶିକାର ହୋଇଛନ୍ତି । ଏହି ଚାରି ବର୍ଷର ଝିଅଟି ତା’ର ଆଙ୍ଗୁଠି ଅସ୍ତ୍ରୋପଚାର ପାଇଁ ମେଡିକାଲ କଲେଜକୁ ଆସିଥିଲେ, କିନ୍ତୁ ଡାକ୍ତରମାନେ ଭୁଲରେ ଝିଅଟିର ଜିଭରେ ଅସ୍ତ୍ରୋପଚାର କରିଥିଲେ । ଏହି ଘଟଣା ପରେ ବିବାଦ ବଢ଼ୁଥିବାର ଦେଖି ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି ।

Advertisment

ଏହି ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି ଛୋଟ ଶିଶୁର ପିତା-ମାତା। ତାଙ୍କ କହିବାନୁସାରେ, ଝିଅଟିର ହାତରେ ଷଷ୍ଠ ଆଙ୍ଗୁଠି ବାହାର କରିବା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅପରେସନ୍‌ ଥିଏଟରରେ ଡାକ୍ତରମାନେ ତାଙ୍କ ଜିଭରେ ଅପରେସନ୍‌ କରିଥିଲେ । ତେବେ ଏନେଇ ଯେତେବେଳେ ଝିଅର ପରିବାର ଲୋକ ଡାକ୍ତରଙ୍କୁ ପଚାରିଥିଲେ, ସେତେବେଳେ ଡାକ୍ତର କହିଥିଲେ ଯେ ‘ଝିଅଟିର ପାଟି ଭିତରେ ଏକ ‘ସିଷ୍ଟ୍‌’ ଚିହ୍ନଟ ହୋଇଛି, ଯେଉଁଥିପାଇଁ ଜିଭରେ ଅସ୍ତ୍ରୋପଚାର ‍ଆବଶ୍ୟକ’ ।

ତେବେ ଡାକ୍ତରଙ୍କ ଏହି ଦାବିକୁ ପରିବାର ପକ୍ଷରୁ ଖଣ୍ଡନ କରାଯାଇଛି । ସେମାନେ କହିଛନ୍ତି ଯେ ‘ଝିଅର ଜିଭରେ କୌଣସି ଅସୁବିଧା ନଥିଲା । ଏହା ସହ ଡାକ୍ତରଙ୍କ ଏଭଳି ଅବହେଳାକୁ ଲଜ୍ଜାଜନକ ବୋଲି କହିଛନ୍ତି ପରିବାର ଲୋକ । ପରିବାରର ଜଣେ ସଦସ୍ୟ କହିଛନ୍ତି ଯେ ଡାକ୍ତରଖାନା କର୍ତ୍ତୃପକ୍ଷ ସେମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ‘ଯେହେତୁ ଗୋଟିଏ ଦିନରେ ଦୁଇଟି ଶିଶୁର ଅସ୍ତ୍ରୋପଚାର ହେବାର ଥିଲା ତେଣୁ ଭୁଲରେ ଝିଅର ଜିଭରେ ଅସ୍ତ୍ରୋପଚାର କରାଯାଇଛି।

Advertisment

ଡାକ୍ତରଙ୍କ ଏଭଳି ଅବହେଳା ପାଇଁ ସାରା ରାଜ୍ୟର ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ଏହି ଖବର ଲୋକଲୋଚନକୁ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ମେଡିକାଲ ଏଜ୍ୟୁକେସନ୍‌ର ନିର୍ଦ୍ଦେଶକଙ୍କଠାରୁ ରିପୋର୍ଟ ପାଇବା ପରେ ଡକ୍ଟର ବିଜନ୍ ଜନସନଙ୍କୁ ନିଲମ୍ବନ କରିଛନ୍ତି । ଏଥିସହ ସେ ଡାକ୍ତରଖାନାଗୁଡ଼ିକୁ ଅସ୍ତ୍ରୋପଚାର ଏବଂ ଅନ୍ୟାନ୍ୟ ଚିକିତ୍ସା ପ୍ରଣାଳୀ ପ୍ରୋଟୋକଲକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଝିଅର ପରିବାରର ଅଭିଯୋଗକୁ ଭିତ୍ତି କରି ଆଇପିସିର ଧାରା ୩୩୬ ଏବଂ ୩୩୭ ଅନୁଯାୟୀ ପୋଲିସ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ସେପଟେ ବିରୋଧୀଦଳ ନେତା ଭି.ଡି ସାଥେସନ ଏହି ଘଟଣାକୁ ନିନ୍ଦା କରିବା ସହ ରାଜ୍ୟରେ ଚିକିତ୍ସା ସେବା ଗୁଣବତ୍ତା ହ୍ରାସ ପାଇବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

Advertisment
Kerala Negligence In Treatment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ