Kerala couple invites Indian army to their wedding
ପ୍ରତ୍ୟେକଙ୍କ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ତେଣୁ ସମସ୍ତେ ଏହାକୁ ସ୍ୱତନ୍ତ୍ର କରିବାକୁ ଚାହାନ୍ତି। ଏହିଦିନ ସମସ୍ତେ ସେମାନଙ୍କ ପ୍ରିୟ ଲୋକଙ୍କୁ ନିମନ୍ତ୍ରଣ କରନ୍ତି। କେହି କେହି ସ୍ୱତନ୍ତ୍ର ଅତିଥିଙ୍କୁ ମଧ୍ୟ ଏହିଦିନ ପାଇବାକୁ ଚାହାନ୍ତି।
ଆପଣ କେବେ ବିବାହ ପାଇଁ ସେନା କର୍ମଚାରୀଙ୍କୁ ନିମନ୍ତ୍ରଣ କରିଛ କି? ହୁଏତ ଡାକିଥିବେ, ଯଦି ସେମାନେ ତୁମ ସମ୍ପର୍କୀୟ ହୋଇଥିବେ ଓ ଭାରତୀୟ ସେନାରେ କାମ କରୁଥିବେ। ଆପଣ ଶୁଣିଛନ୍ତି କି କେହି ଜଣେ ବ୍ୟକ୍ତି ସମଗ୍ର ଭାରତୀୟ ସେନାକୁ ବିବାହ କାର୍ଡ ପଠାଇବାର। ବୋଧହୁଏ ନୁହେଁ…।
କେରଳର ଜଣେ ଦମ୍ପତି ଏହା କରିଦେଖେଇଛନ୍ତି। ସେ ତାଙ୍କ ବିବାହ ପାଇଁ ଭାରତୀୟ ସୈନିକମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ସୋସିଆଲ ମିଡିଆରେ ତଙ୍କର ଏହି ନିମନ୍ତ୍ରଣ ପତ୍ରର ଏକ ଫଟୋ ଭାଇରାଲ ହେଉଛି।
ନଭେମ୍ବର ୧୦, ୨୦୨୨ରେ ବିବାହ କରିଥିବା ରାହୁଲ ଏବଂ କାର୍ତ୍ତିକା ସେମାନଙ୍କ ବିବାହ ନିମନ୍ତ୍ରଣ ପତ୍ର ସହିତ ଏକ ହସ୍ତଲିଖନ ନୋଟ୍ ଭାରତୀୟ ସେନାକୁ ପଠାଇଥିଲେ। ସେମାନେ ଲେଖିଥିଲେ ଯେ 'ଆମେ (ରାହୁଲ ଏବଂ କାର୍ତ୍ତିକା) ୧୦ ନଭେମ୍ବରରେ ବିବାହ କରୁଛୁ। ଆମ ଦେଶ ପ୍ରତି ଆପଣାମାନଙ୍କ ପ୍ରେମ, ନିଷ୍ଠା ଏବଂ ପ୍ରକୃତ ଦେଶପ୍ରେମ ପାଇଁ ଆମେ ପ୍ରକୃତରେ କୃତଜ୍ଞ।
ସେନାକୁ ପଠାଯାଇଥିବା ବିବାହ ନିମନ୍ତ୍ରଣ କାର୍ଡସେ ଆହୁରି ଲେଖିଛନ୍ତି ଯେ “ଆପଣଙ୍କ କାରଣରୁ, ଆମେ ଶାନ୍ତିରେ ଶୋଇଥାଉ। ଆମ ପ୍ରିୟଜନଙ୍କ ସହିତ ଆମକୁ ଖୁସିର ଦିନ ଦେଇଥିବାରୁ ଧନ୍ୟବାଦ। ଆପଣଙ୍କ ହେତୁ, ଆମେ ଖୁସିରେ ବିବାହ କରୁଛୁ। ଆମର ବିଶେଷ ଦିନରେ ଆପଣଙ୍କୁ ନିମନ୍ତ୍ରଣ କରି ଆମେ ବହୁତ ଖୁସି। ଆମେ ଆପଣମାନଙ୍କ ଉପସ୍ଥିତି ଏବଂ ଆଶୀର୍ବାଦ କାମନା କରୁଛୁ। ଆମକୁ ସୁରକ୍ଷା ଦେଇଥିବାରୁ ଧନ୍ୟବାଦ।”
ଭାରତୀୟ ସେନା ତରଫରୁ ଏହି ନିମନ୍ତ୍ରଣର ଜବାବ ଆସିଛି। ଇନଷ୍ଟାଗ୍ରାମରେ ବିବାହ ନିମନ୍ତ୍ରଣକୁ ପୋଷ୍ଟ୍ କରି ଭାରତୀୟ ସେନା ଲେଖିଛନ୍ତି, 'ଶୁଭେଚ୍ଛା', ବିବାହ ନିମନ୍ତ୍ରଣ ପାଇଁ ରାହୁଲ ଏବଂ କାର୍ତ୍ତିକାଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛୁ ଏବଂ ଦମ୍ପତିଙ୍କ ସୁଖୀ ଏବଂ ଆନନ୍ଦମୟ ଦାମ୍ପତ୍ୟ ଜୀବନ କାମନା କରୁଛୁ।
ଏହି ପୋଷ୍ଟ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହା ଉପରେ କ୍ରମାଗତ ଭାବରେ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଛନ୍ତି, "ଆମର ପ୍ରକୃତ ହିରୋମାନଙ୍କ ପ୍ରତି ଥିବା ପ୍ରେମକୁ ପ୍ରକାଶ କରିଥିବାରୁ ବହୁତ ଖୁସି।" ଅନ୍ୟ ଜଣେ ଲେଖିଛନ୍ତି, "ଏହି ଦୁହିଁଙ୍କ ଦ୍ୱାରା ଏହା ଏକ ଭଲ କାମ। ଆଉ ଜଣେ ଲେଖିଛନ୍ତି,"ୱାଓ, ଏହା ହେଉଛି ସର୍ବୋତ୍ତମ ବିବାହ ନିମନ୍ତ୍ରଣ। ଆମର ପ୍ରକୃତ ହିରୋମାନଙ୍କୁ ଜୟ ହିନ୍ଦ୍।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668876379.jpg)