Advertisment

ଚମକିଲା ଅଟୋ ଡ୍ରାଇଭରଙ୍କ ଭାଗ୍ୟ: ୫୦୦ ଟଙ୍କାର ଲଟେରୀ ଟିକେଟ୍‌ କିଣି ଜିତିଲେ ୨୫ କୋଟି

ମାତ୍ର ୫ଶହ ଟଙ୍କାର ଲଟେରୀ ଟିକେଟ୍‌ କିଣି କୋଟିପତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ୫ ଶହ ଟଙ୍କାର ଲଟେରୀ ଟିକେଟ୍‌ ଏବେ ଅଟୋରିକ୍ସା ଚାଳକ ଅନୁପଙ୍କ ଭାଗ୍ୟ ବଦଳାଇ ଦେଇଛି।

Kerala Auto Driver Wins Rs 25 Crore In Lottery

Kerala Auto Driver Wins Rs 25 Crore In Lottery

Advertisment

କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି। କେତେବେଳେ କାହା ଭାଗ୍ୟରେ ଲକ୍ଷ୍ନୀ ପ୍ରସନ୍ନ ହେବେ, ତାହା କେହିବି କହିପାରିବେ ନାହିଁ। ଆଉ ରାତାରାତି ବଦଳି ଯାଏ ଭାଗ୍ୟ। ଏମିତି କିଛି ଘଟିଛି କେରଳ ଥିରୁଅନନ୍ତପୁରମର ଜଣେ ଅଟୋରିକ୍ସା ଚାଳକଙ୍କ ସହ। ମାତ୍ର ୫ଶହ ଟଙ୍କାର ଲଟେରୀ ଟିକେଟ୍‌ କିଣି ସେ ଏବେ କୋଟିପତି ହୋଇଯାଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ୫ ଶହ ଟଙ୍କାର ଲଟେରୀ ଟିକେଟ୍‌ ଏବେ ଅଟୋରିକ୍ସା ଚାଳକ ଅନୁପଙ୍କ ଭାଗ୍ୟ ବଦଳାଇ ଦେଇଛି।

Advertisment

କେରଳ ସରକାରଙ୍କ ଅଧିକୃତ ଓନମ୍‌ ଲଟେରୀର ସର୍ବାଧିକ ପ୍ରାଇସ୍‌ ମନି ଭାବେ ସେ ୨୫ କୋଟି ଟଙ୍କା ଜିତିଛନ୍ତି। ଗତ ଶନିବାର ରାତିରେ ଭଗବର୍ତ୍ତୀ ଏଜେନ୍ସିରୁ ସେ ୫ ଶହ ଟଙ୍କାର ଲଟେରୀ ଟିକେଟ କିଣିଥିଲେ। ଆଉ ଏହି ଲଟେରୀ ଟିକେଟ୍‌ ତାଙ୍କ ଭାଗ୍ୟ ବଦଳାଇ ଦେଇଛି। ଅନୁପ ୨୫ କୋଟି ଟଙ୍କା ଓନମ୍‌ ବମ୍ପର ଲଟେରୀ ଜିତିଛନ୍ତି। ୩ ଲକ୍ଷ ଟଙ୍କାର ଲୋନ୍‌ ଆପ୍ଲିକେସନ୍‌ ଅନୁମୋଦିତ ହେବାର ଦିନକ ପରେ ସେ ଏହି ଲଟେରୀ ଜିତିଛନ୍ତି।

ସବୁଠାରୁ କୌତୁହଳପୂର୍ଣ୍ଣ କଥା ହେଲା, ଶ୍ରୀଭାରହମ୍‌ରେ ରହୁଥିବା ଅନୁପ ଶନିବାର ଦିନ ଲଟେରୀ ଜିତିଥିବା- TJ 750605 ଟିକେଟ୍ କିଣିଥିଲେ। ହେଲେ ପ୍ରଥମେ ଚୟନ କରିଥିବା ଟିକେଟ୍‌କୁ ସେ କିଣିବାକୁ ଚାହୁଁନଥିଲେ। ତେଣୁ ସେ ଅନ୍ୟ ଏକ ଟିକେଟ୍‌ କିଣିଥିଲେ, ଯେଉଁଥିରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା। ଆଉ ୨୫ କୋଟି ଟଙ୍କା ସେ ଜିତି ଯାଇଥିଲେ। ତେବେ ସମସ୍ତ ଟାକ୍ସ କାଣ୍ଟଛାଣ୍ଟ ପରେ ଅନୁପ ନଗଦ ୧୫ କୋଟି ୭୫ ଲକ୍ଷ ଟଙ୍କା ପାଇବେ।

Advertisment

ଲଟେରୀ ଜିତିବା ନେଇ ଅନୁପ କହିଛନ୍ତି ଯେ, ‘ମୁଁ କେବେ ଆଶା ରଖିନଥିଲି ଲଟେରୀ ଜିତିବି। ତେଣୁ ଲଟେରୀ ରେଜଲ୍ଟ ନେଇ କେବେବି ଟିଭି ଦେଖେ ନାହିଁ। ହେଲେ ଯେତେବେଳେ ମୁଁ ଫୋନ୍‌ ଚେକ୍‌ କଲି, ଲଟେରୀ ଜିତିଥିବା ଦେଖିବାକୁ ପାଇଥିଲି। ଏହାଦେଖି ପ୍ରଥମେ ବିଶ୍ୱାସ କରିପାରିଲିନି। ତେଣୁ ଏହାକୁ ସ୍ତ୍ରୀକୁ ଦେଖାଇଥିଲି। ଏହାପରେ ସେ କନଫର୍ମ କରିଥିଲେ ଯେ, ମୁଁ କିଣିଥିବା ଟିକେଟ୍‌ରେ ହିଁ ଲଟେରୀ ଲାଗିଛି’।

ଲଟେରୀ ଜିତିଥିବା ଟଙ୍କାରେ କ’ଣ କରିବେ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ପ୍ରଥମେ ପରିବାର ପାଇଁ ଏକ ଘର ନିର୍ମାଣ କରିବି। ଏହାପରେ ଧାରକରଜ ସୁଝିବି। ଏହାଛଡ଼ା ସମ୍ପର୍କୀୟଙ୍କୁ ସାହାଯ୍ୟ କରିବି। କିଛି ଟଙ୍କା ଦାନ କରିବା ସହ କେରଳରେ ଥିବା ହୋଟେଲ୍‌ରେ ମଧ୍ୟ ଲଗାଇବି’।

Advertisment

ଅଟୋ ଚଳାଇବା ପୂର୍ବରୁ ଅନୁପ ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ। ପରେ ମାଲେସିଆ ଯାଇ ସେଠାରେ ରୋଷେୟା କାମ କରିବାକୁ ସେ ଯୋଜନା କରିଥିଲେ। ରବିବାର ଅପରାହ୍ନରେ କେରଳ ଅର୍ଥ ମନ୍ତ୍ରୀ କେ. ଏନ୍ ବାଲ୍‌ଗୋପାଲ ଲଟେରୀର ଉଠାଣ କରିଥିଲେ। ଓନମ୍‌ ଲଟେରୀ କେରଳ ସରକାରଙ୍କ ନିଜସ୍ୱ ସଂସ୍ଥା ଅଟେ। ଚଳିତ ବର୍ଷ ମୋଟ୍‌ ୬୭ ଲକ୍ଷ ବମ୍ପର ଟିକେଟ ଛପା ଯାଇଥିବା ବେଳେ ପ୍ରାୟ ସମସ୍ତ ଟିକେଟ ବିକ୍ରି ହୋଇଥିଲା।

ଓନମ୍‌ ଲଟେରୀର ପ୍ରଥମ ବିଜେତାଙ୍କ ପାଇଁ ୨୫ କୋଟିର ପୁରସ୍କାର ରାଶି ରଖାଯାଇଥିବା ବେଳେ, ଦ୍ୱିତୀୟ ବିଜେତା ୫ କୋଟି ଓ ତୃତୀୟ ପୁରସ୍କାର ଭାବେ ୧୦ ଜଣ ଭାଗ୍ୟଶାଳୀ ବିଜେତା ୧ କୋଟି ଲେଖାଏ ଟଙ୍କା ପାଇବା ନେଇ ନିଷ୍ପତ୍ତି ହୋଇଥିଲା। ତେବେ ପ୍ରଥମ ବିଜେତା ଭାବେ ଅନୁପ ୨୫ କୋଟିର ପୁରସ୍କାର ରାଶି ଜିତିଛନ୍ତି। 

ସୂଚନାଥାଉ କି, ରାଜା ମହାବଳୀଙ୍କ ସମୟରୁ ଓନମ୍‌ ପର୍ବ ପାଳନ ଅବସରରେ ଓନମ୍‌ ଲଟେରୀ ପ୍ରଚଳିତ ହୋଇ ଆସୁଛି। 

Lottery Kerala Auto Driver Wins Lottery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ