Advertisment

ରାଜନୈତିକ ଶତ୍ରୁତା ! ଘରେ ପଶି ଦୁଇ ରାଜନେତାଙ୍କୁ ହାଣିଲେ ଦୁର୍ବୃତ୍ତ

୧୨ ଘଣ୍ଟା ମଧ୍ୟରେ କେରଳର ଦୁଇ ରାଜନୈତିକ ନେତାଙ୍କୁ ହତ୍ୟା । ଘରେ ପଶି ନେତାଙ୍କୁ ଦୁର୍ବୃତ୍ତ ହାଣିଥିବାର ଖବର ଶୁଣିବାକୁ ମିଳିଛି । ଏନେଇ କେରଳର ଅଲପୁଜ୍ଜା ଜିଲ୍ଲାରେ ଉତ୍ତେଜନା ସୃଷ୍ଟି ହୋଇଛି ।

ଅଦ୍ୟତନ ହୋଇଛି
 Two Political Leader Murdered

Two Political Leader Murdered

Advertisment

କେରଳ: ୧୨ ଘଣ୍ଟା ମଧ୍ୟରେ କେରଳର ଦୁଇ ରାଜନୈତିକ ନେତାଙ୍କୁ ହତ୍ୟା । ଘରେ ପଶି ନେତାଙ୍କୁ ଦୁର୍ବୃତ୍ତ ହାଣିଥିବାର ଶୁଣିବାକୁ ମିଳିଛି । ଏନେଇ କେରଳର ଅଲପୁଜ୍ଜା ଜିଲ୍ଲାରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ଘଟଣାକୁ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ନିନ୍ଦା କରିବା ସହ ଏନେଇ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି ।

Advertisment

ଗତକାଲି ବିଳମ୍ବିତ ରାତିରେ SDPI ରାଜ୍ୟ ସଚିବ କେ ଏସ ଶାନ୍‌ଙ୍କୁ ଘରକୁ ଫେରୁଥିବା ସମୟରେ ହତ୍ୟା କରାଯାଇଛି । ସେ ଗତକାଲି ବାଇକ୍‌ ଯୋଗେ ଘରକୁ ଯାଉଥିବା ବେଳେ ତାଙ୍କୁ ପଛପଟୁ ଏକ କାର୍‌ ଧକ୍କା ଦେଇଥିଲା। ଏହାପରେ କେ.ଏସ୍ ଶାନ ରାସ୍ତାରେ ପଡିଯାଇଥିଲେ। ପରେ କାର୍‌ ଭିତରୁ କିଛି ଲୋକେ ବାହାରି ଆସି ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଶରୀରରେ ୪୦ରୁ ଅଧିକ ଆଘାତ ଚିହ୍ନ ରହିଛି । ଏହି ହତ୍ୟାକାଣ୍ଡ ପାଇଁ ଦଳ ଆରଏସଏସକୁ ଦାୟୀ କରିଛି। ଏସଡିପିଓ ସଚିବ କେ.ଏସ୍ ଶାନଙ୍କ ହତ୍ୟାର ପ୍ରତିଶୋଧ ନେଇ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି।

ରବିବାର ସକାଳେ ଆଲ୍ଲାପୁଜାଠାରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି। ତାଙ୍କ ଘରେ ପଶି ଦୁର୍ବୃତ୍ତମାନେ ତାଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ମୃତ ବିଜେପି ନେତା ଜଣକ ରଞ୍ଜିତ ଶ୍ରୀନିବାସ। ସେ ‘ବିଜେପି ଓବିସି’ ମୋର୍ଚ୍ଚାର ସଚିବ ଥିଲେ ବୋଲି ଜଣାପଡିଛି। କୁହାଯାଉଛି ଯେ ଆଜି ସକାଳେ କିଛି ଲୋକ ତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିଲେ।

Advertisment

୧୨ ଘଣ୍ଟା ମଧ୍ୟରେ ଦୁଇ ନେତାଙ୍କୁ ହତ୍ୟା କରିବା ପରେ ଜିଲ୍ଲାପାଳ ଦୁଇ ଦିନ ପାଇଁ ଅଲପୁଜ୍ଜାଠାରେ ୧୪୪ ଧାରା ଲଗାଇଛନ୍ତି । ସେପଟେ ଉଭୟ ନେତାଙ୍କ ହତ୍ୟାକୁ ନେଇ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ନିନ୍ଦା କରିଛନ୍ତି । ଆକ୍ରମଣକାରୀଙ୍କ ବିରୋଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏଭଳି ଘଟଣା ଘଟିବା ଉଚିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ପିନାରାୟି କହିଛନ୍ତି।

ବିଜେପି ଓ SDPI ଦୁହେଁ ପରସ୍ପରକୁ ଏହି ଘଟଣାର ଦୋଷୀ ବୋଲି କହୁଛନ୍ତି । ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ୍ କହିଛନ୍ତି ଯେ ଏହା ହେଉଛି "ଗତ ୬୦ ଦିନ ମଧ୍ୟରେ ବିଜେପି କର୍ମୀଙ୍କ ତୃତୀୟ ନିର୍ଦ୍ଦୟ ହତ୍ୟା। ପିଏଫ୍ଆଇ ଗୁନ୍ସ ରାଜ୍ୟକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି"।

Advertisment
Crime Kerala Two Political Leader Murdered
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ